www.samajalive.in
Monday, December 8, 2025
27.1 C
Bhubaneswar

ବିଏସ୍ଏନ୍ଏଲର ନୂଆ ଉପହାର, ୧୮ଟଙ୍କାରେ ମିଳିବ ଅନଲିମିଟେଡ ଡାଟା

ନୂଆଦିଲ୍ଲୀ : ଭାରତ ସଂଚାର ନିଗମ ଲିମିଟେଡ( ବିଏସ୍‍ଏନ୍‍ଏଲ୍‍) ତାର ପ୍ରିପେଡ ଉପଭୋକ୍ତାଙ୍କ ପାଇଁ ସ୍ପେସିଆଲ ତାରିଫ ଭାଉଚର(ଏସଟିଭି) ୧୮ ଆଣିଛି। ୧୮ ଟଙ୍କାର ଏହି ପ୍ଲାନର ବୈଧତା ୨ଦିନ। ବିଏସ୍ଏନ୍ଏଲ୍ ର ୧୮ବର୍ଷ ପୂର୍ତ୍ତି ଅବସରରେ ସୋମବାର ଠାରୁ ବିଏସ୍ଏନ୍ଏଲ୍ ଏହି ଅଫର ଆଣିଛି। ଏହାବ୍ୟତୀତ କମ୍ପାନୀ ୧୮୦୦ଟଙ୍କା, ୧୨୦୧ ଟଙ୍କା ଏବଂ ୬୦୧ ଟଙ୍କାର ପ୍ଲାନ ଜାରି କରିଛି। ଏହାଦ୍ୱାରା ଗ୍ରାହକଙ୍କୁ ୧୮ ପ୍ରତିଶତ ଅଧିକ ଟକଟାଇମ ଏବଂ ଡାଟା ମିଳିବ। ସର୍ବପ୍ରଥମେ ବିଏସ୍‍ଏନ୍‍ଏଲ୍‍ର ୧୮ ଟଙ୍କାର ପ୍ଲାନ ବିଷୟରେ କହିଲେ ଏହି ପ୍ଲାନରେ ଦୁଇ ଦିନର ବୈଧତା ସହିତ ଅନଲିମିଟେଡ ଭଏସ୍‍ କଲିଂ ଏବଂ ଭିଡିଓ କଲିଂ ମିଳିବ। ବିଏସ୍‍ଏନ୍‍ଏଲ୍‍ର ଏହି ପ୍ଲାନର ଟକ୍କର ଜିଓର ୧୯ ଟଙ୍କାର ପ୍ଲାନ ସହିତ ହେବ। ଯେଉଁଥିରେ ଗୋଟିଏ ଦିନର ବୈଧତା ସହିତ ଅନଲିମିଟେଡ କଲିଂ ଏବଂ ୦.୧୫ ଡାଟା ମିଳିଥାଏ।

ବିଏସଏନଏଲର ୧,୮୦୧ ଟଙ୍କାର ପ୍ଲାନରେ ୨,୧୨୫ ଟଙ୍କାର ଟକଟାଇମ୍‍ ଏବଂ ୧୦ ଜିବି ଡାଟା ମିଳବ। ସେହିଭଳି ୧,୨୦୧ ଟଙ୍କାର ପ୍ଳାନରେ ୧,୪୧୭ ଟଙ୍କାର ଟକଟାଇମ ଏବଂ ୧୦ଜିବି ଡାଟା ମିଳିବ। ୬୦୧ ଟଙ୍କାର ପ୍ଲାନରେ ୭୦୯ ଟଙ୍କାର ଟକଟାଇମ୍‍ ଏବଂ ୫ଜିବି ଡାଟା ମିଳିବ। ଅକ୍ଟୋବର ମାସ ୦୧ ତାରିଖରୁ ଏହି ପ୍ଳାନ ସବୁ ଗ୍ରାହକ ମାନଙ୍କ ପାଇଁ ଉପଲବ୍ଧ ରହିଛି। ଯାହା ଅକ୍ଟୋବର ୧୮ ପର୍ଯ୍ୟନ୍ତ ଚାଲିବ।

- Advertisement -

ଭାରତ ସଂଚାର ନିଗମ ଲିମିଟେଡ(ବିଏସ୍‍ଏନ୍‍ଏଲ୍‍) ନିଜର ଗ୍ରାହକ ମାନଙ୍କୁ ୧ବର୍ଷ ପାଇଁ ଆମାଜନ ପ୍ରାଇମର ମାଗଣା ସବସକ୍ରିସନ୍ ଦେବା ପାଇଁ ଘୋଷଣା କରିଛି। ଏହି ଅଫର କିଛି ବଛା ପୋଷ୍ଟପେଡ ଏବଂ ବ୍ରଡବ୍ୟାଣ୍ଡ ଗ୍ରାହକ ମାନଙ୍କ ପାଇଁ ଉପଲବ୍ଧ। ବିଏସ୍‍ଏନ୍‍ଏଲର ଏହି ଅଫରରେ ୩୯୯ ଟଙ୍କା ଏବଂ ୭୪୫ ଟଙ୍କାର ବ୍ରଡବ୍ୟାଣ୍ଡ ପ୍ଲାନର ଗ୍ରାହକଙ୍କୁ ୧ବର୍ଷ ପାଇଁ ମାଗଣାରେ ଆମାଜନ ପ୍ରାଇମର ସବ୍ସକ୍ରିସନ ମିଳିବ। ଆମାଜନ ପ୍ରାଇମର ମେମ୍ବରସିପ ଜରିଆରେ ଗ୍ରାହକଙ୍କୁ ଫିଲ୍ମ, ଟିଭି ସୋ, ଆମାଜନ ପ୍ରାଇମ ସର୍ଭିସ ଏବଂ ଇ-ବୁକ ପଢିବାର ସୁଯୋଗ ମିଳିବ। ଆମାଜନର ୧ବର୍ଷ ପାଇଁ ପ୍ରାଇମ ମେମ୍ବରସିପର ଫିସ ୯୯୯ ଟଙ୍କା ରହିଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories