www.samajalive.in
Friday, December 5, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ.. କୋବିରୁ ହଠାତ୍‌ ବାହାରିଲା ସାପ, ଭାଇରାଲ୍‌ ହେଉଛି ଛାତିଥରା ଭିଡିଓ..

ନୂଆଦିଲ୍ଲୀ : ଶୀତ ଦିନ ଆରମ୍ଭ ହେବା ମାତ୍ରେ ବଜାରରେ ଭରପୁର ପରିମାଣରେ ବିଭିନ୍ନ ପ୍ରକାର ପନିପରିବା ସହ ମୁଖ୍ୟତଃ କୋବି ମିଳିଥାଏ । ଅନେକ ଲୋକଙ୍କ ଏହା ପ୍ରିୟ ଖାଦ୍ୟ ହୋଇଥିବା ବେଳେ ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥିବାରୁ ପ୍ରତ୍ୟେକଙ୍କ ଘରେ ଏହାକୁ ବିଭିନ୍ନ ଶୈଳୀରେ ପ୍ରସ୍ତୁତ କରାଯାଏ । ମାତ୍ର ନିକଟରେ ଭାଇରାଲ୍‌ ହେଉଥିବା କୋବିର ଏକ ଭିଡିଓ ଦେଖିଲେ, ମୁଣ୍ଡ ବୁଲାଇଦେବ । ଏହା ଆଶ୍ଚର୍ଯ୍ୟ ଚକିତ କରିବା ସହ ଭୟଭୀତ ମଧ୍ୟ କରିବ । କୋବି ପ୍ରେମୀ ଭିଡିଓ ଦେଖି କାବା ହେବା ସହ ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଛନ୍ତି । ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଥିବା ଏହି ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ ମଧ୍ୟ କରୁଛି ।


ଭିଡିଓରେ ଦେଖିପାରିବେ ଜଣେ ବ୍ୟକ୍ତି କୋବି କାଟୁ ଥିବା ସମୟରେ ହଠାତ୍‌ କୋବି ଭିତରୁ ଏକ ସାପ ବାହାରି ଆସୁଛି । ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟ ମାନେ କାବା ହୋଇ ଯାଇଛନ୍ତି ।

- Advertisement -

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଭିଡିଓକୁ ଦେଖି ଲୋକେ ଚିନ୍ତା ପ୍ରକଟ ମଧ୍ୟ କରିଛନ୍ତି । କାରଣ ଘରେ ଘରେ ପ୍ରସ୍ତୁତ କରାଯାଉଥିବା କୋବି ଭିତରୁ ଏଭଳି ବିଷାକ୍ତ ସାପ ବାହାରିବା ଏକ ଚିନ୍ତାର ବିଷୟ । କୋବି ଭିତରେ ଏଭଳି ସାପ ରହିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ବିଶେଷଜ୍ଞ କହିଛନ୍ତି । ବିଶେଷଜ୍ଞଙ୍କ ମତରେ ପ୍ରଥମେ କୋବିକୁ କାଟିବା ପୂର୍ବରୁ ଭଲ ଭାବେ ଗରମ ପାଣିରେ ଧୁଅନ୍ତୁ । କୋବିକୁ ଭଲ ଭାବେ ସଫା କରି, ଏହାକୁ କିଛି ସମୟ ହଳଦୀ ପାଣିରେ ପକାଇ ରଖିବା ନିତାନ୍ତ ଜରୁରୀ ।

ବୁଧ କରିବେ ଓଲଟା ଚଳନ; ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ ହିଁ ଧନ.. 

ଏହି ଭିଡିଓକୁ ଦେଖିବା ପରେ ସ୍ପଷ୍ଟ ହୋଇଛି ଯେ, କୋବି କିଣିବା ଓ କାଟିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଏହାକୁ ପ୍ରସ୍ତୁତ କରିବା ଓ ଖାଇବା ସମୟରେ ମଧ୍ୟ ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟ ପାଇଁ ଏହା ନିତାନ୍ତ ଜରୁରୀ ।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories