www.samajalive.in
Saturday, December 13, 2025
21.1 C
Bhubaneswar

ଭିନ୍ନଧର୍ମର ଯୁବତୀଙ୍କ ସହ ସମ୍ପର୍କ ପାଇଁ ଶିକ୍ଷକଙ୍କୁ ହତ୍ୟା

ନୂଆଦିଲ୍ଲୀ : ମୁସଲମାନ ଛାତ୍ରୀଙ୍କ ସହିତ ସମ୍ପର୍କ ରଖିବା ଅଭିଯୋଗରେ ଏଠାରେ ଜଣେ ଶିକ୍ଷକଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ଜଣାପଡ଼ିଛି। ଉତ୍ତର-ପଶ୍ଚିମ ଦିଲ୍ଲୀର ମହେନ୍ଦ୍ର ପାର୍କ ଅଞ୍ଚଳର ଏକ କୋଚିଂ କେନ୍ଦ୍ରରେ ସୋମବାର ସକାଳେ ଏହି ଘଟଣା ଘଟିଛି। ମୃତ ଶିକ୍ଷକଙ୍କ ନାମ ଅଙ୍କିତ ଓ ତାଙ୍କୁ ୩୧ବର୍ଷ ବୟସ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ସୂଚନାନୁଯାୟୀ, ଅଙ୍କିତ ଓ ସମ୍ପୃକ୍ତ ଛାତ୍ରୀ ପରସ୍ପରକୁ ବିବାହ କରିବାକୁ ସ୍ଥିର କରିଥିଲେ; କିନ୍ତୁ ସେମାନେ ଭିନ୍ନ ଧର୍ମର ହୋଇଥିବା ଦର୍ଶାଇ ଛାତ୍ରୀଙ୍କ ଭାଇ ଏହାକୁ ଘୋର ବିରୋଧ କରୁଥିଲେ। ଏ ନେଇ ସେ ବାରମ୍ବାର ଅଙ୍କିତଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଥିଲା। ସୋମବାର ସକାଳେ ଛାତ୍ରୀଙ୍କ ଭାଇ ଓ ଅନ୍ୟ ଜଣେ ବନ୍ଧୁ କୋଚିଂ କେନ୍ଦ୍ରକୁ ଆସି ଅଙ୍କିତଙ୍କୁ ଗୁଳିମାରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଛାତ୍ରୀଙ୍କ ଭାଇ ଅଙ୍କିତଙ୍କୁ ଅତି ନିକଟରୁ ଗୁଳି ଚଳାଇବାରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଗତ ବର୍ଷ ପଶ୍ଚିମ ଦିଲ୍ଲୀର ରଘୁବୀର ନଗରରେ ସମାନ କାରଣରୁ ଅଙ୍କିତ ସରକ୍ସେନା ନାମକ ଜଣେ ୨୪ବର୍ଷୀୟ ଫଟୋଗ୍ରାଫରଙ୍କ ପ୍ରାଣଯାଇଥିଲା।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories