www.samajalive.in
Saturday, December 6, 2025
17.1 C
Bhubaneswar

ନୟାଗଡ଼ ବନଖଣ୍ଡରେ କଳା କଲରାପତରିଆ ବାଘ

ନୟାଗଡ଼: ନୟାଗଡ଼ ବନଖଣ୍ଡ ଏବଂ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ମଧ୍ୟରେ ମୋଟ ୫ଟି ବାଘର ସନ୍ଧାନ ମିଳିଛି। ଏଥିମଧ୍ୟରୁ କଳା କଲରାପତରିଆ ବାଘ ନିଜ ଛୁଆକୁ ପାଟିରେ ଧରି ବୁଲୁଥିବାର ଏକ ଦୃଶ୍ୟ କଏଦ ହୋଇଛି। କ୍ୟାମେରା ଟ୍ରାପ ମାଧ୍ୟମରେ ଏହାର ପ୍ରମାଣ ମିଳିଥିବା ନୟାଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ କହିଛନ୍ତି।

ଗତ ବର୍ଷ ବାଘ ଶାବକ ଜନ୍ମ ଦେଇଥିବାବେଳେ ଚଳିତବର୍ଷ ମଧ୍ୟ ଜନମ ଦେଇଥିବା ଜଣାପଡ଼ିଛି। ଏଣୁ ନୟାଗଡ଼ ଜିଲାରେ ବାଘ ବଂଶ ବୃଦ୍ଧି ପାଇଥିବା ନେଇ ସ୍ପଷ୍ଟ ହୋଇଛି। ଏ ନେଇ ପିସିସିଏଫ ସାମାଜିକ ଗଣମାଧ୍ୟମ ଏକ୍ସ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି। ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ କହିବା ଅନୁସାରେ ଗତବର୍ଷ ମଧ୍ୟ କଳା ବାଘଙ୍କ ସନ୍ଧାନ ମିଳିଥିଲା। ଚଳିତବର୍ଷ କ୍ୟାମେରା ଟ୍ରାପରେ ଏହା ଜଣାପଡ଼ିଛି। ଅନେକ ସ୍ଥାନରେ କ୍ୟାମେରା ଲଗାଯାଇପାରି ନାହିଁ। ଏଣୁ ଆହୁରି ଅଧିକ ବାଘ ରହିଥିବେ ବୋଲି ସେ ଅନୁମାନ କରିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories