www.samajalive.in
Friday, December 12, 2025
27.1 C
Bhubaneswar

ଜୟସଓ୍ବାଲଙ୍କ ଶତକ, ଦୃଢ଼ ସ୍ଥିତିରେ ଭାରତ

ସମାଜ ଡିଜିଟାଲ ଡେସ୍କ: ପର୍ଥରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଦୃଢ଼ ସ୍ଥିତିରେ ରହିଛି। ୩ୟ ଦିନର ଖେଳ ଜାରି ରହିଥିବାବେଳେ ଟିମ ଇଣ୍ଡିଆ ଏହାର ୨ୟ ପାଳିରେ ୧ ଉଇକେଟ ହରାଇ ୨୭୫ ରନ ସଂଗ୍ରହ କରିସାରିଛି। ଯଶସ୍ଵୀ ଜୟସଓ୍ବାଲଙ୍କ ଅପରାଜିତ ୧୪୧ ରନ ଏବଂ କେ.ଏଲ. ରାହୁଲଙ୍କ ୭୭ ରନ ବଳରେ ଭାରତ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହେଉଛି। ବର୍ତ୍ତମାନ ସୁଦ୍ଧା ଦଳ ଅଷ୍ଟ୍ରେଲିଆଠାରୁ ୩୨୧ ରନରେ ଆଗୁଆ ରହିଛି।

ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ପାଳିରେ ୧୫୦ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଜବାବରେ ଅଷ୍ଟ୍ରେଲିଆ ବି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସାଙ୍ଗକୁ ମାତ୍ର ୧୦୪ ରନରେ ସମସ୍ତ ଉଇକେଟ ହରାଇଥିଲା। ଫଳରେ ଭାରତ ପ୍ରଥମ ପାଳିରେ ଘରୋଇ ଦଳଠାରୁ ୪୬ ରନରେ ଆଗୁଆ ରହିଥିଲା। ୨ୟ ପାଳିରେ ଜୟସଓ୍ବାଲ ଏବଂ ରାହୁଲ ଭଲ ପ୍ରାରମ୍ଭ କରିଥିଲେ। ଉଭୟେ ପ୍ରଥମ ଉଇକେଟ ଭାଗିଦାରୀରେ ୨୦୧ ରନ ସଂଗ୍ରହ କରିଥିଲେ। ରାହୁଲ ୭୭ ରନ କରି ଆଉଟ ହୋଇଯାଇଥିବାବେଳେ ଦେବଦତ୍ତ ପାଡିକଲ ୨୫ ରନ କରି ଅପରାଜିତ ରହି ଜୟସଓ୍ବାଲଙ୍କ ସହିତ କ୍ରିଜରେ ଉପସ୍ଥିତ ରହିଛନ୍ତି। ଏହି ମ୍ୟାଚ ଜିତିବାକୁ ହେଲେ ଭାରତକୁ ବଡ଼ ସ୍କୋର କରିବାକୁ ପଡ଼ିବ। କାରଣ ପ୍ରଥମ ଇନିଂସ ପରେ ପିଚରେ ପରିବର୍ତ୍ତନ ଆସିଥିବାରୁ ଏହା ବ୍ୟାଟିଂକୁ ବେଶ୍‌ ସୁହାଉଛି। ଯେଉଁଥିପାଇଁ ଘରୋଇ ଅଷ୍ଟ୍ରେଲିଆ ଦଳକୁ ଏହା ଅଧିକ ପାଇଦା ଦେବ। ତେଣୁ ବଡ଼ ସ୍କୋର କରିପାରିଲେ ଭାରତ ମ୍ୟାଚକୁ ଡ୍ର’ କିମ୍ବା ଜିତିବାରେ ସମର୍ଥ ହୋଇପାରିବ।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories