www.samajalive.in
Monday, December 15, 2025
24.1 C
Bhubaneswar

୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ମାଓଦମନ ସରିବ

ସମାଜ ଡିଜିଟାଲ ଡେସ୍କ: ନକ୍ସଲ ମୂଳପୋଛ ନେଇ ଓଡ଼ିଶା ପୁଲିସର ବଡ ପଦକ୍ଷେପ । କନ୍ଧମାଳରେ ପୁଲିସ ମହାନିର୍ଦ୍ଦେଶକ ବଡ ସମୀକ୍ଷା କରି କହିଛନ୍ତି ଯେ ୨୦୨୬ ମାର୍ଚ୍ଚ ୩୧ସୁଦ୍ଧା ମାଓଦମନ ଶେଷ ହେବ । ମାଓବାଦୀ ମୂଳପୋଛ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ ରହିଛି ।

ଡିଜିପି କହିଛନ୍ତି ଯେ ଅସ୍ତ୍ର ଛାଡି ମୁଖ୍ୟ ରାସ୍ତାରେ ସାମିଲ ହେବାକୁ ରାଜ୍ୟ ସରକାରଙ୍କ ଆହ୍ୱାନ ରହିଛି । ମାଓବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ସ୍ୱତନ୍ତ୍ର ପଲିସି କରାଯାଇଛି । ଯିଏବି ଆତ୍ମ ସମର୍ପଣ କରିବାକୁ ଚାହୁଁଛନ୍ତି ଆଗକୁ ଆସନ୍ତୁ ପଲିସି ଅନୁସାରେ ସୁବିଧା ପାଇବେ । ଗତବର୍ଷ ରାଜ୍ୟର ୫ଟି ଜିଲାରେ ଗଞ୍ଜେଇ ଚାଷ ନଷ୍ଟ କରିବାରେ ସଫଳତା ମିଳିଥିଲା । ବୌଦ୍ଧ, କନ୍ଧମାଳ, ରାୟଗଡା, ମାଲକାନଗିରି, କୋରାପୁଟରେ ସଫଳ ହୋଇଛୁ । ଚଳିତ ବର୍ଷ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ଡିଜିପି କହିଛନ୍ତି ।

- Advertisement -

ଫୁଲବାଣୀ ଜିଲା ମୁଖ୍ୟାଳୟରେ ସମୀକ୍ଷା ବୈଠକରେ ଏଡିଜି ଅପରେସନ ସଞ୍ଜୀବ ପଣ୍ଡା, ଡିଆଇଜି ଅଖିଳେଶ୍ୱର ସିଂହ, ଦକ୍ଷିଣାଞ୍ଚଳ ଆଇଜି ଓ କନ୍ଧମାଳ ଏସପି ଉପସ୍ଥିତ ରହିଥିଲେ ।

 

 

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories