www.samajalive.in
Sunday, December 7, 2025
15.1 C
Bhubaneswar

ରାମ ମନ୍ଦିର ପାଇଁ ବିଶ୍ୱ ହିନ୍ଦୁ ପରିଷଦର ଆନ୍ଦୋଳନ ଚେତାବନୀ

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବିରେ ଆନ୍ଦୋଳନ କରିବାକୁ ବିଶ୍ୱ ହିନ୍ଦୁ ପରିଷଦ ଚେତାବନୀ ଦେଇଛି। ଦିଲ୍ଲୀରେ ବିଶ୍ୱ ହିନ୍ଦୁ ପରିଷଦ ବୈଠକରେ ଏନେଇ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଗୁଡ଼ିକ ମଧ୍ୟରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ମୋଦୀ ସରକାରଙ୍କ ଉପରେ ଚାପ ବୃଦ୍ଧି ସହ ଏକ ଆଇନ୍‍ ଆଣିବାକୁ ଦାବି କରାଯିବ। ସେହିପରି ସମ୍ବିଧାନ ଧାରା ୩୭୦ର ଉଚ୍ଛେଦ, ସମାନ ନାଗରିକ ସଂହିତା ଓ ଗୋସୁରକ୍ଷା ଆଇନ ଆଣିବା ପାଇଁ ବୈଠକରେ ଉପସ୍ଥିତ ସାଧୁସନ୍ଥମାନେ ଦାବି କରିଥିଲେ। ରାମ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଆଣନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ବୈଠକରେ ଅଖିଳ ଭାରତୀୟ ସନ୍ଥ ସମାଜ ମହାମନ୍ତ୍ରୀ ସ୍ୱାମୀ ଜିତେନ୍ଦ୍ରାନନ୍ଦ ସରସ୍ୱତୀ କହିଛନ୍ତି ଯେ ରାମଜନ୍ମଭୂମି-ବାବ୍ରି ମସଜିଦ୍‍ ବିବାଦର ଚୂଡ଼ାନ୍ତ ରାୟ ୨୦୧୯ ପୂର୍ବରୁ ଯେପରି ନଆସେ ସେଥିପାଇଁ ହିନ୍ଦୁ ବିରୋଧୀ ଶକ୍ତିଗୁଡ଼ିକ ଷଡଯନ୍ତ୍ର କରୁଛନ୍ତି। ସ୍ୱାମୀ ଚିନ୍ମୟାନନ୍ଦ ରାମଜନ୍ମଭୂମି ଏବଂ ରାମ ମନ୍ଦିର ନିର୍ମାଣ ପାଇଁ ବିଜେପିର ପାଲନପୁର ପ୍ରସ୍ତାବକୁ ମନେ ପକାଇବାକୁ କହିଥିଲେ। ଏହାସହ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ କରସେବକଙ୍କ ଯୋଗେ ଏକ ବଡ଼ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ। ଏନେଇ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସନ୍ଥ ନୃତ୍ୟଗୋପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିନିଧି ମଣ୍ଡଳୀ ଶୁକ୍ରବାର ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କୁ ଭେଟି ଆଲୋଚନା କରିବ ବୋଲି ସୂଚନା ମିଳିଛି। ପରେ ଏହି ପ୍ରତିନିଧି ମଣ୍ଡଳୀ ପ୍ରଧାନମନ୍ତ୍ରୀ ଓ ଅନ୍ୟ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବ ବୋଲି କୁହାଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories