www.samajalive.in
Monday, December 8, 2025
14.1 C
Bhubaneswar

ମହୋଷଧୀ ଏହି ୬ଟି ପତ୍ର, ଜାଣନ୍ତୁ କିପରି କରିବେ ବ୍ୟବହାର

ରୋଷେଇ ବେଳେ ପ୍ରାୟତଃ ବିଭିନ୍ନ ପ୍ରକାରର ପତ୍ରର ବ୍ୟବହାର କରଯାଏ, ଯାହା ଶରୀର ପାଇଁ ବେଶ ଉପଯୋଗୀ ଏବଂ  ଖାଦ୍ୟକୁ ସ୍ବାଦିଷ୍ଟ କରାଇଥାଏ । ଖାଦ୍ୟକୁ ସଜାଇବା ପାଇଁ ମଧ୍ୟ କେତେକ ପତ୍ରର ବ୍ୟବହାର କରାଯାଉ ଥିବା ବେଳେ ବ୍ୟଞ୍ଜନ ପ୍ରସ୍ତୁତ ମଧ୍ୟ ବେଳେ ପକାଯାଏ । ତେବେ ଆସନ୍ତୁ ଜାଣିବା ସେହି ପତ୍ର ଗୁଡିକର ଲାଭଦାୟକ ଗୁଣ ବିଷୟରେ……

ତୁଳସୀ: ତୁଳସୀ ପତ୍ରରେ ଗୋଟିଏ ନୁହେଁ ଅନେକ ଲାଭକରୀ ଗୁଣ ରହିଛି । ତୁଳସୀ ପତ୍ରରୁ ନେଇ ମଞ୍ଚି ଏବଂ ଚେର ସବୁ ଶରୀର ପାଇଁ ଲାଭଦାୟକ । ଏପରିକି କେତେକ ରୋଗର ଏହା ରାମବାଣ ବୋଲି ମଧ୍ୟ କୁହାଯାଏ । ଏଥିରେ ଥିବା ଆଣ୍ଟି-ଅକ୍ସିଡେଣ୍ଟ ସ୍ବାସ୍ଥ୍ୟଗତ ସମସ୍ୟରୁ ରକ୍ଷା କରିଥାଏ ।

- Advertisement -

ପୁଦିନା: ପୁଦିନାର ବ୍ୟବହାର କେବଳ ସ୍ବାଦ ଏବଂ ଔଷଧ ପାଇଁ କରାଯାଏ ତାହା ନୁହେଁ ଗରମରେ ଏହାର ସେବନ କରିବା ଫଳପ୍ରଦ ଅଟେ । ଗରମରେ ଏହା ଶରୀରକୁ ଥଣ୍ଡା ପ୍ରଦାନ କରିଥାଏ । ପୁଦିନା ସେବନ ଦ୍ବାରା ଆଖି ତଳର କଳା ଦାଗ ଦୂର ହୋଇଥାଏ । ଥଣ୍ଡା ଓ କାଶରୁ ଆରାମ ଦେଇଥାଏ ପୁଦିନା ପତ୍ର ।

ମେଥି ପତ୍ର: କିଛି ଲୋକ ମେଥି ପତ୍ରର ପିତା ସ୍ବାଦକୁ ପସନ୍ଦ କରି ନଥାନ୍ତି କିନ୍ତୁ ଏହା ଶରୀରକୁ ଅନେକ ଲାଭ ଦେଇଥାଏ । ମଧୁମେହ ରୋଗୀ ପାଇଁ ଏହା ବହୁତ ଲାଭଦାୟକ । ଏଥିରେ ଭରପୁର ମାତ୍ରାରେ ଫାଇବର, ଆଣ୍ଟି-ଆକ୍ସିଡେଣ୍ଟ, ଭିଟାମିନ୍ ଏବଂ ମିନେରାଲ ରହିଥାଏ ।

ଭୂସଙ୍ଗ ପତ୍ର: ପ୍ରାୟତଃ ବାଡି ବଗିଚାରେ ଭୃଶଙ୍ଗ ପତ୍ରର ଗଛ ରହିଥିବା ଦେଖିବାକୁ ମିଳେ । ଏହାର ବ୍ୟବହାର ନଡିଆ ଚଟନୀ, ଡାଲି ଛୁଙ୍କ, ଉପାମ ଏଭଳି ଅନେକ ଖାଦ୍ୟରେ କରାଯାଏ । ଭୃଶଙ୍ଗ ପଡିବା ଦ୍ବାରା ଖାଦ୍ୟକୁ ଏକ ନିଆର ବସ୍ନା ଓ ସ୍ବାଦ ଦେଇଥାଏ । ଏଥିରେ ଥିବା ଭିଟାମିନ୍, ଆଇରନ୍, କ୍ୟାଲସିୟମ୍ ଏବଂ ଫସଫରସ୍ ଶରୀର ପାଇଁ ଅତି ଉତ୍ତମ ଅଟେ ।

ତେଜପତ୍ର: ଭାରତୀୟ ଖାଦ୍ୟରେ ତେଜପ୍ରତ ବହୁତ ବ୍ୟବହାର କରାଯାଏ । ରୋଷେଇ ଆରମ୍ଭରେ ପ୍ରଥମେ ତେଜପତ୍ର ହିଁ ଖୋଜା ପଡେ । ବିବାଘର ହେଉ ଅବା ବ୍ରତଘର, ଡାଲି ହେଉ ଅବା ପୁଲାଉ ସବୁଥିରେ ତେଜପତ୍ର ପଡେ । ଏହା କେବଳ ଖାଦ୍ୟର ବସ୍ନା ବଢାଏ ତାହା ନୁହେଁ ଶରୀର ପାଇଁ ଅନେକ ଲାଭଦାୟକ । ରାତିରେ ଶୋଇଲା ବେଳେ ପାଣିରେ ତେଜପତ୍ର ତେଲ ମିଶାଇ ପିଇଲେ ଭଲ ନିଦ ହୋଇଥାଏ ।

ଧନିଆ ପତ୍ର: ପାରମ୍ପାରିକ ରୋଷେଇ ହେଉ ଅବା ଫାଷ୍ଟ ଫୁଡ୍ ସବୁଥିରେ ଧନିଆ ପତ୍ରର ବ୍ୟବହାର କରାଯାଏ । ଖାଦ୍ୟର ସ୍ବାଦକୁ ଦୁଇ ଗୁଣ କରେ ଧନିଆ ପତ୍ର । ଏହା ପଟିକୁ ଯେତିକି ସୁଆଦ ଶରୀର ପାଇଁ ମଧ୍ୟ ଉପକାରୀ । ଧନିଅ ପତ୍ର ନିୟମିତ ଖାଇବା ଦ୍ବାରା ତ୍ବଚାରେ ସଂକ୍ରମଣ ଜନିତ ସମସ୍ୟା ଦୂର ହେବା ସହ କେଶ ମଧ୍ୟ ଘନ ଓ ସୁନ୍ଦର ହୋଇଥାଏ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories