www.samajalive.in
Sunday, December 7, 2025
26.1 C
Bhubaneswar

ରେଳ ସଫେଇ କର୍ମଚାରୀଙ୍କ ମାଧ୍ୟମରେ ଚାଲାଣ ହେଉଛି ନିଶା କଫ ସିରପ, ୫ ନିଶା ଓ ସଟ୍ଟା ବେପାରୀ ଗିରଫ

ସମ୍ବଲପୁର: ଗତ ୨୦ ତାରିଖରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ନିଶା ବିରୋଧୀ ଅଭିଯାନ କ୍ରମରେ ଶନିବାର ସମ୍ବଲପୁର ପୁଲିସ ୫ ଜଣ ନିଶା ଓ ସଟ୍ଟା ବେପାରୀଙ୍କୁ ଗିରଫ କରିଛି । ସଦର ଏସଡିପିଓ ତୁଫାନ ବାଗ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସହରରେ ଚାଲିଥିବା ଅବୈଧ ସଟ୍ଟା ଓ ନିଶା ଦ୍ରବ୍ୟ କାରବାର ଉପରେ ଚଢ଼ାଉ ଅଭିଯାନ ଜାରି ରହିଛି। ସହରର ବିଭିନ୍ନ ଥାନାଞ୍ଚଳରେ ଚଢ଼ଉ କରାଯାଇ ୩ ଜଣ ନିଶା କଫ ସିରପ ବେପାରୀ ଓ ୨ ଜଣ ସଟ୍ଟା ବେପାରୀଙ୍କୁ ଗିରଫ କରାଯାଇଛି । ଚଢ଼ଉ ସମୟରେ ୧୧୫ ବୋତଲ ନିଶା କଫ ସିରପ, ୧୫ ଲିଟର ଦେଶୀ ପାଉଚ ମଦ, ନିଶା ବଟିକା, ୨ ଶହ ଟଙ୍କା ଓ ଅପମିଶ୍ରିତ ନିଶା ଦ୍ରବ୍ୟ ଜବତ କରାଯାଇଛି। ବରେଇପାଲି ପୁଲିସ ଦ୍ୱାରା ରେମେଡର ଚେପଟିପୁଲିଆ ନିକଟରେ ଚଢ଼ଉ ସମୟରେ ବରଗଡ ଜିଲା ଭଟଲି ନିବାସୀ ସୁଦାମ ସୁନାନୀ(୨୬), ବରେଇପାଲି ନିବାସୀ ମୁକ୍ତିଲାଭ ମହାକୁଡ(୧୯) ଏବଂ ତାଲଭଟ୍ଟପଡା ନିବାସୀ ସୁନୀଲ ମହାନ୍ତି(୨୦)ଙ୍କୁ ଗିରଫ କରାଯାଇଛି । ଧରା ପଡିଥିବା ଯୁବକ ମାନେ ଟ୍ରେନ ସଫେଇ କରୁଥିବା ଠିକା ସଂସ୍ଥା କର୍ମଚାରୀ ଅଟନ୍ତି। ସେମାନେ ଟ୍ରେନ ଜରିଆରେ ପଶ୍ଚିମବଙ୍ଗର କଲକାତା ଅଞ୍ଚଳରୁ ବେଆଇନ ଭାବରେ ଏହି ନିଶା ଦ୍ରବ୍ୟଗୁଡିକୁ ଚାଲାଣ କରି ଆଣୁଥିଲେ ବୋଲି ପଚରାଉଚରା ସମୟରେ କହିଛନ୍ତି। ଏ ସମ୍ପର୍କରେ ବରେଇପାଲି ଥାନାରେ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଦାଲତକୁ ଚାଲାଣ କରାଯାଇଛି।

ସେହିଭଳି ଟାଉନ ଥାନା ଅନ୍ତର୍ଗତ ପୀରବାବା ଛକ ନିକଟରେ ଚାଲିଥିବା ସଟ୍ଟା ଉପରେ ଚଢ଼ାଉ କରାଯାଇ କୈଳାଶ ଶର୍ମା(୬୯) ନାମକ ଏକ ବରିଷ୍ଠ ନାଗରିକଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ୨୬ ହଜାର ୩ ୫୦ ଟଙ୍କା, ସଟ୍ଟା ଚାର୍ଟ, ଗୋଟିଏ କଲମ, ଗୋଟିଏ ସଟ୍ଟା ବହି ଜବତ କରାଯାଇଛି । ଅନ୍ୟ ଏକ ଚଢ଼ାଉରେ ମୁଦିପଡା ଗୁରୁଦ୍ୱାରା ନିକଟରୁ ପିଙ୍କୁ ରାଜହଂସ ନାମକ ଯୁବକଙ୍କୁ ଧରାଯାଇ ତା ନିକଟରୁ ୧୨୨୦ ଟଙ୍କା ସଟ୍ଟା ଚାର୍ଟ, ଗୋଟିଏ କଲମ, ସଟ୍ଟା ବହି ଆଦି ଜବତ କରାଯାଇଥିବା ଏସଡିପିଓ ବାଗ କହିଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories