www.samajalive.in
Saturday, December 6, 2025
23.1 C
Bhubaneswar

ପିଲା ହେବା ପରେ କମି ଯାଉଛି କି ମହିଳାଙ୍କ ସୌନ୍ଦର୍ଯ୍ୟ, ଚୁଟକୀରେ କରନ୍ତୁ ସମାଧାନ…

ଡେସ୍କ: ମହିଳାମାନଙ୍କ କ୍ଷେତ୍ରରେ ସୌନ୍ଦର୍ଯ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ତେବେ ବହୁଦିନ ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟମୟୀ ରହିବା ପାଇଁ ଖାଦ୍ୟପେୟ ଠାରୁ ଆରମ୍ଭ କରି ନିଜର ଯତ୍ନ ନେବା ମଧ୍ୟ ଏ କ୍ଷେତ୍ରରେ ଜରୁରୀ। ବିଶେଷ କରି ଆମ ଦେଶ ଭାରତରେ ମହିଳା ମାନେ ଅତ୍ୟଧିକ ଭାବେ ଘର କାମରେ ବ୍ୟସ୍ତ ରହି ଶାରୀରିକ ପରିଶ୍ରମ କରନ୍ତି, ଯାହା ଫଳରେ ସେମାନେ ନିଜ ସୌନ୍ଦର୍ଯ୍ୟର ଯତ୍ନ ନେବା ବିଷୟ ଭୁଲିଯାନ୍ତି।

ଏପରି ଅନେକ ମହିଳା ଅଛନ୍ତି ଯେଉଁମାନେ ସୌନ୍ଦର୍ଯ୍ୟକୁ ଆଦୌ ଗୁରୁତ୍ୱ ଦିଅନ୍ତି ନାହିଁ। ବିବାହିତ ମହିଳା ମାନେ ନିଜ ସ୍ୱାମୀ, ପିଲା ଓ ଘରଲୋକଙ୍କ ଆବଶ୍ୟକତା ପୂରଣ କରିବାକୁ ଯାଇ ନିଜ ସୌନ୍ଦର୍ଯ୍ୟକୁ ଅଣଦେଖା କରିଥାନ୍ତି। ସାଧାରଣତଃ ଆମ ଦେଶରେ ଶିଶୁ ଜନ୍ମ ପରେ ମହିଳାମାନଙ୍କ ସୌନ୍ଦର୍ଯ୍ୟ ହାନି ହୋଇଥାଏ। ଅନେକ ଜଣ ଏହା ମଧ୍ୟ ଭାବି ଦିଅନ୍ତି ଯେ ଏହା ଏକ ପ୍ରାକୃତିକ ପ୍ରଭାବ ତେଣୁ କିଛି କରିହେବ ନାହିଁ। ଯଦିଓ ପିଲା ଜନ୍ମ ହେବା ପରେ ଜଣେ ମହିଳା ପ୍ରାକୃତିକ ପ୍ରଭାବର ଶିକାର ହୋଇଥାନ୍ତି, କିନ୍ତୁ ଏହା ମଧ୍ୟ ଜାଣି ରଖିବା ଆବଶ୍ୟକ ଯେ ଏହାକୁ ଦୂର କରିବା ଲାଗି ଉପାୟ ରହିଛି।

- Advertisement -

ଯଦି ଆପଣ ଏଭଳି ସମସ୍ୟା ଭୋଗୁଛନ୍ତି, ତାହେଲେ ଆଜି ହିଁ ଏହି ସବୁ ଉପାୟ ଆପଣାନ୍ତୁ –
୧: ପର୍ଯ୍ୟାପ୍ତ ବିଶ୍ରାମ ନେବା: ଆପଣଙ୍କ ଶିଶୁ ଶୋଇବା ସମୟରେ ଯଥେଷ୍ଟ ବିଶ୍ରାମ ନିଅନ୍ତୁ ଏବଂ ଘରକୁ ଅଧିକ ସଂଖ୍ୟାରେ ଅତିଥି ମାନଙ୍କୁ ଆସିବାକୁ ଦିଅନ୍ତୁ ନାହିଁ।
୨: ଭଲ ଖାଦ୍ୟ: ଶସ୍ୟ, ଫଳ, ପନିପରିବା ଏବଂ ପ୍ରୋଟିନ୍ ସହିତ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ଯଦି ଆପଣ ସ୍ତନ୍ୟପାନ କରାଉଛନ୍ତି, ତେବେ ଆପଣଙ୍କୁ ଅଧିକ ଖାଇବା ଏବଂ ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ।
୩: ଶୁଷ୍କତା ଦୂର କରିବା: ଅଧିକ ମାତ୍ରାରେ ପାଣି ପିଅନ୍ତୁ, ଯଦି ଆପଣ ସ୍ତନ୍ୟପାନ କରାଉଛନ୍ତି ସେ କ୍ଷେତ୍ରରେ ଅଧିକ ପରିମାଣର ପାଣି ପିଇବା ଜରୁରୀ।
୪: ଭିଟାମିନ ଖାଆନ୍ତୁ: ପ୍ରସବ ପରେ ତିନି ମାସ ପର୍ଯ୍ୟନ୍ତ ଆଇରନ୍ ଏବଂ ଫୋଲିକ୍ ଏସିଡ୍ ସପ୍ଲିମେଣ୍ଟ୍ ଖାଇବା ଜାରି ରଖନ୍ତୁ।
୫: ଚା ଓ କଫି ପିଅନ୍ତୁ ନାହିଁ: ଗବେଷଣାରୁ ଜଣାପଡିଛି ଯେ ଯେଉଁ ପର୍ଯ୍ୟନ୍ତ ଶିଶୁକୁ ସ୍ତନ୍ୟପାନ କରାଉଛନ୍ତି ସେ ପର୍ଯ୍ୟନ୍ତ ଚା, କଫି କିମ୍ବା କ୍ୟାଫିନ୍ ଯୁକ୍ତ ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରୁହନ୍ତୁ, କାରଣ ଏହା ଆପଣଙ୍କ ଶିଶୁ ଉପରେ କୁପ୍ରଭାବ ପକାଇପାରେ ଓ ପରିସ୍ରା ମାଧ୍ୟମରେ ଦେହରୁ ଅନବରତ ତରଳ ପଦାର୍ଥ ନିର୍ଗତ ହୋଇପାରେ। ଏହା ଫଳରେ ଦେହ ଶୁଷ୍କ ହେବା ସହ ସୌନ୍ଦର୍ଯ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ।
୬: ପୋଷଣ ନିୟନ୍ତ୍ରଣ: ଆପଣ ସମୟ ସମୟରେ ସାମାନ୍ୟ ଉଷୁମ ପାଣିରେ ସ୍ନାନ କରିବା ଆବଶ୍ୟକ ଓ ଅତ୍ୟଧିକ ଢିଲା କିମ୍ବା ଅତ୍ୟଧିକ ଟାଇଟ ପୋଷାକ ଅର୍ଥାତ ଯେଉଁ ପୋଷାକ ପିନ୍ଧିବାକୁ କମ୍ଫର୍ଟେବଲ ସେହି ପୋଷାକ ପିନ୍ଧନ୍ତୁ।
୭: କୋଷ୍ଠକାଠିନ୍ୟ: ଫାଇବର ଯୁକ୍ତ ଖାଦ୍ୟ ଯଥା ଫଳ, ପନିପରିବା ଏବଂ ଶସ୍ୟ ଖାଆନ୍ତୁ। ଯଦି କୋଷ୍ଠକାଠିନ୍ୟ ସମସ୍ୟା ହେଉଛି, ଡାକ୍ତରଙ୍କୁ ଦେଖାନ୍ତୁ।
୮: ପ୍ରସବ ପରବର୍ତ୍ତୀ ସମସ୍ୟା: ପ୍ରସବ ପରବର୍ତ୍ତୀ ମାନସିକ ସମସ୍ୟା ସାଧାରଣତଃ ପିଲା ହେବାର ଦୁଇ ସପ୍ତାହ ମଧ୍ୟରେ ଆପେ ସମାଧାନ ହୋଇଯାଏ। ଯଦି ଆପଣଙ୍କର ଦୁଇ ସପ୍ତାହରୁ ଅଧିକ ସମୟ ଧରି ଏଭଳି ଅବସାଦଜନିତ ଲକ୍ଷଣ ଅଛି, କିମ୍ବା ଯଦି ଆପଣଙ୍କର ନିଜକୁ କିମ୍ବା ଆପଣଙ୍କ ଶିଶୁକୁ କ୍ଷତି ପହଞ୍ଚାଇବାର ଚିନ୍ତା କରୁଛନ୍ତି ତେବେ ଡାକ୍ତରୀ ସହାୟତା ନିଅନ୍ତୁ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories