www.samajalive.in
Monday, December 8, 2025
27.1 C
Bhubaneswar

ଇଣ୍ଡୋନେସିଆରେ ଆଗ୍ନେୟ ଉଦ୍‍ଗୀରଣ

ଜାକର୍ତ୍ତା : ଇଣ୍ଡୋନେସିଆରେ ଭୂମିକମ୍ପ ଓ ସୁନାମୀ ପରେ ପୁଣି ଏକ ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଇଛି। ଭୂମିକମ୍ପ ପ୍ରଭାବରେ ସୁନାମୀ ହୋଇଥିବାବେଳେ ଏବେ ଆଗ୍ନେୟ ଉଦ୍‍ଗୀରଣ ହୋଇଛି। ସୁଲାୱେସୀ ଦ୍ୱୀପର ସୋପୁଟାନ ପାହାଡରେ ଆଗ୍ନେୟ ଉଦ୍‍ଗୀରଣ ହୋଇଛି। ଆଗ୍ନେୟ ଉଦ୍‍ଗୀରଣ ଯୋଗୁଁ ଆକାଶର ୬୦୦୦ ମିଟର ଉଚ୍ଚ ପର୍ଯ୍ୟନ୍ତ ଧୂଆଁ ଓ ପାଉଁଶ ଆଚ୍ଛାଦିତ ହୋଇପଡିଛି। ତେବେ ଏହି ଆଗ୍ନେୟ ଉଦ୍‍ଗୀରଣକୁ ନେଇ ଲୋକଙ୍କୁ ସ୍ଥାନାନ୍ତର କରିବା ଲାଗି କୌଣସି ପ୍ରକାର ନିର୍ଦେଶ ଦିଆଯାଇ ନାହିଁ। ଭୂତତ୍ତ୍ୱବିଦ୍‍ଙ୍କ କହିବା ଅନୁଯାୟୀ ସେପ୍ଟେମ୍ବର ୨୮ରେ ହୋଇଥିବା ଭୂମିକମ୍ପ ପ୍ରଭାବରେ ଏହି ଆଗ୍ନେୟ ଉଦ୍‍ଗୀରଣ ହୋଇଛି। ଇଣ୍ଡୋନେସିଆରେ ଏବେ ୧୨୦ଟି ଜୀବନ୍ତ ଆଗ୍ନେୟଗିରି ରହିଛି। ସେପ୍ଟେମ୍ବର ୨୮ରେ ହୋଇଥିବା ଭୂମିକମ୍ପ ଓ ଏହାର ପରବର୍ତ୍ତୀ ସୁନାମୀରେ ୧୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories