www.samajalive.in
Saturday, December 6, 2025
19.1 C
Bhubaneswar

ଆତଙ୍କ ଖେଳାଇଲାଣି ଚାନ୍ଦିପୁରା ଭୂତାଣୁ; ୨ଦିନରେ ୫ଶିଶୁଙ୍କ ମୃତ୍ୟୁ, ପୁଣେ ଗଲା ନମୁନା

ସମାଜ ଡିଜିଟାଲ ଡେସ୍କ: କରୋନା ପରେ ଗୁଜୁରାଟରେ ଆତଙ୍କ ଖେଳାଇଛି ଆଉ ଏକ ନୂଆ ଭୂତାଣୁ । ଚାନ୍ଦିପୁରା ଭୂତାଣୁ ନାମକ ଅଜଣା ଭାଇରସ୍‍ ଆତଙ୍କରେ ଦୁଇ ଦିନରେ ୫ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସାବରକାଣ୍ଠା ସିଭିଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଭାଇରସ୍‍ ଗୁଜରାଟର ସାବରକଣ୍ଠା ଓ ଅରାବଲି ଜିଲାରେ ଚିହ୍ନଟ ହୋଇଛି । ନୂଆ ଭୂତାଣୁ ଆତଙ୍କ ଖେଳାଇଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଶିଶୁଙ୍କଠାରେ ଦେଖାଦେଇଥିବା ଭୂତାଣୁର ନମୁନା ପୁଣେ ଲ୍ୟାବକୁ ଯାଞ୍ଚ ପାଇଁ ପଠାଯାଇଛି । ସୂଚନା ଅନୁଯାୟୀ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ଶିଶୁଙ୍କ ମସ୍ତିଷ୍କରେ କିଛି ଲାଲ ଭଳି (ଆଲର୍ଜି)ଲକ୍ଷଣ ଦେଖାଦେଇଥିଲା । ଶିଶୁଙ୍କଠାରେ ଦେଖା ଦେଇଥିବା ଲକ୍ଷଣ ଗୁଡିକରୁ ୬ଟି ନମୁନା ପୁଣେ ଲ୍ୟାବକୁ ପଠାଯାଇଛି । ଏବେ ଯାଞ୍ଚ ରିପୋର୍ଟକୁ ଅପେକ୍ଷା କରାଯାଇଛି । ସେପଟେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଭୂତାଣୁକୁ ନେଇ ସର୍ଭେ ଆରମ୍ଭ ହୋଇଛି ।

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories