www.samajalive.in
Thursday, December 11, 2025
13.1 C
Bhubaneswar

ଅସ୍ମୈ ଗୁରୁବେ ନମଃ ପୁସ୍ତକ ଉନ୍ମୋଚିତ

ବଡସାହି : ବିଶିଷ୍ଟ ସାହିତ୍ୟ ସାଧିକା ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ଆଚାର୍ଯ୍ୟଙ୍କ ଲିଖିତ ପୁସ୍ତକ ‘ଅସ୍ମେ ଗୁରୁବେ ନମଃ’ ମଙ୍ଗଳବାର ଗାନ୍ଧୀ ଜୟନ୍ତୀ ଅବସରରେ ଆମ୍ବଡାଳି ଗ୍ରାମରେ ଉନ୍ମୋଚିତ ହୋଇଯାଇଛି। ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚର ସଭାପତି ଡ଼. ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗୋପବନ୍ଧୁ ସାହିତ୍ୟ ସଂସଦ ବାରିପଦାର ସମ୍ପାଦକ ଅଭିତାଭ ମିଶ୍ର, ହୃଷିକେଶ ମହାପାତ୍ର, ଦେବେନ୍ଦ୍ର ବେହେରା, ଦୀପା ମହାପାତ ଓ ବିରଞ୍ଚି ନାଏକ ପ୍ରମୁଖ ଯୋଗଦେଇ ପୁସ୍ତକଟିର ଉନ୍ମୋଚନ କରିଥିଲେ। ଆମ୍ବଡାଳି ଗ୍ରାମର ବିଶିଷ୍ଟ ସାରସ୍ୱତ ସାଧକ ତଥା ଶିକ୍ଷାବିତ୍‍ ବୃନ୍ଦାବନ ଦାଶଙ୍କ ଜୀବନୀ ଉପରେ ପୁସ୍ତକଟି ରଚନା କରାଯାଇଛି। ଏଥିରେ ତାଙ୍କ ସାରସ୍ୱତ ଜୀବନ ସମ୍ପର୍କରେ ବହୁ ସ୍ମୃତି ସ୍ଥାନିତ ହୋଇଛି। ପୂର୍ବରୁ ତିନୋଟି ପୁସ୍ତକ ପାଠକୀୟଙ୍କ ସ୍ୱୀକୃତି ଲାଭ କରିଥିବା ବେଳେ ଆଜିର ଉନ୍ମୋଚିତ ପୁସ୍ତକ ସମସ୍ତଙ୍କ ହୃଦୟସ୍ପର୍ଶୀ ହୋଇଥିବା ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories