ଏନ୍‌‌ସିସି କ୍ୟାଡେଟ୍‌‌ ଦେଶ ମାତୃକାର ସେବା କରିବା ପାଇଁ ସର୍ବଦା ଆଗେଇ ଆସିବାକୁ ଆହ୍ୱାନ

୧୪ ଓଡ଼ିଶା ବାଟାଲିୟନ ପକ୍ଷରୁ ଏନ୍‌‌ସିସି ଦିବସ ପାଳି

କେନ୍ଦୁଝରଗଡ଼଼ : ଓଡ଼ିଶା ବାଟାଲିୟନ ଏନ୍‌‌ସିସି କେନ୍ଦୁଝର ପକ୍ଷରୁ ରବିବାର ଅନୁଷ୍ଠିତ ୭୬ତମ ଏନ୍‌‌ସିସି ଦିବସ ପାଳନ ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଧରଣୀଧର ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଏକ ଶାନ୍ତି ଶୋଭାଯାତ୍ରାକୁ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ୍‌‌.ଡି. ପତାକା ହଲାଇ ଉଦଘାଟନ କରିଥିଲେ।

ଏହାପରେ ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ୧୪ ଓଡ଼ିଶା ବାଟାଲିୟନ ଏନ୍‌‌ସିସି କମାଣ୍ଡିଙ୍ଗ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ମୟୁର ଘାର୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ୍‌‌.ଡିର୍ମୁଖ୍ୟଅତିଥି ଭାବେ ଯୋଗଦେଇ ନିଜର ଏନ୍‌‌ସିସି କ୍ୟାଡେଟ ସମୟର ଅନୁଭୂତିକୁ ବଖାଣିବା ସହିତ କ୍ୟାଡେଟ୍‌‌ମାନେ ଦେଶ ମାତୃକାର ସେବା କରିବା ପାଇଁ ସର୍ବଦା ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ଧରଣୀଧର ବିଶ୍ୱବିଦ୍ୟାଳୟର କୁଳସଚିବ ଦୁଃଖବନ୍ଧୁ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ୟାଡେଟ୍‌‌ମାନଙ୍କୁ ଏନଡିଏ, ସିଡିଏସ୍‌‌ ଆଦି ପରୀକ୍ଷା ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବା ସହିତ ସମାଜରେ ଭଲମଣିଷ ହୋଇ ଦେଶ ମାତୃକାର ସେବାରେ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ।

ଲେଫ୍ଟନାଣ୍ଟ ସଲମା କିସ୍କୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏନ୍‌‌ସିସି ଅଫିସର ବିଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ୧୪ ଓଡ଼ିଶା ବାଟାଲିୟନ ଏନ୍‌‌ସିସିର ସୁବେଦାର ମେଜର ଲକ୍ଷ୍ମୀ ନାରାୟଣ,ସୁବେଦାର ନାଦେର ଚନ୍ଦ୍ର ଘୋଷ,ଏନ୍‌‌ସିସି ଅଫିସର ସୁରେନ୍ଦ୍ର କୁମାର ପଇଦା, ଅବସରପ୍ରାପ୍ତ କ୍ୟାପଟେନ ଦୋଳଗୋବିନ୍ଦ ପାତ୍ର, ସୁବେଦାର ମେଜର ବଳଭଦ୍ର ସାହୁ, ଚନ୍ଦ୍ରମଣି ଦଳେଇ, କୃଷ୍ଣଚନ୍ଦ୍ର ସାହୁ, ସୁବେଦାର ଅରୁଣ କୁମାର ରାଉତ, ହାବିଲଦାର ଶୁଭାଶିଷ ଚକ୍ରବର୍ତ୍ତୀ, ମାର୍କଣ୍ଡ ସାମଲ ପ୍ରମୁଖ ଯୋଗ ଦେଇ କ୍ୟାଡେଟ ମାନଙ୍କୁ ଦେଶ ସେବାରେ ବ୍ରତୀ ହେବାକୁ ଉତ୍ସାହିତ କରିଥିଲେ।

Comments are closed.