ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁ

ବଡ଼ସାହି : ବଡସାହି ବାଥୁଡିବନ୍ଧ ଗ୍ରାମର ଜଣେ ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ଜଣାପଡିଛି। ଖବରଅନୁସାରେ ଶୁକ୍ରବାର ବାଥୁଡିବନ୍ଧ ଗ୍ରାମର ବିନୋଦ ନାଏକ(୪୦)ଙ୍କ ବଡ଼ସାହି ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ…
Read More...

ଏଏସ୍‍ଜି ପି.ଏସ୍‍ ନରସିଂହଙ୍କ ଇସ୍ତଫା

ନୂଆଦିଲ୍ଲୀ : ଭାରତର ଅତିରିକ୍ତ ସଲିସିଟର ଜେନେରାଲ(ଏଏସ୍‍ଜି) ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ଆଇନଜୀବୀ ପି.ଏସ୍‍ ନରସିଂହ ଇସ୍ତଫା ଦେଇଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ସରକାର ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଥିଲେ…
Read More...

ନୱାଜ ସରିଫଙ୍କ ଭାଇ ଶାହାବାଜ ଗିରଫ

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସାନ ଭାଇ ତଥା ବିରୋଧୀ ଦଳ ନେତା ଶାହାବାଜ ସରିଫଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ଦୁର୍ନୀତି ମାମଲା ଆଧାରରେ ଦୁୁର୍ନୀତି ନିରୋଧୀ ସଂସ୍ଥା ନ୍ୟାସନାଲ…
Read More...

୧୮ ବର୍ଷ ପରେ ମିଳିଲା ପତ୍ନୀ ହତ୍ୟା ମାମଲାରୁ ଆଶ୍ୱସ୍ତି; ସୁହେବ ଇଲିଆସି ଦୋଷମୁକ୍ତ

ନୂଆଦିଲ୍ଲୀ : ଦୀର୍ଘ ୧୮ ବର୍ଷ ପରେ ଶୁକ୍ରବାର ଟେଲିଭିଜନର ପୂର୍ବତନ ପ୍ରଯୋଜକ ତଥା ଉପସ୍ଥାପକ ସୁହୈବ ଇଲିଆସିଙ୍କୁ ତାଙ୍କ ପ୍ରଥମ ପତ୍ନୀ ଅଞ୍ଜୁଙ୍କ ହତ୍ୟା ମମଲାରୁ ଆଶ୍ୱସ୍ତି ମିଳିଛିି। ଅଞ୍ଜୁଙ୍କୁ ହତ୍ୟା କରିବା ନେଇ…
Read More...

ଭାରତ-ରୁଷ ଚୁକ୍ତି ଚୂଡ଼ାନ୍ତ; ୫୦୦ କୋଟି ଡଲାରରେ କ୍ରୟହେବ ୫ଟି ଏସ୍‍-୪୦୦ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ : ପ୍ରତିରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ନିମିତ୍ତ ଏସ୍‍-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା କ୍ରୟ କରିବାକୁ ଭାରତ ଶୁକ୍ରବାର ରୁଷ ସହ ବହୁଚର୍ଚ୍ଚିତ ଚୁକ୍ତି ସ୍ୱାକ୍ଷର କରିଛି। ପ୍ରଧାନମନ୍ତ୍ରୀ…
Read More...

ଭାରତ-ରୁଷ ମଧ୍ୟରେ ୮ଟି ରାଜିନାମା ସ୍ୱାକ୍ଷର

ନୂଆଦିଲ୍ଲୀ : ଭାରତ ଓ ରୁଷ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଖୁବ୍‍ ନିବିଡ଼ ଓ ସୁଦୃଢ। ଏହା ବିଭିନ୍ନ କ୍ଷେତ୍ରର ସ୍ୱର ତଥା ରାଜନୈତିକ ଓ ଯୋଜନାବଦ୍ଧ ସହଯୋଗିତା, ସାମରିକ ଓ ନିରାପତ୍ତା, ଅର୍ଥନୈତିକ, ଶକ୍ତି, ଶିଳ୍ପ,…
Read More...

ସଡ଼କ ଦୁର୍ଘଟଣାରେ ଯୁବକ ମୃତ

ମୁଖିଗୁଡ଼ା : କଳହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ଚଞ୍ଚରାମାଲ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବରଅନୁସାରେ ମୃତକ ଜଣଙ୍କ କଲମପୁର ବ୍ଳକ୍‍ ଅନ୍ତର୍ଗତ ଡ଼ୁମେରମୁଣ୍ଡା…
Read More...

ସାମ୍ବାଦିକଙ୍କ ସୁରକ୍ଷା ଦାବିରେ ପ୍ରତିବାଦ ଶୋଭାଯାତ୍ରା

ଆରଡି : ସାରା ରାଜ୍ୟରେ ସାମ୍ବାଦିକମାନଙ୍କ ସୁରକ୍ଷା ଦାବି ନେଇ ଶୁକ୍ରବାର ଅପରାହ୍ଣରେ ଭଦ୍ରକ ଜିଲା ଆରଡିପୀଠରେ ଆଖଣ୍ଡଳମଣି ସାମ୍ବାଦିକ ସଂଘ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା। ବିଶେଷକରି ଚତୁର୍ଥ ସ୍ତମ୍ଭର…
Read More...

କରମାପାଙ୍କୁ ଫେରାଇ ଆଣିବା ପାଇଁ ଭାରତର ପ୍ରୟାସ

ନୂଆଦିଲ୍ଲୀ : ଦଲାଇଲାମାଙ୍କ ପରେ ତିବବ୍‍ତର ଦ୍ୱିତୀୟ ବଡ଼ ଧର୍ମଗୁରୁ ତଥା ୧୭ମ କରମାପା, ଓଗ୍ୟାନ ତ୍ରିନଲେ ଦୋରଜେ (ଓଟିଡି)ଙ୍କୁ ଭାରତ ଫେରାଇ ଆଣିବା ପାଇଁ ଭାରତ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। କରମାପାଙ୍କୁ ଫେରାଇ…
Read More...

୫୦୦୦ ଏମ୍‍ଏଚ୍‍ ବ୍ୟଟେରୀ ସହ ମୋଟୋରୋଲା ୱାନ ପାୱାରର ପ୍ରଥମ ସେଲ ଆଜି

ନୂଆଦିଲ୍ଲୀ : ମୋଟୋରୋଲା ପୂର୍ବ ସପ୍ତାହରେ ଭାରତରେ ନିଜର ନୂଆ ସ୍ମାର୍ଟଫୋନ ମୋଟୋରୋଲା ୱାନ ପାୱାର ଲଞ୍ଚ କରିଛି। ଏହି ଫୋନଟି ଶୁକ୍ରବାର ଠାରୁ ଫ୍ଲିପକାର୍ଟରେ ଉପଲବ୍ଧ ରହିଛି। ଫୋନର ବିଶେଷତ୍ୱ ବିଷୟରେ କହିଲେ ଏଥିରେ…
Read More...

ସେନ୍‍ସେକ୍ସ ୭୯୨ ଓ ନିଫ୍ଟି ୨୮୨ ପଏଣ୍ଟ ତଳକୁ ଖସିଲା

ନୂଆଦିଲ୍ଲୀ : ଆରବିଆଇର ନୂଆ ମୁଦ୍ରାନୀତି ଅନୁସାରେ ସୁଧହାର ଅପରିବର୍ତ୍ତି ରହିବା, ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ସହ ଭାରତରେ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ଓ ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ…
Read More...

ରାମ ମନ୍ଦିର ପାଇଁ ବିଶ୍ୱ ହିନ୍ଦୁ ପରିଷଦର ଆନ୍ଦୋଳନ ଚେତାବନୀ

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବିରେ ଆନ୍ଦୋଳନ କରିବାକୁ ବିଶ୍ୱ ହିନ୍ଦୁ ପରିଷଦ ଚେତାବନୀ ଦେଇଛି। ଦିଲ୍ଲୀରେ ବିଶ୍ୱ ହିନ୍ଦୁ ପରିଷଦ ବୈଠକରେ ଏନେଇ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି…
Read More...

ହୋର୍ଡିଂ ପଡ଼ି ୩ ମୃତ, ୯ ଆହତ

ପୁନେ : ମହାରାଷ୍ଟ୍ର ପୁନେ ଜିଲା ଶିବାଜୀନଗର ଅଞ୍ଚଳ ରେଲୱେ ଷ୍ଟେସନ୍‍ ନିକଟରେ ଶୁକ୍ରବାର ଅପରାହ୍ଣରେ ଏକ ବଡ଼ ହୋର୍ଡ଼ିଂ ଭୁଶୁଡ଼ି ପଡ଼ିବା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ଘଟିଛି ଓ ୯ ଜଣ ଆହତ ହୋଇଛନ୍ତି। ହୋର୍ଡ଼ିଂ ତଳେ ୭ଟି ଅଟୋ…
Read More...

ସର୍ବନିମ୍ନସ୍ତରରେ ଟଙ୍କା ବିନିମୟ ମୂଲ୍ୟ; ୧ ଡଲାର = ୭୪ ଟଙ୍କା

ନୂଆଦିଲ୍ଲୀ : ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ ହ୍ରାସର ଘଟଣାକ୍ରମ ଜାରି ରହିଛି । ଶୁକ୍ରବାର ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ ସର୍ବନିମ୍ନସ୍ତରରେ ପହଞ୍ଚିଛି । ଏହି କ୍ରମରେ ଶୁକ୍ରବାର ପ୍ରତି ଡଲାର ବିନିମୟ…
Read More...

ଭାରତ ଗସ୍ତରେ ରୁଷ୍‍ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରୁଷ୍‍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଦୁଇ ଦିନିଆ ଭାରତ ଗସ୍ତରେ ଆସି ଗୁରୁବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ପୁତିନଙ୍କୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସ୍ୱାଗତ କରିଥିଲେ। ପୁତିନଙ୍କ…
Read More...

ଜେସିକା ଲାଲ ହତ୍ୟା ମାମଲା; ମନୁ ଶର୍ମାଙ୍କ ଆଗୁଆ ମୁକ୍ତି ଆବେଦନ ଅଗ୍ରାହ୍ୟ

ନୂଆଦିଲ୍ଲୀ : ମଡେଲ ଜେସିକା ଲାଲ ହତ୍ୟା ମାମଲାର ଦୋଷୀ ମନୁ ଶର୍ମାଙ୍କ ଆଗୁଆ ମୁକ୍ତି ଆବେଦନକୁ ଗୁରୁବାର ଦିଲ୍ଲୀ ସରକାର ଅଗ୍ରାହ୍ୟ କରିଦେଇଛନ୍ତି। ଦିଲ୍ଲୀର ଗୃହମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ନେତୃତ୍ୱରେ ଗଠିତ କମିଟି…
Read More...

ମହାମେଣ୍ଟ ପରିକଳ୍ପନା ପଛରେ ପାକିସ୍ତାନ: ବିଜେପି

ନୂଆଦିଲ୍ଲୀ : ଆଗାମୀ ସାଧାରଣ ନିର୍ବାଚନରେ ଶାସକ ବିଜେପିକୁ ମୁକାବିଲା କରିବା ପାଇଁ ବିରୋଧୀ ଦଳଗୁଡିକ ମହାମେଣ୍ଟ ନେଇ ପରିକଳ୍ପନା କରିଛନ୍ତି। ବିରୋଧୀଙ୍କ ଏହି ମହାମେଣ୍ଟ ଗଠନ ପରିକଳ୍ପନାକୁ ବିଜେପି ସମାଲୋଚନା କରିଛି।…
Read More...

ଜାମ୍ମୁ-କାଶ୍ମୀରରେ ବ୍ୟକ୍ତିଗତ ସୁରକ୍ଷା ଦାୟିତ୍ୱରୁ ଏସ୍‍ପିଓ ପ୍ରତ୍ୟାହୃତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରବାସୀଙ୍କୁ ଯୋଗାଇ ଦିଆଯାଇଥିବା ବ୍ୟକ୍ତିଗତ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ସ୍ୱତନ୍ତ୍ର ପୁଲିସ ଅଧିକାରୀ(ଏସ୍‍ପିଓ)ଙ୍କୁ ପ୍ରତ୍ୟାହାର କରାଯାଇଛି। ରାଜ୍ୟ ପୁଲିସ ପକ୍ଷରୁ ଏସ୍‍ପିଓମାନଙ୍କୁ…
Read More...

ହରିୟାଣାରେ ମା’ଝିଅଙ୍କୁ ବଳାତ୍କାର; ୭ପୁଲିସଙ୍କ ସହ ୧୮ଜଣଙ୍କ ନାଁରେ ମାମଲା

କୈଥାଲ : ହରିୟାଣାରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ୧୬ବର୍ଷୀୟା ତରୁଣୀ ଓ ତାଙ୍କ ମା’ଙ୍କୁ ଗଣବଳାତ୍କାର କରାଯାଇଛି। ଏହି ଘଟଣାରେ ୭ପୁଲିସ କର୍ମଚାରୀଙ୍କ ସହିତ ୧୮ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଘଟଣାର…
Read More...

କେଜରିୱାଲଙ୍କ ଘର ସମ୍ମୁଖରେ ଏମ୍‍ସିଡି କର୍ମଚାରୀଙ୍କ ଧାରଣା

ନୂଆଦିଲ୍ଲୀ : ଚାକିରି ନିୟମିତ କରିବା ସହ ଦରମା ବୃଦ୍ଧି ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୁବିଧା ପ୍ରଦାନ ଭଳି ବିଭିନ୍ନ ଦାବି ନେଇ ପୂର୍ବ ଦିଲ୍ଲୀ ପୌରନିଗମ (ଏମ୍‍ସିଡି) କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ଅରବିନ୍ଦ…
Read More...

ଭାରତ ସହ ଆଲୋଚନା ପାଇଁ ପାକିସ୍ତାନ ବ୍ୟଗ୍ର, ମଧ୍ୟସ୍ଥ ହେବାକୁ ମନା କଲା ଆମେରିକା

ଇସ୍‍ଲାମାବାଦ : ଭାରତ ସହିତ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ କରିବାକୁ ବ୍ୟଗ୍ର ପାକିସ୍ତାନ ଏ ଦିଗରେ ଆମେରିକାର ସହଯୋଗ ଲୋଡି ପୁନଃ ବିଫଳ ହୋଇଛି। ୱାଶିଂଟନ୍‍ଠାରେ ଆମେରିକା ବୈଦେଶିକ ସଚିବ ମାଇକ୍‍ ପମ୍ପିଓ ଏବଂ ଜାତୀୟ…
Read More...

ବିଜେପି ସାଂସଦ ସାଇନିଙ୍କ କାର ଉପରେ ଆକ୍ରମଣ

ଚଣ୍ଡିଗଡ଼ : ହରିୟାଣା ବିଜେପିର ବିଦ୍ରୋହୀ ସାଂସଦ କୁରୁକ୍ଷେତ୍ର ରାଜକୁମାର ସାଇନିଙ୍କ କାର୍‍ ଉପରେ ଆକ୍ରମଣ ହୋଇଛି। ସାଇନି ବୁଧବାର ସନ୍ଧ୍ୟାରେ କାର୍‍ ଯୋଗେ ପାଲୱାଲ ଜିଲା ଅତିକ୍ରମ କରିବା ବେଳେ ପାଖାପାଖି ୩୦ ଜଣ ଲୋକ…
Read More...

୭ରେ ପ୍ରବଳ ବର୍ଷା: ତାମିଲନାଡ଼ୁ ଓ କେରଳରେ ସତର୍କ ସୂଚନା ଜାରି

ଚେନ୍ନଇ : ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡ଼ୁ ଓ କେରଳରେ ଅକ୍ଟୋବର ୭ରୁ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆରବ ସାଗରର ଦକ୍ଷିଣ-ପୂର୍ବ ଭାଗରେ ଲଘୁଚାପ ସୃଷ୍ଟି…
Read More...

ସୌରମଣ୍ଡଳ ବାହାରେ ପ୍ରଥମ ଚନ୍ଦ୍ର ଠାବ

କେପ୍‍ କାନାଭିରାଲ : ଆମେରିକାର ଜ୍ୟୋତିର୍ବିଜ୍ଞାନୀମାନେ ସୌରମଣ୍ଡଳ ବାହାରେ ପ୍ରଥମଥର ଏକ ଚନ୍ଦ୍ର ଠାବ୍‍ କରିଛନ୍ତି। ଏହି ଚନ୍ଦ୍ର ଭଳି ପ୍ରାକୃତିକ ଉପଗ୍ରହଟି ନେପଚୁନ୍‍ ଭଳି ବିଶାଳ ବୋଲି କୁହାଯାଉଛି। ବିଗତ କେତେ…
Read More...

୧୩ ରାଜ୍ୟରେ ଲିଟର ପିଛା ୫ ଟଙ୍କା ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲକୁ ଶସ୍ତା କରିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଲିଟର ପିଛା ୧ ଟଙ୍କା ୫୦ ପଇସା ଉତ୍ପାଦ ଶୁଳ୍କ ହ୍ରାସ…
Read More...

ଫୋର୍ବସ ତାଲିକାରେ କ୍ରମାଗତ ୧୧ ବର୍ଷ ସବୁଠୁ ଧନୀ ଭାରତୀୟ ହେଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ : ଫୋର୍ବସ୍‍ ପତ୍ରିକା ଅନୁସାରେ ୪୭.୩ ଶହ କୋଟି ଡଲାର ସମ୍ପତ୍ତି ସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କ୍ରମାଗତ ୧୧ ବର୍ଷ ପାଇଁ ସବୁଠୁ ଧନୀ ଭାରତୀୟ ହୋଇଛନ୍ତି। ଅମ୍ବାନୀ ମଧ୍ୟ ଚଳିତ…
Read More...

ସେନ୍‍ସେକ୍ସ ୮୦୬ ଓ ନିଫ୍ଟି ୨୫୯ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଭାରତୀୟ ଅଂଶଧନ ବଜାର (ସେୟାର ମାର୍କେଟ)ରେ ଗୁରୁବାର ବଡ଼ ହ୍ରାସ ପରିଲକ୍ଷିତ ହୋଇଛି। ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜ (ବିଏସ୍‍ଇ) ସେନସେକ୍ସ ୮୦୬.୪୭ ପଏଣ୍ଟ ହ୍ରାସ ପାଇ ୩୫,୧୬୯ ପଏଣ୍ଟରେ ବନ୍ଦ ହୋଇଛି।…
Read More...

କୁଳଭୂଷଣ ମାମଲା; ଆଇସିଜେରେ ଫେବୃଆରୀ ୧୮ରୁ ଆରମ୍ଭ ହେବ ଶୁଣାଣି

ନୂଆଦିଲ୍ଲୀ : ପାକିସ୍ତାନ ଜେଲ୍‍ରେ ବନ୍ଦୀ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ମାମଲାର ଶୁଣାଣି ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ଆଇସିଜେ)ରେ ଆସନ୍ତା ବର୍ଷ ଫେବୃଆରୀ…
Read More...

ପଦ୍ମଶ୍ରୀ ପାଇଁ ବଜରଙ୍ଗ, ବିନେଶଙ୍କ ନାମ ସୁପାରିସ

ନୂଆଦିଲ୍ଲୀ : ପଦ୍ମଶ୍ରୀ ପୁରସ୍କାର ନିମନ୍ତେ ମଲ୍ଲଯୋଦ୍ଧା ବଜରଙ୍ଗ ପୁନିଆ ଓ ବିନେଶ ଫୋଗଟ୍‍ଙ୍କ ନାମ ସୁପାରିସ କରାଯାଇଥିବା ଜଣାପଡ଼ିଛି। କିଛିଦିନ ତଳେ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ନ ମିଳିବାରୁ କ୍ଷୁବ୍ଧ ବଜରଙ୍ଗ…
Read More...

ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ପ୍ରଣୟନ ପାଇଁ ବିଜେପି ପକ୍ଷରୁ ଜନଜାଗରଣ ଶୋଭାଯାତ୍ରା

ନେମାଳ : କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ହେଲେ ରାଜ୍ୟ ସରକାର ଏହି ଯୋଜନାକୁ ଓଡିଶାରେ କାର୍ଯ୍ୟକାରୀ କରିବା ପାଇଁ ବିରୋଧ କରୁଛନ୍ତି। ଉକ୍ତ ବିରୋଧକୁ ପ୍ରତିବାଦ କରି ବୁଧବାର…
Read More...

ସଡକ ଦୁର୍ଘଟଣାରେ ଜଣେ ମୃତ ୩ ଗୁରୁତର

ରାୟଗଡା : କାଶୀପୁର ବ୍ଲକ ନକଟିଗୁଡା ମନ୍ଦିର ନିକଟରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଥିବା ଜଣାପଡିଛି। ଖବରଅନୁସାରେ କାଶୀପୁର ବ୍ଲକ ନକଟିଗୁଡା ମନ୍ଦିର ନିକଟରେ ସଂନ୍ଧ୍ୟା ସମୟରେ ଦୁଇ…
Read More...

ଧର୍ମେନ୍ଦ୍ରଙ୍କୁ ମଧ୍ୟପ୍ରଦେଶ ନିର୍ବାଚନ ଦାୟିତ୍ୱ

ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ହେବାକୁ ଥିବା ମଧ୍ୟପ୍ରଦେଶରେ ବିଜେପିର ନିର୍ବାଚନ ପରିଚାଳନା ପାଇଁ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ…
Read More...

୨୦୩୦ ସୁଦ୍ଧା ପାକିସ୍ତାନ ହେବ ବିଶ୍ୱର ୪ର୍ଥ ଜନବହୁଳ ରାଷ୍ଟ୍ର

ଇସଲାମାବାଦ : ଆତଙ୍କବାଦ, ଋଣଭାର ପରେ ପାକିସ୍ତାନ ପାଇଁ ଆଉ ଏକ ବଡ ସମସ୍ୟା ହେବାକୁ ଯାଉଛି ଜନସଂଖ୍ୟା ବୃଦ୍ଧି। ରିପୋର୍ଟ ଅନୁଯାୟୀ ପାକିସ୍ତାନ ବିଶ୍ୱର ୪ର୍ଥ ଜନବହୁଳ ରାଷ୍ଟ୍ର ହେବାକୁ ଯାଉଛି। ୨୦୩୦ ସୁଦ୍ଧା…
Read More...

ଆମେରିକାରେ ସଡକ ଦୁର୍ଘଟଣାରେ ଆନ୍ଧ୍ର ବିଧାୟକଙ୍କ ମୃତ୍ୟୁ

ଅମରାବତୀ : ଆମେରିକାରରେ ଏକ ସଡକ ଦୁର୍ଘଟଣାରେ ଆନ୍ଧ୍ରପ୍ରଦେଶର ଜଣେ ବିଧାୟକ (ବିଧାନ ପରିଷଦ ସଦସ୍ୟ)ଙ୍କର ମୃତ୍ୟୁ ହୋଇଛି। ମୃତ ବିଧାୟକ ହେଉଛନ୍ତି ଏମ୍‍ ଭିଭିଏସ୍‍ ମୂର୍ତ୍ତି। ସେ ତେଲଗୁ ଦେଶମ୍‍ ପାର୍ଟି (ଟିଡିପି)ର…
Read More...

ଇଣ୍ଡୋନେସିଆରେ ଆଗ୍ନେୟ ଉଦ୍‍ଗୀରଣ

ଜାକର୍ତ୍ତା : ଇଣ୍ଡୋନେସିଆରେ ଭୂମିକମ୍ପ ଓ ସୁନାମୀ ପରେ ପୁଣି ଏକ ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଇଛି। ଭୂମିକମ୍ପ ପ୍ରଭାବରେ ସୁନାମୀ ହୋଇଥିବାବେଳେ ଏବେ ଆଗ୍ନେୟ ଉଦ୍‍ଗୀରଣ ହୋଇଛି। ସୁଲାୱେସୀ ଦ୍ୱୀପର ସୋପୁଟାନ…
Read More...

ବିଷାକ୍ତ ମଦ ପିଇ ୪୨ ମୃତ, ଅନେକ ଅନ୍ଧ

ତେହରାନ : ବିଷାକ୍ତ ମଦ ପିଇ ଇରାନରେ ୪୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଦୃଷ୍ଟିଶକ୍ତି ହରାଇଛନ୍ତି। ବିଷାକ୍ତ ମଦ ଯୋଗୁଁ ଅନେକ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ…
Read More...

ଅଚ୍ୟୁତାନନ୍ଦ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ

ନେମାଳ : ନେମାଳର ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟର ଛାତ୍ରସଂସଦ ନିର୍ବାଚନ ପାଇଁ ବୁଧବାର ଛାତ୍ରଛାତ୍ରୀ ମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରାଙ୍କ ତତ୍ୱାବଧାନରେ…
Read More...

ଜାମ୍ମୁ କାଶ୍ମୀର ପୌର ନିର୍ବାଚନ: ବିଜେପି ୬୦ ଆସନରେ ବିଜୟୀ

ଶ୍ରୀନଗର : ଜାମ୍ମୁ କାଶ୍ମୀର ନିର୍ବାଚନୀ ଇତିହାସରେ ପ୍ରଥମ ଥର ଭାରତୀୟ ଜନତା ପାର୍ଟି (ବିଜେପି) କାଶ୍ମୀର ଘାଟିର ୭ଟି ନଗର ପାଳିକା ନିର୍ବାଚନରେ ବିଜୟୀ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଜାମ୍ମୁ କାଶ୍ମୀରରେ…
Read More...

ବ୍ଲକ ସ୍ତରୀୟ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ବିଶାଳ ସମାବେଶ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକରେ ଜିଲା ସ୍ତରୀୟ ଖାଦ୍ୟ ସୁରକ୍ଷା ଯୋଜନାକୁ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଦିନ ଭୁବନେଶ୍ୱରରୁ ଥାଇ ଉଦଘାଟନ କରିଥିଲେ। ପରେ ବୁଧବାର ମୁଖ୍ୟମନ୍ତ୍ରୀ ଖୁଣ୍ଟା ଯୁକ୍ତଦୁଇ କଲେଜ…
Read More...

ଜୁଆ ଆଡାରେ ଚଢାଉ ୫ ଗିରଫ

ମୋହନା : ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଗ୍ରାମ ନିକଟ ଜଙ୍ଗଲରେ ଜୁଆ ଆଡା ଉପରେ ପୁଲିସ ଚଢାଉ କରି ୫ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫ କରି ସେମାନଙ୍କ ଠାର ୫ଟି ବାଇକ୍ ଓ ୪୫୦୦ ଟଙ୍କା ଜବତ କରିଥିବା ଅଡବା ଥାନା…
Read More...

କୃଷକଙ୍କୁ କେନ୍ଦ୍ର ସରକାରଙ୍କ ଉପହାର, ରବି ଫସଲ ଏମ୍‍ଏସ୍‍ପି ବଢିଲା

ନୂଆଦିଲ୍ଲୀ : କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାର ବୁଧବାର ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‍ଏସ୍‍ପି) ବଢାଇ ଦେଇଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଗହମ, ଚଣା, ସୋରିଷ, ଯଅ, ମସୁରର…
Read More...

ହିଲଟପ କଲେଜରେ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ମୋହନା : ସ୍ଥାନୀୟ ହିଲଟପ କନିଷ୍ଠ ମହାବିଦ୍ୟାଳୟ ପରିସରରେ ଯୁକ୍ତ ୨ ଅଧ୍ୟକ୍ଷ ସିମାଞ୍ଚଳ ସାହୁଙ୍କ ସଭାପତିତ୍ୱରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ମହାରଥୀଙ୍କ ଜନସମ୍ପର୍କ ପଦଯାତ୍ରା

ପିପିଲି : ପିପିଲି ବ୍ଲକର ତିନୋଟି ପଞ୍ଚାୟତ ଦୁର୍ଗାଦାସପୁର, ଚନ୍ଦ୍ରାଦେଇପୁର ଓ ରୂପଦେଇପୁରରେ ବୁଧବାର ଦିନ ବିଜେଡି କର୍ମୀ, ସମର୍ଥକ ଓ ଦଳୀୟ ନେତୃବୃନ୍ଦଙ୍କୁ ନେଇ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ…
Read More...

କିଶାନ ଘାଟରେ ପହଞ୍ଚିବା ସହ କୃଷକଙ୍କ ଶୋଭାଯାତ୍ରା ଶେଷ

ନୂଆଦିଲ୍ଲୀ : କିଶାନ କ୍ରାନ୍ତି ପଦଯାତ୍ରାକୁ ଦିଲ୍ଲୀ ଅଭିମୁଖେ ରାସ୍ତା ଛାଡ଼ି ଦେଇଛନ୍ତି ସରକାର। ଭାରତୀୟ କିଶାନ ୟୁନିୟନ ଦ୍ୱାରା ସେପ୍ଟେମ୍ବର ୨୩ରୁ ଆରମ୍ଭ ଏହି ପଦଯାତ୍ରା ବୁଧବାର ଅପରାହ୍ଣରେ କିଶାନ ଘାଟରେ ପହଞ୍ଚିବା…
Read More...

ଉପମହାଦେଶରେ ସାମରିକ ଖେଳକୁ ବଦଳାଇଦେବେ ରାଫେଲ ଓ ଏସ୍‍-୪୦୦ : ଧାନୋଆ

ନୂଆଦିଲ୍ଲୀ : ଫ୍ରାନ୍ସି ନିର୍ମିତ ରାଫେଲ ଓ ରୁଷ୍‍ ନିର୍ମିତ ଏସ୍‍-୪୦୦ଯୁଦ୍ଧବିମାନ ଭାରତୀୟ ବାୟୁସେନା ପାଇଁ ‘ବୁଷ୍ଟର ଡୋଜ୍‍’ ଭଳି। ଭାରତୀୟ ଉପମହାଦେଶରେ ପ୍ରବେଶ ସହିତ ରାଫେଲ ଯୁଦ୍ଧବିମାନ ଏଠାକାର ସାମରିକ ଖେଳକୁ…
Read More...

ବ୍ୟାଙ୍କ ଅଫ୍‍ ମହାରାଷ୍ଟ୍ରର ୫୧ ଶାଖା ବନ୍ଦ, ନଭେମ୍ବର ୩୦ରୁ କାମ କରିବନି ଚେକ୍‍ବୁକ୍‍

ନୂଆଦିଲ୍ଲୀ : ବ୍ୟାଙ୍କ ଅଫ୍‍ ମହାରାଷ୍ଟ୍ର (ବିଓଏମ୍‍) ନିଜର ୫୧ଟି ଶାଖା ବନ୍ଦ କରିବାକୁ ଘୋଷଣା କରିଛି। ଏହି ସରକାରୀ ବ୍ୟାଙ୍କର ପୁନେସ୍ଥିତ ମୁଖ୍ୟ କାର୍ଯ୍ୟାଳୟରୁ ଜାରି ଇସ୍ତେହାର ଅନୁସାରେ ବନ୍ଦ ହେଉଥିବା ଏହି…
Read More...

ରୁଷ ବିମାନ ଆକ୍ରମଣରେ ବାଗଦାଦୀର ସାନପୁଅ ମୃତ

ବାଗଦାଦ : ରୁଷର ବିମାନ ଆକ୍ରମଣରେ ଇସଲାମିକ ଷ୍ଟେଟ୍‍ (ଆଇଏସ୍‍ଆଇଏସ୍‍) ଆତଙ୍କବାଦୀ ସଂଗଠନ ପ୍ରତିଷ୍ଠାତା ଅବୁବକ୍ର ଅଲବାଗଦାଦୀର ସାନପୁଅର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ…
Read More...

ଦିଗ୍‍ବିଜୟ ବିଜେପି ଏଜେଣ୍ଟ, ତାଙ୍କ ଯୋଗୁ କଂଗ୍ରେସ-ବିଏସ୍‍ପି ମେଣ୍ଟ ହେଲାନି : ମାୟାବତୀ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନ୍‍ଡିଏ ବିରୋଧରେ ଜାତୀୟସ୍ତରରେ ଏକ ମିଳିତ ବିରୋଧୀ ମେଣ୍ଟ ପରିକଳ୍ପନାକୁ ବୁଧବାର ବହୁଜନ ସମାଜବାଦୀ ପାର୍ଟି (ବିଏସ୍‍ପି) ଅଧ୍ୟକ୍ଷା ମାୟାବତୀ ପାଣିଚିଆ…
Read More...

୬ ଘଣ୍ଟା ବ୍ୟାଟେରୀ ବ୍ୟାକ୍‍ଅପ୍‍ ସହିତ ଭାରତୀୟ ବଜାରକୁ ଅାସିଲା ଜିଓମୀର ‘ଏମଆଇ କମ୍ପାକ୍ଟ ବ୍ଲଟୁଥ ସ୍ପିକର-୨’

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ଜିଓମୀ ଭାରତରେ ନିଜର ନୂଆ ବ୍ଲୁଟୁଥ ସ୍ପିକର ଲଞ୍ଚ କରିଛି। ଜିଓମୀର ଏହି ବ୍ଲୁଟୁଥ ସ୍ପିକରର ନାମ ‘ଏମଆଇ କମ୍ପାକ୍ଟ ବ୍ଲୁଟୁଥ ସ୍ପିକର-୨’। ଯାହାର ମୂଲ୍ୟ ମାତ୍ର ୭୯୯ ଟଙ୍କା।…
Read More...

୩ ରସାୟନ ବିଜ୍ଞାନୀଙ୍କୁ ନୋବେଲ

ଷ୍ଟକହୋମ : ପ୍ରୋଟିନ୍‍, ଜୈବ ଇନ୍ଧନ ଏବଂ କ୍ୟାନସର ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଲାଗି ଦୁଇ ଆମେରିକୀୟ ବୈଜ୍ଞାନିକ ଫ୍ରାନ୍ସିସ୍‍ ଏଚ୍‍ ଆରନୋଲ୍ଡ ଓ ବୈଜ୍ଞାନିକ ଜୋର୍ଜ ପି ସ୍ମିଥ, ବ୍ରିଟେନ୍‍ର ବୈଜ୍ଞାନିକ…
Read More...

ଚିକିତ୍ସା ପାଇଁ ଆମେରିକା ଯିବେ ରିଷି

ମା’ କୃଷ୍ଣା ରାଜ୍ କପୁରଙ୍କ ମୃତ୍ୟୁରେ ଭାଙ୍ଗିପଡ଼ିଛନ୍ତି ରିଷି କପୁର। ଭର୍ଟିଗୋ ରୋଗୀ ଋଷିଙ୍କ ଏଇ ରୋଗ ନିମନ୍ତେ ପୂରା ପରିବାର ଲୋକେ ଖୁବ୍ ସଚେତନ। କୌଣସି ମାନସିକ ଚାପ ତାଙ୍କୁ ଆଦୌ ଦିଆଯାଏ ନାହିଁ, କାରଣ କ୍ଷଣକୋପୀ…
Read More...

ଆବୁଧାବିରେ ସଲମାନ୍

ନିଜ ଆଗାମୀ ଚଳଚ୍ଚିତ୍ର ‘ଭାରତ’ର ଶେଷ ପର୍ଯ୍ୟାୟ ସୁଟିଂରେ ବଲିଉଡର ସୁଲତାନ୍ ସଲମାନ୍ ଖୁବ୍ ବ୍ୟସ୍ତ ଅଛନ୍ତି। ଇଉରୋପର ବିଭିନ୍ନ ପ୍ରାନ୍ତ ପରେ ମୁମ୍ବଇରେ ସୁଟିଂ ଶେଷ କରି ଏବେ ପୂରା ଟିମ୍ ଆବୁଧାବିରେ ୯ଦିନିଆର ସୁଟିଂରେ…
Read More...

କ୍ରମାଗତ ୭ମ ସିରିଜ୍‍ ବିଜୟ ଲକ୍ଷ୍ୟରେ ଭାରତ

ମୁମ୍ବଇ : ଚଳିତମାସ ୪ରୁ ଘରୋଇ ଭାରତ ବିପକ୍ଷରେ ୨ ମ୍ୟାଚ୍‍ର ଟେଷ୍ଟ ସିରିଜ୍‍ ଖେଳିବ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‍। ଦୀର୍ଘ ୫ ବର୍ଷ ପରେ ଭାରତ ଗସ୍ତରେ ଆସିଛି ଦିନକୁ ଦିନ ଦୁର୍ବଳ ହୋଇ ଯାଉଥିବା ୱେଷ୍ଟଇଣ୍ଡିଜ୍‍ ଦଳ।…
Read More...

ଓଡ଼ିଶାକୁ ୪୮ ରନରେ ହରାଇଲା ଛତିଶଗଡ଼

କଟକ : ନୂଆଦିଲ୍ଲୀରେ ଚାଲିଥିବା ବିଜୟ ହଜାରେ ଟ୍ରଫି ଆନ୍ତଃରାଜ୍ୟ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମଙ୍ଗଳବାର ଖେଳାଯାଇଥିବା ଏଲିଟ୍‍ ଗ୍ରୁପ୍‍-ବି ମ୍ୟାଚରେ ଛତିଶଗଡ ୪୮ ରନରେ ଓଡ଼ିଶାକୁ ପରାସ୍ତ କରିଛି। ଏହି ବିଜୟ…
Read More...

ସିଆଇସି ନିଷ୍ପତ୍ତି ବିରୋଧରେ ଅଦାଲତ ଯିବ ବିସିସିଆଇ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‍ କଣ୍ଟ୍ରୋଲ୍‍ ବୋର୍ଡ (ବିସିସିଆଇ)କୁ ସୂଚନା ଅଧିକାର ଆଇନ ପରିସରଭୁକ୍ତ କରିବାକୁ କେନ୍ଦ୍ର ସୂଚନା କମିସନ (ସିଆଇସି) ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ବିରୋଧ କରି ଅଦାଲତର ଦ୍ୱାରସ୍ଥ…
Read More...

ପ୍ରଥମ ଟେଷ୍ଟ ଖେଳିବେନି କେମାର ରୋଚ୍‍

ରାଜକୋଟ : ଆସନ୍ତା ୪ରୁ ଏଠାରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହେଉଥିବାବେଳେ ୱେଷ୍ଟଇଣ୍ଡିଜର ଫାଷ୍ଟ ବୋଲର କେମାର ରୋଚ୍‍ ଏହି ଟେଷ୍ଟରେ ଖେଳିବେ ନାହିଁ ବୋଲି ଜଣାପଡିଛି। ଜେଜେମାଙ୍କ…
Read More...

ଇଣ୍ଡୋନେସିଆରେ ସୁନାମୀ ମୃତ୍ୟୁସଂଖ୍ୟା ୧୨୩୪ ଛୁଇଁଲା

ଜାକର୍ତ୍ତା/ନୂଆଦିଲ୍ଲୀ : ଇଣ୍ଡୋନେସିଆର ସୁଲାୱେସୀ ଦ୍ୱୀପରେ ଘଟିଥିବା ଭୂମିକମ୍ପ ଓ ଏହାର ପରବର୍ତ୍ତୀ ସୁନାମୀ ଜନିତ ମୃତ୍ୟୁସଂଖ୍ୟା ୧୨୩୪କୁ ବୃଦ୍ଧି ପାଇଛି। ଉଦ୍ଧାରକାର୍ଯ୍ୟ ଜାରି ରହିଥିବାବେଳେ ମୃତ୍ୟୁସଂଖ୍ୟା…
Read More...

ଗାନ୍ଧୀ ଜୟନ୍ତୀରେ ମନେ ପଡ଼ିଲେନି ଗାନ୍ଧୀ

ମୁଖିଗୁଡ଼ା : ଆଜି ସମଗ୍ର ଦେଶରେ ଗାନ୍ଧୀ ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଥିବା ବେଳେ ଜୟପାଟଣା ତହସିଲ ପରିସରରେ ଥିବା ଗାନ୍ଧୀ ପ୍ରତିମୁର୍ତ୍ତୀ ପ୍ରତି କାହାର ମଧ୍ୟ ଧ୍ୟାନ ନଥିଲା। ଅନ୍ୟବର୍ଷ ମାନଙ୍କରେ ଗାନ୍ଧୀ…
Read More...

ରାମ ମନ୍ଦିର ନିର୍ମାଣକୁ କେହି ବିରୋଧ କରିପାରିବେ ନାହିଁ: ଭାଗବତ

ହରିଦ୍ୱାର : ଉତ୍ତରପ୍ରଦେଶ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ କେହି ବିରୋଧ କରିପାରିବେ ନାହିଁ। ଏପରି କି ବିରୋଧୀ ଦଳ ମଧ୍ୟ ଏହି ମନ୍ଦିର ନିର୍ମାଣକୁ କରିପାରିବେ ନାହିଁ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ…
Read More...

ଦଳ ଛାଡିଲେ ବିଜେପି ବିଧାୟକ, କଂଗ୍ରେସରେ ଯୋଗଦେବାର ସଂକେତ

ମୁମ୍ବଇ : ମହାରାଷ୍ଟ୍ରର ବିଜେପି ବିଧାୟକ ଆଶିଷ ଦେଶମୁଖ ମଙ୍ଗଳବାର ଦଳରୁ ଇସ୍ତଫା ଦେଇଛନ୍ତି। ଆଶିଷ ଦଳର ପ୍ରାଥମିକ ସଦସ୍ୟ ପଦ ସହିତ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସ୍ୱତନ୍ତ୍ର ବିଦର୍ଭ ରାଜ୍ୟ ଗଠନର ଜଣେ ଦୃଢ…
Read More...

ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଗାନ୍ଧୀ ଜୟନ୍ତୀ ପାଳିତ

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ଆରଡିପୀଠରେ ଥିବା ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଗାନ୍ଧୀ ଜୟନ୍ତୀ ମହାସମାହୋରରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ…
Read More...

ମୁଲାୟମ ସିଂହଙ୍କ ଜୀବନ ପ୍ରତି ବିପଦ ରହିଛି: ଶିବପାଲ ଯାଦବ

ଲକ୍ଷ୍ନୌ : ସମାଜବାଦୀ ପାର୍ଟି (ସପା)ର ପୂର୍ବତନ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ଜୀବନ ପ୍ରତି ବିପଦ ରହିଛି। ମହାତ୍ମା ଗାନ୍ଧିଙ୍କ ପରି ନେତାଜୀଙ୍କ ମଧ୍ୟ ହତ୍ୟା ହୋଇପାରେ…
Read More...

ପିପିଲି ନଗର କଂଗ୍ରେସ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

ପିପିଲି : ପିପିଲି ନଗର କଂଗ୍ରେସ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠୀର ସାମନ୍ତରାୟଙ୍କ ନେତୃତ୍ୱରେ ପିପିଲି ନଗର କଂଗ୍ରେସ କମିଟି ଓ ବ୍ଲକ…
Read More...

ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

ପିପିଲି : ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ପ୍ରଥମେ ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ପକ୍ଷରୁ ପିପିଲି ସରକାରୀ ଡାକ୍ତରଖାନା ପରିସରରେ ସାମୁହିକ ସଫେଇ କାର୍ଯ୍ୟ…
Read More...

ପିପିଲିରେ ଗାନ୍ଧୀ ଜୟନ୍ତୀ ପାଳିତ

ପିପିଲି : ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ବିଭିନ୍ନ ସ୍କୁଲ ଓ କଲେଜରେ ଏହି ଉପଲକ୍ଷେ ବିଭିନ୍ନ…
Read More...

ମହଙ୍ଗା ହେବ ବିମାନ ଯାତ୍ରା !

ନୂଆଦିଲ୍ଲୀ : ବିମାନ ଇନ୍ଧନ (ଏଟିଏଫ) ଦାମ ବୃଦ୍ଧି ଏବଂ ୫% ଆମଦାନୀ ଶୁଳ୍କ ବୃଦ୍ଧିର ପ୍ରଭାବ ଭାରତର ବିମାନ ଯାତ୍ରା ଉପରେ ପଡ଼ିଛି। ଫଳରେ ଖୁବଶୀଘ୍ର ବିମାନ ଯାତ୍ରା ମହଙ୍ଗା ହେବ ବୋଲି ଆଶଙ୍କା କରାଯାଉଛି। ଉତ୍ସବ ଋତୁ…
Read More...

ଅସ୍ମୈ ଗୁରୁବେ ନମଃ ପୁସ୍ତକ ଉନ୍ମୋଚିତ

ବଡସାହି : ବିଶିଷ୍ଟ ସାହିତ୍ୟ ସାଧିକା ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ଆଚାର୍ଯ୍ୟଙ୍କ ଲିଖିତ ପୁସ୍ତକ ‘ଅସ୍ମେ ଗୁରୁବେ ନମଃ’ ମଙ୍ଗଳବାର ଗାନ୍ଧୀ ଜୟନ୍ତୀ ଅବସରରେ ଆମ୍ବଡାଳି…
Read More...

ବଡ଼ସାହି : କଂଗ୍ରେସ ଦଳରେ ସାମିଲ ହେଲେ ୫୦ରୁ ଉର୍ଦ୍ଧ୍ବ କର୍ମୀ

ବଡସାହି : ବଡ଼ସାହି ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ଗାନ୍ଧୀ ଓ…
Read More...

ବଡ଼ସାହି ଡ଼ାକ୍ତରଖାନାରେ ସ୍ୱଚ୍ଛତା ଦିବସ ପାଳିତ

ବଡସାହି : ଗାନ୍ଧୀ ଜୟନ୍ତୀ ଅବସରରେ ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ନାରାୟଣ ବେହେରାଙ୍କ ପ୍ରତ୍ୟକ୍ଷ…
Read More...

ବିଜେଡିର ଜନସମ୍ପର୍କ ପଦଯାତ୍ରା

ବଡସାହି : ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବଡ଼ସାହି ବିଜେଡି ବ୍ଲକ ସଭାପତି ପ୍ରକାଶ ଚନ୍ଦ୍ର ଦଳେଇଙ୍କ ନେତୃତ୍ୱରେ ଏକ ଜନସମ୍ପର୍କ ପଦଯାତ୍ରା ବଡ଼ସାହି ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇଥିଲା। ଏଥିରେ ବଡ଼ସାହି…
Read More...

ମାଲକାନଗିରି ବେଜିଙ୍ଗ ଠାରେ ମାଓ ସମର୍ଥକଙ୍କ ମେଳି

ମାଲକାନଗିରି : ମାଲକାନଗିରିର ବିଚ୍ଛିନ୍ନାଞ୍ଚଳ ବେଜିଙ୍ଗ ଠାରେ ମାଓ ସମର୍ଥକ ମେଳି କରିଛନ୍ତି । ୫ଟି ପଞ୍ଚାୟତର ଶତାଧିକ ମାଓ ସମର୍ଥକ ଗୁରୁପ୍ରିୟା ସେତୁକୁ ବିରୋଧ କରିବା ସହ ବିଚ୍ଛିନ୍ନାଞ୍ଚଳରେ ବନ୍ୟା ଯୋଗୁଁ ହୋଇଥିବା…
Read More...

ଏସିରୁ ବିଷାକ୍ତ ବାଷ୍ପ ନିର୍ଗତ ହୋଇ ପରିବାରର ୩ମୃତ

ଚେନ୍ନଇ : ତାମିଲନାଡ଼ୁର କୋୟାମବେଡ଼ୁ ନିକଟ ମେଟ୍ଟୁକୁଲମ୍‍ଠାରେ ସୋମବାର ରାତିରେ ଘରେ ଶୋଇଥିବା ସମୟରେ ଏୟାର କଣ୍ଡିସନର୍‍(ଏସି) ଯନ୍ତ୍ରରୁ ବିଷାକ୍ତ ବାଷ୍ପ ନିର୍ଗତ ହୋଇ ଗୋଟିଏ ପରିବାରର ତିନିଜଣଙ୍କ ପ୍ରାଣହାନି ଘଟିଛି।…
Read More...

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସିଂହଟିଆ ହାଇସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଡସାହି : ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସିଂହଟିଆ ହାଇସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଂହଟିଆ ରାଧାକୃଷ୍ଣ ନୋଡାଲ ହାଇସ୍କୁଲରେ ପ୍ରଧାନଶିକ୍ଷକ ମଧୁସୂଦନ ସେନାପତିଙ୍କ ଅଧ୍ୟକ୍ଷାରେ…
Read More...

ବଡସାହି ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବଡ଼ସାହି : ମଙ୍ଗଳବାର ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ବଡ଼ସାହି ବ୍ଲକର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ଉତ୍କଳ ଶିକ୍ଷା ପରିଷଦ…
Read More...

ଖୁବ୍‍ଶୀଘ୍ର ଅନଲାଇନରେ ୭ ଅପରାଧର ଏଫ୍‍ଆଇ୍‍ଆର୍‍ ରୁଜୁ ହେବ

ନୂଆଦିଲ୍ଲୀ : ଖୁବ୍‍ଶୀଘ୍ର ୭ ଅପରାଧ, ଏହି ସମ୍ପର୍କିତ ସେବାର ଅଭିଯୋଗ ଏବଂ ଏଫ୍‍ଆଇ୍‍ଆର୍‍ ଅନଲାଇନରେ ରୁଜୁ ହେବ। କେନ୍ଦ୍ର ସରକାର ଏନେଇ ସବୁ ରାଜ୍ୟରେ ‘ନାଗରିକ କେନ୍ଦ୍ରିତ ପୋର୍ଟାଲ’ ଆରମ୍ଭ କରିବେ। ଲୋକେ ଏହି…
Read More...

ସିପିଆଇଏମ୍‍ଏଲ୍‍ ପକ୍ଷରୁ ମଦ ବିରୋଧି ଶୋଭାଯାତ୍ରା

ପିପିଲି :ସିପିଆଇଏମ୍‍ଏଲ୍‍ ଓ ଅଖିଳ ଭାରତ ପ୍ରଗତିଶୀଳ ମହିଳା ସଂଗଠନ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ପିପିଲିରେ ଏକ ମଦ ବିରୋଧି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସିପିଆଇଏମ୍‍ଏଲ୍‍ ଲିବରେସନ ଓ ଅଖିଳ ଭାରତ…
Read More...

‘ପାକିସ୍ତାନ ଏକ ଦରିଦ୍ର ରାଷ୍ଟ୍ର, ବେଶି ରୁଣଭାର ସମ୍ଭାଳି ପାରିବ ନାହିଁ’

ଇସଲାମାବାଦ : ପାକିସ୍ତାନ ସରକାର ଚୀନ ସହାୟତାରେ ନିର୍ମାଣ କରୁଥିବା ରେଶମ ରାସ୍ତା ‘ସିଲ୍କ ରୋଡ଼’ ରେଳ ପ୍ରକଳ୍ପରୁ ଦୁଇ ଶହ କୋଟି ଡଲାର କାଟ୍‍ କରିବାକୁ ନିଷ୍ପତ୍ତି ନେଇଛନ୍ତି। କରାଚିରୁ ପେଶାୱାର ପର୍ଯ୍ୟନ୍ତ ୧,୮୭୨…
Read More...

ପିପିଲି କଲେଜ ଛାତ୍ରସଂସଦ ନିର୍ବାଚନ ବାତିଲ

ପିପିଲି : ପିପିଲି କଲେଜର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି। ଏଥିସହ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ପିପିଲି କଲେଜର ଅଧ୍ୟକ୍ଷ ଡ଼ଃ ଭୀମସେନ କରଙ୍କ ଅଧ୍ୟକ୍ଷତାରେ କଲେଜ…
Read More...

ଆଫଗାନିସ୍ତାନ ନିର୍ବାଚନୀ ର‍୍ୟାଲିରେ ଆତ୍ମଘାତୀ ବିସ୍ଫୋରଣ: ୧୩ ମୃତ, ୩୦ ଆହତ

କାବୁଲ : ଆଫଗାନିସ୍ତାନର ପୂର୍ବ ନାଙ୍ଗାରହାର ପ୍ରଦେଶରେ ମଙ୍ଗଳବାର ଏକ ନିର୍ବାଚନୀ ର‍୍ୟାଲିରେ ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ୧୩ ଜଣଙ୍କ ମୃତ୍ୟୁ ଘଟିଛି ଓ ୩୦ରୁ ଅଧିକ ଆହତ ହୋଇଛନ୍ତି। ଆଫଗାନିସ୍ତାନ ପ୍ରଦେଶ ଗଭର୍ଣ୍ଣର…
Read More...

ବିଏସ୍ଏନ୍ଏଲର ନୂଆ ଉପହାର, ୧୮ଟଙ୍କାରେ ମିଳିବ ଅନଲିମିଟେଡ ଡାଟା

ନୂଆଦିଲ୍ଲୀ : ଭାରତ ସଂଚାର ନିଗମ ଲିମିଟେଡ( ବିଏସ୍‍ଏନ୍‍ଏଲ୍‍) ତାର ପ୍ରିପେଡ ଉପଭୋକ୍ତାଙ୍କ ପାଇଁ ସ୍ପେସିଆଲ ତାରିଫ ଭାଉଚର(ଏସଟିଭି) ୧୮ ଆଣିଛି। ୧୮ ଟଙ୍କାର ଏହି ପ୍ଲାନର ବୈଧତା ୨ଦିନ। ବିଏସ୍ଏନ୍ଏଲ୍ ର ୧୮ବର୍ଷ…
Read More...

ଅର୍ଥର ଆଶକିନ୍‍, ଗେରାର୍ଡ ମୌରୁ ଏବଂ ଡୋନା ଷ୍ଟ୍ରିକ୍‍ଲାଣ୍ଡଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ୍‍ : ଲେଜର ଫିଜିକ୍ସରେ ଉଲ୍ଲେଖନୀୟ ଅବଦାନ ପାଇଁ ଆମେରିକାର ଅର୍ଥର ଆଶକିନ୍‍, ଫ୍ରାନ୍ସର ଗେରାର୍ଡ ମୌରୁ ଏବଂ କାନାଡାର ଡୋନା ଷ୍ଟ୍ରିକ୍‍ଲାଣ୍ଡ ଚଳିତବର୍ଷ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବାକୁ…
Read More...

ଚାଇନିଜ୍‍ ତାଇପେ ଓପନ୍‍ : ଜୟରାମ, ସୌରଭଙ୍କ ଉପରେ ସମସ୍ତଙ୍କ ନଜର

ତାଇପେ ସିଟି : ମଙ୍ଗଳବାରରୁ ଏଠାରେ ଆରମ୍ଭ ହେବାକୁ ଯାଉଥିବା ଚାଇନିଜ୍‍ ତାଇପେ ଓପନ୍‍ ବ୍ୟାଡମିଣ୍ଟନ୍‍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳି ଅଜୟ ଜୟରାମ ଓ ସୌରଭ ବର୍ମା କିଭଳି ପ୍ରଦର୍ଶନ କରୁଛନ୍ତି ତା’ ଉପରେ ସମସ୍ତଙ୍କ…
Read More...

ମନୋନୟନକାରୀଙ୍କ ଉପରେ ବର୍ଷିଲେ ହରଭଜନ୍‍

ମୁମ୍ବଇ : ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍‍ ନିମନ୍ତେ ଭାରତୀୟ ଦଳରେ ବ୍ୟାଟସମ୍ୟାନ୍‍ ରୋହିତ ଶର୍ମାଙ୍କୁ ସ୍ଥାନ ନ ମିଳିବା ବିଷୟକୁ ନେଇ ବେଶ୍‍ କ୍ଷୁବ୍ଧ ଅଛନ୍ତି ଅଫ୍‍ସ୍ପିନର ହରଭଜନ୍‍ ସିଂହ। ଏହାକୁ ନେଇ…
Read More...

କଲକାତାରେ ପ୍ରଚାର; ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲକ୍ସରେ ଆଉ ମାତ୍ର ୫୬ ଦିନ ପରେ ପୁରୁଷ ହକି ବିଶ୍ୱକପ ଖେଳାଯିବ।୧୬ଟି ଦେଶକୁ ନେଇ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଉକ୍ତ ପ୍ରତିଯୋଗିତା ଲାଗି…
Read More...

ସାହିତ୍ୟରେ ନୋବେଲ ପୁରସ୍କାର ବିବାଦ; ଆର୍ଣ୍ଣଲ୍ଟଙ୍କୁ ଦୁଇ ବର୍ଷ କାରାଦଣ୍ଡାଦେଶ

କୋପେନ୍‍ହାଗନ୍‍ : ନୋବେଲ ପୁରସ୍କାର ପ୍ରଦାନରେ ପ୍ରିୟାପ୍ରୀତି ତୋଷଣକୁ ନେଇ ଉଠିଥିବା ଝଡ଼ ଏକରକମ ପ୍ରମାଣିତ ହୋଇଛି। ବିଶେଷକରି ସାହିତ୍ୟ ନୋବେଲ ପୁରସ୍କାରକୁ ନେଇ ଉଠିଥିବା ବିବାଦରେ ଜଣେ ସ୍ୱିଡିସ୍‍ ଏକାଡେମୀ…
Read More...

ଓଲ୍‍ଟମ୍ୟାନ୍‍ସ ମାଲେସିଆ ହକି ଦଳର ମୁଖ୍ୟ ପ୍ରଶିକ୍ଷକ

କୁଆଲାଲୁମ୍ପପୁର : ମାଲେସିଆ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଓଲ୍‍ଟମ୍ୟାନ୍‍ସଙ୍କୁ ସୋମବାର ନିଯୁକ୍ତ କରାଯାଇଛି। ପୂର୍ବରୁ ଓଲ୍‍ଟମ୍ୟାନ୍‍ସ ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରି…
Read More...

ଏଣିକି ଆବେଦନପତ୍ର ପ୍ରତ୍ୟାହାର କରିପାରିବେ ୟୁପିଏସ୍‍ସି ଆଶାୟୀ

ନୂଆଦିଲ୍ଲୀ : କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ପରିଚାଳିତ ସାଧାରଣ ପ୍ରଶାସନିକ ସେବା ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଲାଗି ଖୁସି ଖବର। କାରଣ ୟୁପିଏସସି ପରିଚାଳିତ ସାଧାରଣ ପ୍ରଶାସନିକ ସେବା ପରୀକ୍ଷା ପାଇଁ ଆବେଦନ…
Read More...

ବଜାରକୁ ଆସିବ ୧୦ଜିବି ରାମ ଥିବା ବିଶ୍ୱର ପ୍ରଥମ ସ୍ମାର୍ଟଫୋନ

ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତୀୟ ବଜାରରେ ୧୦ଜିବି ରାମ ଥିବା ବିିଶ୍ୱର ପ୍ରଥମ ସ୍ମାର୍ଟଫୋନ ଲଞ୍ଚ ହେବାକୁ ଯାଉଛି। ଏହି ଫୋନ ଲଞ୍ଚ କରିବ ଚୀନର ସ୍ମାର୍ଟଫୋନ କମ୍ପାନୀ ଓପୋ। ଏହି ମଡେଲର ନାମ ‘ଓପୋ ଫାଇଣ୍ଡ ଏକ୍ସ’। ଏହି…
Read More...

ନୌବାହିନୀ ହେଲିକପ୍ଟର ଦୁର୍ଘଟଣା; ବର୍ତ୍ତିଲେ ୩ କର୍ମଚରୀ

ଚେନ୍ନଇ : ତାମିଳନାଡୁର ରାଜାଲିଠାରେ ନୌବାହିନୀର ଏକ ଚେତକ ହେଲିକପ୍ଟର ସୋମବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ନିୟମିତ ଅଭ୍ୟାସ ସମୟରେ ଚେନ୍ନଇ ନିକଟସ୍ଥ ଆରାକୋନମ୍‍ସ୍ଥିତ ଆଇଏନ୍‍ଏସ୍‍ ରାଜାଲି ନୌଘାଟିଠାରେ ଚିଏଚ୍‍-୪୪୨…
Read More...

ଅସହାୟ ବୃଦ୍ଧ ଦମ୍ପତିଙ୍କୁ ସହାୟତାର ହାତ ବଢ଼ାଇଲା ପ୍ରଶାସନ

କଲମପୁର : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ଅନ୍ତର୍ଗତ ବାଲିଛଡା ଗ୍ରାମର ଏକ ବୃଦ୍ଧ ଦମ୍ପତିଙ୍କୁ ପ୍ରଶାସନା ସହାୟତାର ହାତ ବଢାଇଥିବା ଜଣାପଡିଛି। ଦମ୍ପତି ଅସହାୟ ହୋଇ ପଡିଥିବାବେଳେ ସ୍ଥାନୀୟ ସମାଜସେବୀଙ୍କ ଉଦ୍ୟମ…
Read More...

ଭାରତୀୟ ମୁକ୍ତି ସଂଗ୍ରାମରେ ଗାନ୍ଧିଙ୍କ ପ୍ରବେଶ : ଚମ୍ପାରଣ, ଖେଡ଼ା ଓ ଅହମଦାବାଦ ଆନ୍ଦୋଳନର ଦୃଶ୍ୟପଟ୍ଟ

ରଜତ କାନ୍ତ ଦାଶଙ୍କ ବିଶେଷ ଉପସ୍ଥାପନା : ୧୯୧୫ରେ ଭାରତୀୟ ରାଜନୀତି ଏବଂ ସ୍ୱାଧୀନତା ସଂଗ୍ରାମରେ ମୋହନଦାଶ କରମଚାନ୍ଦ ଗାନ୍ଧିଙ୍କ ପ୍ରବେଶ। ମାତ୍ର ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା (୧୮୯୩-୧୯୧୪) ମଧ୍ୟରେ ସତ୍ୟାଗ୍ରହର…
Read More...

ଅଧ୍ୟକ୍ଷ ଶରତ କୁମାର ମହାନ୍ତିଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ନେମାଳ : ନେମାଳ ଥାନା ଅନ୍ତର୍ଗତ ନଗସପୁର ପଞ୍ଚାୟତର ବରିଷ୍ଠ ଶିକ୍ଷାବିତ୍‍ ତଥା ଲୋକନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ଶରତ କୁମାର ମହାନ୍ତିଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ଅଞ୍ଜନ…
Read More...

ଗୌତମ ନାଭଲାଖା ଗୃହବନ୍ଦୀରୁ ମୁକ୍ତ

ନୂଆଦିଲ୍ଲୀ : ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ଭୀମା କୋରେଗାଓଁ ମାମଲାରେ ଗୃହବନ୍ଦୀ ଥିବା ସାମାଜିକ କର୍ମୀ ଗୌତମ ନାଭଲାଖାଙ୍କୁ ମୁକ୍ତ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ନାଭଲାଖାଙ୍କ ଗୃହବନ୍ଦୀ ଅବଧି ୨୪ଘଣ୍ଟାରୁ…
Read More...

ବେକାରୀ ଭତ୍ତା ଦେବେ ଚନ୍ଦ୍ରବାବୁ

ଅମରାବତି : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‍. ଚନ୍ଦ୍ରବାବୁ ନାଇଡୁ ଆସନ୍ତା କାଲି, ମଙ୍ଗଳବାରଠାରୁ ରାଜ୍ୟର ବେକାର ଯୁବକଯୁବତୀ ମାସିକ ଭତ୍ତା ପାଇବେ ବୋଲି ଘୋଷଣା କରିଛନ୍ତି। ଏହି ଅନୁସାରେ ରାଜ୍ୟର ୨ଲକ୍ଷରୁ ଅଧିକ…
Read More...

ଭିନ୍ନଧର୍ମର ଯୁବତୀଙ୍କ ସହ ସମ୍ପର୍କ ପାଇଁ ଶିକ୍ଷକଙ୍କୁ ହତ୍ୟା

ନୂଆଦିଲ୍ଲୀ : ମୁସଲମାନ ଛାତ୍ରୀଙ୍କ ସହିତ ସମ୍ପର୍କ ରଖିବା ଅଭିଯୋଗରେ ଏଠାରେ ଜଣେ ଶିକ୍ଷକଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ଜଣାପଡ଼ିଛି। ଉତ୍ତର-ପଶ୍ଚିମ ଦିଲ୍ଲୀର ମହେନ୍ଦ୍ର ପାର୍କ ଅଞ୍ଚଳର ଏକ କୋଚିଂ କେନ୍ଦ୍ରରେ…
Read More...

ରୋହିଙ୍ଗ୍ୟା ଶରଣାର୍ଥୀ ସମ୍ପର୍କରେ ତଥ୍ୟ ଦେବେ ପ୍ରତି ରାଜ୍ୟ

କଲକାତା : ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କୁ ଠାବକରି ସେମାନଙ୍କ ବାୟୋମେଟ୍ରିକ ତଥ୍ୟ ସଂଗ୍ରହ କରିବାକୁ ପ୍ରତି ରାଜ୍ୟକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ। କେନ୍ଦ୍ର ସରକାର ଏହି ରିପୋର୍ଟ…
Read More...

ଖବରକାଗଜ ବିତରକ ବାଳାଙ୍କ ମୃତ୍ୟୁ ଦୁର୍ଘଟଣା ନୁହେଁ ହତ୍ୟା

ପିପିଲି : ପିପିଲି ଅଞ୍ଚଳର ଯୁବ ଖବରକାଗଜ ବିତରକ ନିଳାଦ୍ରୀ ବିହାରୀ ମହାପାତ୍ର ଓରଫ ବାଳା(୨୮)ଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ନୁହେଁ। ବରଂ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମୃତକଙ୍କ ପରିବାର ଲୋକେ ଅଭିଯୋଗ…
Read More...

ସମାଜିକ ବିଭେଦ ସୃଷ୍ଟି ଅଭିଯୋଗରେ ନେଇ କେଜରିୱାଲଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ : ସମାଜରେ ଧାର୍ମିକ ଓ ଜାତିଗତ ବିଭେଦ ସୃଷ୍ଟି କରିବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଦିଲ୍ଲୀ ବିଜେପି ମୁଖପାତ୍ର ତଥା ଓକିଲ ଅଶ୍ୱିନୀ…
Read More...

ଭାରତ-ଉଜ୍‍ବେକିସ୍ତାନ ମଧ୍ୟରେ ୧୭ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ : ପ୍ରଥମ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀଠାରେ ପହଞ୍ଚିଛନ୍ତି ଉଜ୍‍ବେକିସ୍ତାନ ରାଷ୍ଟ୍ରପତି ସାବକତ ମିର୍ଜିୟୋଏଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ୱାଗତ କରିବା ସହ ବିଭିନ୍ନ ଦ୍ୱିପାକ୍ଷିକ…
Read More...