ସମ୍ବଲପୁର : ସମ୍ବଲପୁର ବୁଢ଼ାରଜା ଅଞ୍ଚଳରେ ଥିବା ମାନାପୁରମ ଗୋଲ୍ଡଲୋନ୍ ଫାଇନାନ୍ସରୁ ଲୁଟ୍ ଘଟଣା। ତଦନ୍ତ ପାଇଁ ପୁଲିସ୍ ୪ ଟି ଟିମ୍ ଗଠନ କରିଛି। ଏହାସହ ବାହାର ଜିଲ୍ଲାକୁ ଯାଇ ମଧ୍ୟ ତଦନ୍ତ କରାଯାଉଛି। ଶୁକ୍ରବାର କର୍ମଚାରୀଙ୍କୁ ମୃତ୍ୟୁର ଭୟ ଦେଖାଇ ଡକାୟତ ଦଳ ୨୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ୩୦ କିଲୋ ସୁନା ଓ ୪.୮୧ ଲକ୍ଷ ନଗଦ ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିଲେ। ସବୁଠାରୁ ବଡ଼ କଥା ହେଲା ଏତେ ବଡ଼ ଡକାୟତି ସତ୍ତ୍ବେ ବ୍ୟାଙ୍କର ସାଇରନ ବାଜି ନଥିଲା। ପ୍ରାୟ ୨୦ ମିନିଟ୍ ପରେ ଖବର ପାଇଁ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଲା ବେଳକୁ ଡକାୟତ ଦଳ ସେମାନେ ଆସିଥିବା ବାଇକଗୁଡିକରେ ସେଠାରୁ ଚମ୍ପଟ ମାରି ସାରିଥିଲେ। ଜିଲାର ବିଭିନ୍ନ ପ୍ରବେଶପଥଗୁଡିକୁ ସିଲ୍ କରି ପୁଲିସ ସିସିଟିଭି ଆଧାରରେ ତଦନ୍ତ ଚଳାଇଛି।



