ଗାନ୍ଧୀ ଜୟନ୍ତୀରେ ମନେ ପଡ଼ିଲେନି ଗାନ୍ଧୀ
ମୁଖିଗୁଡ଼ା : ଆଜି ସମଗ୍ର ଦେଶରେ ଗାନ୍ଧୀ ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଥିବା ବେଳେ ଜୟପାଟଣା ତହସିଲ ପରିସରରେ ଥିବା ଗାନ୍ଧୀ ପ୍ରତିମୁର୍ତ୍ତୀ ପ୍ରତି କାହାର ମଧ୍ୟ ଧ୍ୟାନ ନଥିଲା। ଅନ୍ୟବର୍ଷ ମାନଙ୍କରେ ଗାନ୍ଧୀ ପ୍ରତିମୂର୍ତ୍ତୀ ଥିବା ସ୍ଥଳକୁ ପାଣିରେ ଧୂଆ ଯାଇ ଫୁଲ ମାଳ ଟିଏ ପକା ଯାଉଥିଲା। ହେଲେ ଆଜି କାହାର ମଧ୍ୟ ମନେ ପଡ଼ିଲା ନାହିଁ ଯେ ଗାନ୍ଧୀ ପ୍ରତିମୂର୍ତ୍ତୀ ଉପରେ ଫୁଲ ମାଳଟିଏ ଦେବା ପାଇଁ । ଏହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଛି। ଏବର୍ଷ ଗାନ୍ଧୀଙ୍କୁ ଭୁଲି ଗଲେ ବୋଲି ଏନେଇ ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି ।