www.samajalive.in
Saturday, December 6, 2025
16.1 C
Bhubaneswar

ଅବସର ନେଇ ମୁହଁ ଖୋଲିଲେ ରୋହିତ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେବା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ନାନା ଚର୍ଚ୍ଚା ହେଉଛି। ସିଡନୀରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ଅନ୍ତିମ ଟେଷ୍ଟରେ ସେ ଖେଳୁ ନ ଥିବାରୁ ଏହି ଚର୍ଚ୍ଚା ଜୋର ଧରିଛି। ତେବେ ରୋହିତ ନିଜ ଅବସର ସମ୍ପର୍କରେ ମୁହଁ ଖୋଲି ସ୍ପଷ୍ଟ କରିଛନ୍ତି। ସେ ଅବସର ନେଇନାହାନ୍ତି ବୋଲି କହିଛନ୍ତି। ରୋହିତ କହିଛନ୍ତି, ସେ ବର୍ତ୍ତମାନ କ୍ରିକେଟ ଛାଡ଼ି କୁଆଡେ ଯାଉନାହାନ୍ତି। ସେ କଠିନ ପରିଶ୍ରମ କରୁଥିଲେ, କିନ୍ତୁ ଭଲ ପ୍ରଦର୍ଶନ କରିପାରିଲେ ନାହିଁ। ତେଣୁ ସିଡନୀ ଟେଷ୍ଟରେ ସେ ନିଜେ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ।

ରୋହିତ ଷ୍ଟାରସ୍ପୋର୍ଟ୍ସ ସହିତ ଆଲୋଚନା ବେଳେ କହିଛନ୍ତି, ମୁଁ ଏତେଶୀଘ୍ର ଅବସର ନେଉନାହିଁ। ମୋ ପ୍ରଦର୍ଶନ ଭଲ ନ ଥିବାରୁ ଚଳିତ ଟେଷ୍ଟରେ ଖେଳୁନାହିଁ। କଠିନ ପରିଶ୍ରମ ଜାରି ରଖିବି ଏବଂ ଖୁବଶୀଘ୍ର ଦଳକୁ ଫେରିବି। କୌଣସି ବ୍ୟକ୍ତି ମୋ ବିଷୟରେ ଗଣମାଧ୍ୟମରେ କ’ଣ ଲେଖିଲେ ସେଥିରୁ ତାଙ୍କ ଉପରେ କୌଣସି ଫରକ ପଡ଼ିନାହିଁ। ସେମାନେ ଆମ ପାଇଁ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ରୋହିତ କହିଛନ୍ତି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories