www.samajalive.in
Monday, December 8, 2025
17.1 C
Bhubaneswar

କୁଳଭୂଷଣ ମାମଲା; ଆଇସିଜେରେ ଫେବୃଆରୀ ୧୮ରୁ ଆରମ୍ଭ ହେବ ଶୁଣାଣି

ନୂଆଦିଲ୍ଲୀ : ପାକିସ୍ତାନ ଜେଲ୍‍ରେ ବନ୍ଦୀ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ମାମଲାର ଶୁଣାଣି ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ଆଇସିଜେ)ରେ ଆସନ୍ତା ବର୍ଷ ଫେବୃଆରୀ ୧୮ରୁ ପୁନଃ ଆରମ୍ଭ ହେବ। ଆଇସିଜେ ପକ୍ଷରୁ ବୁଧବାର ଏକ ବୟାନ ଜାରି କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି। ନେଦରଲାଣ୍ଡସ୍ଥିତ ଦ ହେଗ୍‍ର ପିସ୍‍ ପ୍ୟାଲେସ୍‍ରେ ୨୦୧୮ ଫେବୃଆରୀ ୧୮ରୁ ୨୧ ପର୍ଯ୍ୟନ୍ତ ଏହି ମାମଲର ଶୁଣାଣି ହେବ। ପ୍ରାୟ ଗୋଟିଏ ସପ୍ତାହ ଶୁଣାଣି ପରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବ ବୋଲି କୁହାଯାଉଛି।
ଉଲ୍ଲେଖଯୋଗ୍ୟ ଯେ ଗୁପ୍ତଚର ଅଭିଯୋଗରେ ପାକିସ୍ତାନର ଏକ ସାମରିକ ଅଦାଲତ କୁଳଭୂଷଣଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛି। ଭାରତ ଏହି ରାୟ ବିରୋଧରେ ଆଇସିଜେର ଦ୍ୱାରସ୍ଥ ହେବା ପରେ କୁଳଭୂଷଣଙ୍କ ଦଣ୍ଡାଦେଶ ଉପରେ ରୋକ୍‍ ଲଗାଯାଇଛି। ଆଇସିଜେ ପକ୍ଷରୁ ଜାରି ବୟାନ ଅନୁସାରେ ୧୮ ଫେବୃଆରୀ ସୋମବାର ସକାଳ ଦିନ ୧୦ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଭାରତ ଏବଂ ୧୯ ଫେବୃଆରୀ ମଙ୍ଗଳବାର ସକାଳ ୧୦ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ପାକିସ୍ତାନ ନିଜ ପକ୍ଷ ରଖିବେ। ଏହାପରେ ଫେବୃଆରୀ ୨୦ ବୁଧବାର ଅପରାହ୍ନ ୩ଟାରୁ ୪ଟା ୩୦ ପର୍ଯ୍ୟନ୍ତ ଭାରତ ଏବଂ ୨୧ ଫେବୃଆରୀ ଗୁରୁବାର ଅପରାହ୍ନ ୪ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପାକିସ୍ତାନ ନିଜ ପକ୍ଷ ରଖିବେ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories