www.samajalive.in
Tuesday, December 9, 2025
15.1 C
Bhubaneswar

ପଦ୍ମଶ୍ରୀ ପାଇଁ ବଜରଙ୍ଗ, ବିନେଶଙ୍କ ନାମ ସୁପାରିସ

ନୂଆଦିଲ୍ଲୀ : ପଦ୍ମଶ୍ରୀ ପୁରସ୍କାର ନିମନ୍ତେ ମଲ୍ଲଯୋଦ୍ଧା ବଜରଙ୍ଗ ପୁନିଆ ଓ ବିନେଶ ଫୋଗଟ୍‍ଙ୍କ ନାମ ସୁପାରିସ କରାଯାଇଥିବା ଜଣାପଡ଼ିଛି। କିଛିଦିନ ତଳେ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ନ ମିଳିବାରୁ କ୍ଷୁବ୍ଧ ବଜରଙ୍ଗ କ୍ରୀଡ଼ା ମନ୍ତ୍ରଣାଳୟ ବିରୋଧରେ ଅଦାଲତର ଦ୍ୱାରସ୍ଥ ହେବେ ବୋଲି ଧମକ ଦେଇଥିଲେ। ତେବେ ବଜରଙ୍ଗ ଓ ବିନେଶଙ୍କ ନାମ ପଦ୍ମଶ୍ରୀ ପୁରସ୍କାର ପାଇଁ ସୁପାରିସ କରାଯାଇଥିବାରୁ ସେମାନେ ଏହି ପୁରସ୍କାର ପାଇବା ଏକପ୍ରକାର ନିଶ୍ଚିିତ ବୋଲି କୁହାଯାଉଛି।
ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ବଜରଙ୍ଗ ଓ ବିନେଶଙ୍କ ନାମ ପଦ୍ମଶ୍ରୀ ପୁରସ୍କାର ପାଇଁ ଭାରତୀୟ କୁସ୍ତି ମହାସଂଘ ସୁପାରିସ କରିନାହିଁ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଏହି ଦୁଇଜଣଙ୍କୁ ପଦ୍ମଶ୍ରୀ ଦେବାକୁ ସୁପାରିସ କରାଯାଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ପତ୍ର ଲେଖାଯାଇଛି। ସୂଚନାଥାଉକି ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇବା ଆଗରୁ ପଦ୍ମ ପୁରସ୍କାର ପାଇବା ନୂଆ କଥା ନୁହେଁ। ପୂର୍ବରୁ ତାରକା ମହିଳା ଭାରୋତ୍ତୋଳନାକାରୀ ମୀରବାଈ ଚାନୁ ଏହାର ଉଦାହରଣ।
ସୂଚନାଥାଉକି ରାଜୀବ ଗାନ୍ଧି ପୁରସ୍କାରକୁ ନେଇ କିଛିଦିନ ତଳେ ବେଶ୍‍ ବିବାଦ ସୃଷ୍ଟି ହୋଇଥିଲା। ମନୋନୟନ କମିଟିର ହିସାବରେ ବଜରଙ୍ଗ ଓ ବିନେଶ୍‍ ୮୦ ପଏଣ୍ଟ ଲେଖାଏଁ ପାଇଥିଲେମଧ୍ୟ ସେମାନଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପ୍ରଦାନ କରାନଯାଇ ବିରାଟ କୋହଲି ଓ ମୀରବାଈଙ୍କୁ ପ୍ରଦାନ କରାଯାଇଥିଲା। ଏହାକୁ ନେଇ କ୍ଷୁବ୍ଧ ବଜରଙ୍ଗ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ତାଙ୍କ ସଂପର୍କରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ନିଶ୍ଚିତ ଭାବେ ବିଚାର କରିବ ବୋଲି ରାଜ୍ୟବର୍ଦ୍ଧନ ସେତେବେଳେ ପ୍ରତିଶ୍ରୁତି ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories