www.samajalive.in
Saturday, December 6, 2025
14.1 C
Bhubaneswar

ନିର୍ବାଚନରେ କାମ ଦେଲାନି ଲୋକପ୍ରିୟତା, ୧୫୫ ଖଣ୍ଡ ଭୋଟ ପାଇଲେ ଅଭିନେତା

ସମାଜ ଡିଜିଟାଲ ଡେସ୍କ: ଅଭିନୟ କରି ଲୋକପ୍ରିୟତା ସାଉଁଟିବା ପରେ ନିର୍ବାଚନ ଲଢ଼ି ରାଜନେତା ପାଲଟିବା ଅନେକ ଅଭିନେତା ଅଭିନେତ୍ରୀଙ୍କ ଇଚ୍ଛା। କିନ୍ତୁ ଏହି କୌଶଳ ଫେଲ୍‌ ମାରିଛି ମହାରାଷ୍ଟ୍ରରେ। ନିର୍ବାଚନରେ ଅଭିନେତାଙ୍କ ଲୋକପ୍ରିୟତା କାମ ଦେଇନାହିଁ। ସାମାଜିକ ଗଣମାଧ୍ୟମରେ ୫୦ ଲକ୍ଷରୁ ଅଧିକ ଫଲୋୟର୍ସ(ଅନୁଗାମୀ) ରହିଥିବା ସତ୍ବେ ନିର୍ବାନରେ ୨୦୦ ଭୋଟ ବି ପାଇନାହାନ୍ତି ଅଭିନେତା ଏଜାଜ ଖାନ।

ବିଗ୍ ବସ ଫେମ୍‌ ଅଭିନେତା ଏଜାଜ ଖାନ ମହାରାଷ୍ଟ୍ରର ବରସୋଭା ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ଵନ୍ଦ୍ଵିତା କରୁଥିଲେ। ଏହି ଆସନରେ ମୋଟ ୧୬ ପ୍ରାର୍ଥୀ ନିର୍ବାଚନ ମଇଦାକୁ ଓହ୍ଲାଇଥିଲେ। କିନ୍ତୁ ବାଜି ମାରିଥିଲେ ଶିବସେନା ୟୁବିଟି ପ୍ରାର୍ଥୀ ହରୁନ ଖାନ। ସେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ବିଜେପି ପ୍ରାର୍ଥୀ ଡ. ଭାରତୀ ଲାଭେକରଙ୍କୁ ୧୬୦୦ ଭୋଟରେ ପରାଜିତ କରିଥିଲେ। ଏହି ଆସନରୁ ଆଜାଦ ସମାଜ ପାର୍ଟିରେ ପ୍ରାର୍ଥୀ ହୋଇଥିବା ଅଭିନେତା ଏଜାଜ ଖାନଙ୍କୁ ମିଳିଥିଲା ମାତ୍ର ୧୫୫ ଖଣ୍ଡ ଭୋଟ। ଅଭିନୟ ଜଗତରେ ଢେର ଲୋକପ୍ରିୟତା ସତ୍ବେ ରାଜନୀତିରେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛି ସାଧାରଣ ଜନତା।

- Advertisement -

ଅନ୍ୟପଟେ ଫଳାଫଳ ଜଣାପଡ଼ିବା ପରେ ଏଜାଜ ପରାଜୟ ପାଇଁ ଇଭିଏମକୁ ଦାୟୀ କରିଛନ୍ତି। ନିର୍ବାଚନରେ ଇଭିଏମ ଜାତିଆତି ହୋଇଥିବାରୁ ସେ ଭୋଟ ପାଇନାହାନ୍ତି ବୋଲି ଯୁକ୍ତି କରିଛନ୍ତି। ଏଜାଜ ସର୍ବଦା ନିଜର ବିବାଦୀୟ ମନ୍ତବ୍ୟ ଏବଂ ଭାଇରାଲ ଭିଡିଓ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories