www.samajalive.in
Sunday, December 7, 2025
14.1 C
Bhubaneswar

ସେନ୍‍ସେକ୍ସ ୭୯୨ ଓ ନିଫ୍ଟି ୨୮୨ ପଏଣ୍ଟ ତଳକୁ ଖସିଲା

ନୂଆଦିଲ୍ଲୀ : ଆରବିଆଇର ନୂଆ ମୁଦ୍ରାନୀତି ଅନୁସାରେ ସୁଧହାର ଅପରିବର୍ତ୍ତି ରହିବା, ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ସହ ଭାରତରେ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ଓ ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ ସର୍ବନିମ୍ନସ୍ତରରେ ପହଞ୍ଚିବାର ନକାରାତ୍ମକ ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ପଡିଛି। ଫଳରେ ଭାରତୀୟ ଅଂଶଧନ ବଜାର (ସେୟାର ମାର୍କେଟ)ରେ ଶୁକ୍ରବାର ବଡ଼ ହ୍ରାସ ପରିଲକ୍ଷିତ ହୋଇଛି। ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜ (ବିଏସ୍‍ଇ) ସେନସେକ୍ସ ୭୯୨ ପଏଣ୍ଟ ହ୍ରାସ ପାଇ ୩୪,୩୭୬.୯୯ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ଦିଲ୍ଲୀସ୍ଥିତ ନ୍ୟାସନାଲ ଷ୍ଟକ୍‍ ଏକ୍ସଚେଞ୍ଜ (ନିଫ୍ଟି) ୨୮୨.୮୦ ପଏଣ୍ଟ ହ୍ରାସ ପାଇ ୧୦,୩୧୬.୪୫ ପଏଣ୍ଟରେ ରହିଛି। ବିଏସଇର ୧୯ଟି କ୍ଷେତ୍ର ମଧ୍ୟରୁ କେବଳ ଦୂରଂସଚାର ଉଦ୍ୟୋଗ (୧.୧୧%), ପ୍ରଦ୍ୟୋଗିକ (୦.୭୦%), ଉପଭୋକ୍ତା ଦୀର୍ଘସ୍ଥାୟୀ ସାମଗ୍ରୀ (୦.୬୨%) ସେୟାର ମୂଲ୍ୟ ବୃଦ୍ଧି ଘଟିଥିଲା। ତେଲ ଏବଂ ଗ୍ୟାସ କ୍ଷେତ୍ରରେ (୧୨.୬୮%), ଶକ୍ତି କ୍ଷେତ୍ରରେ (୮.୫୨%), ଉପଭୋକ୍ତା ସେବା (୩.୫୮%), ଧାତୁ (୩.୪୫%) ଏବଂ ଅଟୋମୋବାଇଲ କ୍ଷେତ୍ରରେ (୩.୧୬%) ହ୍ରାସ ପରିଲକ୍ଷିତ ହୋଇଛି। ବିଶେଷ କରି ବିପିସିଏଲ, ଏଚ୍‍ପିସିଏଲ ଏବଂ ଆଇଓସିଏଲ ଭଳି ତୈଳ କମ୍ପାନୀଗୁଡ଼ିକର ସେୟାରରେ ହ୍ରାସ ପରିଲକ୍ଷିତ ହୋଇଛି। ଏହାସହ ବ୍ୟାଙ୍କ କ୍ଷେତ୍ର ମଧ୍ୟରେ ୟେସ୍‍ ବ୍ୟାଭ୍‍ଖା, ଏସ୍‍ବିଆଇ, ବିଓବି, ଆଇଡିଏଫସି ଏବଂ ଆଇସିଆଇସିଆଇ ବ୍ୟାଙ୍କ ନିଫ୍ଟିରେ ହ୍ରାସ ଘଟିଛି। ଉଲ୍ଲେଖ ଯେ ଗୁରୁବାର ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜ (ବିଏସ୍‍ଇ) ସେନସେକ୍ସ ୮୦୬.୪୭ ପଏଣ୍ଟ ହ୍ରାସ ପାଇ ୩୫,୧୬୯ ପଏଣ୍ଟ ଓ ଦିଲ୍ଲୀସ୍ଥିତ ନ୍ୟାସନାଲ ଷ୍ଟକ୍‍ ଏକ୍ସଚେଞ୍ଜ (ନିଫ୍ଟି) ୨୫୯ ପଏଣ୍ଟ ହ୍ରାସ ପାଇ ୧୦,୫୯୯.୨୫ ପଏଣ୍ଟରେ ବନ୍ଦ ହୋଇଥିଲେ। ଶୁକ୍ରବାର କାରବାର ବନ୍ଦ ସହ ସେନସେକ୍ସ ୩୫ ହଜାର ଓ ନିଫ୍ଟି ୧୦,୫୦୦ ପଏଣ୍ଟ ତଳେ ରହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories