ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୧୬ତମ ମନ କୀ ବାତ୍ କାର୍ଯ୍ୟକ୍ରମ। ଏହି ଅବସରରେ ମୋଦୀ ଆଜି ଦେଶବାସୀଙ୍କୁ ନିଜ ମନର କଥା କହିଛନ୍ତି। ଏନସିସି ଦିବସରେ କଲେଜ ସମୟର ଅନୁଭୂତି ମନେ ପକାଇଛନ୍ତି। ଏବଂ କହିଛନ୍ତି ଏନସିସି ଯୁବବର୍ଗଙ୍କ ଭିତରେ ଅନୁଶାସନ , ନେତୃତ୍ଵ ଓ ସେବା ଭାବନା ଆଣିଥାଏ। ଦେଶରେ ୫ ହଜାର ନୂଆ ସ୍କୁଲ ଓ କଲେଜରେ ଏନସିସି ଯୋଡି ହୋଇଛି। ଏନସିସିରେ ପୂର୍ବ ଅପେକ୍ଷା ୪୦ ପ୍ରତିଶତ ବାଳିକାଙ୍କ ସଂଖ୍ୟା ବଢିଛି। ଅନ୍ୟପଟେ ଆଜି ଡିଜିଟାଲ ଆରେଷ୍ଟକୁ ନେଇ ମଧ୍ୟ ପୁଣି ଦେଶବାସୀଙ୍କୁ ସଚେତନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏକ ପେଡ୍ ମା କେ ନାମ୍ ଅଭିଯାନ ତୀବ୍ର ହୋଇଛି। ବୃକ୍ଷ ରୋପଣ ଅଭିଯାନ ଦେଶ ବିଦେଶକୁ ବ୍ୟାପିଛି। ସରକାରୀ କାର୍ଯ୍ୟାଳୟରେ ଏବେ ସ୍ଵଚ୍ଛତା ବଢିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।
Popular Categories



