www.samajalive.in
Friday, December 5, 2025
23.1 C
Bhubaneswar

ମାତ୍ର ୫୧ ଟଙ୍କା.. ଜିଓ ଆଣିଲା ନୂଆ ଜବରଦସ୍ତ ରିଚାର୍ଜ ପ୍ଲାନ୍‌, ବର୍ଷଯାକ ମିଳିବ ଡାଟା..

ନୂଆଦିଲ୍ଲୀ : ଜିଓ ନିଜ ରିଚାର୍ଜ ପ୍ଲାନ୍‌ରେ ଆଉ ଏକ ନୂଆ ପ୍ଲାନ୍‌ ଯୋଡିଛି । ଏହି ରିଚାର୍ଜ ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ଦୀର୍ଘ ୧ ବର୍ଷ ପର୍ଯ୍ୟନ୍ତ ଡାଟା ମିଳି ପାରିବ । କମ୍ପାନୀ ନିକଟରେ ୬୦୧ ଟଙ୍କାର ଏକ ପ୍ଲାନ୍‌ ଲଞ୍ଚ କରିଛି । ଏହା ଏକ ଡାଟା ଭାଉଚର୍‌ । ଯାହାକୁ ସମସ୍ତ ପ୍ରିପେଡ୍‌ ବ୍ୟବହାରକାରୀ ବ୍ୟବହାର କରି ପାରିବେ । ଏହା ଡାଟା ଭାଉଚର୍‌ ହୋଇଥିବାରୁ ଏଥିରେ କଲିଙ୍ଗ୍‌, ଏସଏମ୍‌ଏସ୍‌ ଓ ଅନ୍ୟ ସୁବିଧା ମିଳିପାରିବ ନାହିଁ । ଏଥିରେ ଅସୀମିତ ୫ଜି ଡାଟା ମିଳିବ ।

ଆପଣ ଯେକୌଣସି ପ୍ଲାନ୍‌ ସହ ଏହି ରିଚାର୍ଜ ପ୍ଲାନ୍‌କୁ ଯୋଡି ପାରିବେ । ମାତ୍ର ଏଥିପାଇଁ ପୂର୍ବରୁ ଆପଣଙ୍କ ନିକଟରେ ସକ୍ରିୟ ପ୍ଲାନ୍‌ ଥିବା ଆବଶ୍ୟକ ।

- Advertisement -

ଏହି ଡାଟା ଭାଉଚର୍‌ରେ ଏକ ବର୍ଷ ପର୍ଯ୍ୟନ୍ତ ଅସୀମିତ ୫ଜି ଡାଟା ଅଫର୍‌ ମଧ୍ୟ ମିଳିବ । ମାତ୍ର ଏହି ଡାଟା ୧୨ ଭିନ୍ନ ଭିନ୍ନ ଭାଉଚର୍‌ ରୂପରେ ମିଳିବ ।

ବୁଧ କରିବେ ଓଲଟା ଚଳନ; ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ ହିଁ ଧନ.. 

ସର୍ବପ୍ରଥମେ ଆପଣଙ୍କୁ ୬୦୧ ଟଙ୍କାର ଡାଟା ଭାଉଚର୍‌ କିଣିବାକୁ ପଡିବ । ଏହାକୁ ଆପଣ ମାଇ ଜିଓ ଆପ୍‌ କିମ୍ବା ୱେବସାଇଟ୍‌ରୁ କିଣି ପାରିବେ ।

ଏହାପରେ ଆପଣଙ୍କୁ ୫୧ ଟଙ୍କାର ୧୨ଟି ରିଚାର୍ଜ ମିଳିବ । ଏହି ସମସ୍ତ ଭାଉଚର୍‌ରେ ଆପଣଙ୍କୁ ଅସୀମିତ ୫ଜି ଡାଟା ସହ ମାସକୁ ୩ ଜିବି ହାଇସ୍ପିଡ୍‌ ଡାଟା ମିଳିବ ।

ଦେଖନ୍ତୁ ଭିଡିଓ.. କୋବିରୁ ହଠାତ୍‌ ବାହାରିଲା ସାପ, ଭାଇରାଲ୍‌ ହେଉଛି ଛାତିଥରା ଭିଡିଓ..

ଏହି ଡାଟା ଭାଉଚର୍‌କୁ ଅନ୍ୟକୁ ମଧ୍ୟ ପଠାଇ ପାରିବେ ।
ଏହି ସୁବିଧା ସେମାନଙ୍କୁ ମିଳିବ, ଯେଉଁମାନେ ଦୈନିକ ୧.୫ ଜିବି କିମ୍ବା ଅଧିକ ପ୍ଲାନ୍‌ର ରିଚାର୍ଜ କରିଥିବେ ।

 

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories