www.samajalive.in
Saturday, December 6, 2025
17.1 C
Bhubaneswar

ଠିକାଦାରଙ୍କ ସହ ବିବାଦ ପରେ ସାମ୍ବାଦିକଙ୍କୁ ହତ୍ୟା, ସେପ୍‌ଟିକ ଟାଙ୍କିରୁ ମିଳିଲା ମୃତଦେହ

ସମାଜ ଡିଜିଟାଲ ଡେସ୍କ: ପୁଣି ଗଣମାଧ୍ୟମର କଣ୍ଠରୋଧ କରିବାକୁ ଉଦ୍ୟମ ହୋଇଛି। ରାସ୍ତା ନିର୍ମାଣରେ ଦୁର୍ନୀତି ବିରୋଧରେ ଖବର ପ୍ରସାରଣ କରିବାରୁ ଜାତୀୟ ଗଣମାଧ୍ୟମର ଜଣେ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ଛତିଶଗଡ଼ର ବିଜାପୁର ଜିଲାରେ ଏହି ଘଟଣା ଘଟିଛି। ପୁଲିସ ଜଣେ ଠିକାଦାରଙ୍କ ବାସଭବନ ପରିସରରେ ଥିବା ସେପ୍‌ଟିକ ଟାଙ୍କିରୁ ସାମ୍ବାଦିକଙ୍କ ମୃତଦେହ ଜବତ କରିଛି। ହତ୍ୟାର ଶିକାର ହୋଇଥିବା ସାମ୍ବାଦିକ ହେଲେ ମୁକେଶ ଚନ୍ଦ୍ରାକର(୩୩)। ସେ ବସ୍ତର ଜଙ୍କସନ ନାମକ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଚଳାଉଥିବାବେଳେ ଏକ ଜାତୀୟ ଗଣମାଧ୍ୟମରେ ବି ସାମ୍ବାଦିକତା କରୁଥିଲେ।

ପୁଲିସ ସୂଚନା ଅନୁସାରେ, ଚନ୍ଦ୍ରାକର ଗତ ୧ ତାରିଖ ରାତିରୁ ନିଖୋଜ ଥିଲେ। ତାଙ୍କ ବଡ଼ ଭାଇ ୟୁକେଶ ଚନ୍ଦ୍ରାକର ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା। ମୁକେଶଙ୍କ ମୋବାଇଲ ନମ୍ବରର ବୈଷୟିକ ଯାଞ୍ଚ କରାଯିବା ପରେ ଶେଷ ଥର ପାଇଁ ତାଙ୍କ ଲୋକେସନ ଜଣେ ଠିକାଦାରଙ୍କ ବାସଭବନ ପରିସର ଥିଲା ବୋଲି ଜଣାପଡ଼ିଥିଲା। ଏହା ପରେ ପୁଲିସ ସମ୍ପୃକ୍ତ ଠିକାଦାରଙ୍କ ବାସଭବନକୁ ଯାଇ ଯାଞ୍ଚ କରିଥିଲା। ଶେଷରେ ସେଠାରେ ଥିବା ଏକ ସେପଟିକ ଟାଙ୍କିରୁ ମୁକେଶଙ୍କ ମୃତଦେହ ମିଳିଥିଲା। ପୁଲିସ ଏହି ଘଟଣାରେ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି। ମୁକେଶଙ୍କ ସାଙ୍ଗମାନେ କହିଛନ୍ତି ଯେ, କିଛି ଦିନ ତଳେ ମୁକେଶ ଏକ ରାସ୍ତା ନିର୍ମାଣକୁ ନେଇ ଖପର ପ୍ରସାରଣ କରିଥିଲେ। ଏହି ଘଟଣା ପରେ ଉକ୍ତ ରାସ୍ତା ନିର୍ମାଣ କରୁଥିବା ଠିକାଦାର ଏବଂ ମୁକେଶଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories