www.samajalive.in
Monday, December 15, 2025
15.1 C
Bhubaneswar

ହ୍ୟୁମାନ ସାଗରଙ୍କ ମୃତ୍ୟୁ ତଦନ୍ତ ହେଉ-ପ୍ରେମ ଆନନ୍ଦ

ସମାଜ ଡିଜିଟାଲ ଡେସ୍କ: ଜେରା ହୋଇପାରନ୍ତି ହ୍ୟୁାମାନ ସାଗରଙ୍କ ଇଭେଣ୍ଟ ମ୍ୟାନେଜର । ହ୍ୟୁମାନଙ୍କ ମୃତ୍ୟୁ ପରେ ବିବାଦ ବଢୁଥିବା ବେଳେ ଥାନାରେ ମାମଲା ପହଞ୍ଚିଛି । ହ୍ୟୁମାନଙ୍କ ଇଭେଣ୍ଟ ମ୍ୟାନେଜର ଦୀନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଥାନାେ ଅଭିଯୋଗ ହେବା ପରେ ବିବାଦ ତେଜୁଛି । କାହିଁକି ଅସୁସ୍ଥତା ଥିବା ପରେ ବି ବିଭିନ୍ନ ସ୍ଥାନରେ ଷ୍ଟେଜ ସୋରେ ହ୍ୟୁମାନଙ୍କୁ ନିଆଯାଉଥିଲା । ହ୍ୟୁମାନଙ୍କ ମାଆଙ୍କୁ ଦିନେଶ ଓ ପ୍ରଶାନ୍ତ ଗାଳିଗୁଲଜ କରୁଥିବାର ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଏନେଇ କୋଶଳବାଦୀ ସଂଗଠନ ଓ ବିଭିନ୍ନ ସାମାଜିକ ସଂଗଠନ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦିଆଯାଇଛି ।

ସେପଟେ ପୁଅ ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ମା ଶେଫାଳୀ ସୁନା ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି । ପ୍ରୋଗ୍ରାମ ନେଇ ହ୍ୟୁମାନଙ୍କୁ ଆଗୁଆ ଜଣାଯାଉନଥିବା ମା କହିଛନ୍ତି । ପ୍ରୋଗାମ ବୁକ୍‌ କରିବା ଓ ଟଙ୍କା ଧାର୍ଯ୍ୟ କରିବା କାମ ପପୁ କରୁଥିଲା । ହ୍ୟୁମାନଙ୍କ ବାବଦରେ ପପୁ ସବୁ ଜାଣିଥିଲା । ୧୦ ତାରିଖରେ ଅସୁସ୍ଥତା ଥାଇ ଭୁବନେଶ୍ୱରରେ ପ୍ରୋଗାମ ରଖାଯାଇଥିଲା । ୧୧ତାରିଖରେ ତାକୁ ହସ୍ପିଟାଲ ନେଇ କିଛି ସମୟରେ ଅଣାଯାଇଥିଲା । ୧୨ ତାରିଖରେ ୧୦୩ ଜ୍ୱର ଥାଇ ବି ପ୍ରୋଗାମ ରଖାଯାଇଥିଲା, ଆଉ ସେହି ପପୁ ଆସି ତକେୁ ହସ୍ପିଟାଲ ନେଇଥିଲା । ସେହିଦିନ ହିଁ ତାକୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା, ଏତେ ଅସୁସ୍ଥତା ସତ୍ତେ୍ୱ ମୋତେ କିଛି ବି ଅବଗତ କରାଯାଇନଥିଲା ।

- Advertisement -

ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ କହିଛନ୍ତି ଯେ ହ୍ୟୁମାନ ବହୁତ ସରଳ, ତାଙ୍କୁ ଇମୋସନାଲ ଟ୍ରାପ୍‌ କରାଯାଉଥିଲା । ହ୍ୟୁମାନଙ୍କ ଶାରିରୀକ ଅସୁସ୍ଥତା ମୋତେ କଷ୍ଟ ଦେଉଥିଲା । ବାରମ୍ବାର ଝିଅକୁ ଦେଖା କରିବାକୁ ହ୍ୟୁମାନ ଚାହୁଁଥିଲେ । ହେଲେ ତାଙ୍କୁ କିଏ ଅଟକାଉଥିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରେମ ଆନନ୍ଦ । ଏହାର ତଦନ୍ତ ହେଉ, ତଦନ୍ତ ହେଲେ ସତ୍ୟ ସାମ୍ନାକୁ ଆସିବ ବୋଲି ପ୍ରେମ ଆନନ୍ଦ କହିଛନ୍ତି ।

 

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories