www.samajalive.in
Friday, December 5, 2025
23.1 C
Bhubaneswar

ରୁଷ୍‌ ଉପରେ ଆମେରିକା ତିଆରି କ୍ଷେପଣାସ୍ତ୍ର ମାଡ଼ କଲା ୟୁକ୍ରେନ

ମସ୍କୋ : ରୁଷ୍ ଉପରେ ଆମେରିକା ତିଆରି କ୍ଷେପଣାସ୍ତ୍ର ମାଡ କରିଛି ୟୁକ୍ରେନ। ଆମେରିକା ତିଆରି ୬ଟି ଏଟିଏସିଏମ୍‌ଏସ୍‌ କ୍ଷେପଣାସ୍ତ୍ର ୟୁକ୍ରେନ ମାଡ କରିଥିବା ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଭିଯୋଗ କରିଛି। ଆମେରିକା ତିଆରି କ୍ଷେପଣାସ୍ତ୍ର ବ୍ୟବହାର କରିବା ନେଇ କଟକଣାକୁ ରାଷ୍ଟ୍ରପତି ଜୋ ବାଇଡେନ କୋହଳ କରିବା ପରେ ୟୁକ୍ରେନ ଏହାକୁ ବ୍ୟବହାର କରିଛି। ରୁଷ୍-ୟୁକ୍ରେନ ଯୁଦ୍ଧର ୧୦୦୦ ଦିନ ପୂର୍ତ୍ତି ଅବସରରେ ଆମେରିକା ଏହାର ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର ନେଇ ରହିଥିବା କଟକଣାକୁ ଉଠାଇ ନେଇଛି। ଏହି କଟକଣା ଉଠିବା ପରେ ଆମେରିକା ତିଆରି କ୍ଷେପଣାସ୍ତ୍ରକୁ ରୁଷ୍ ଉପରେ ୟୁକ୍ରେନ ପ୍ରୟୋଗ କରିଛି। ଫଳରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଉଗ୍ର ରୂପ ଧାରଣ କରିବାକୁ ଯାଉଛି। ଏପରି ଆଗାମୀ ଦିନରେ ୟୁକ୍ରେନ ଉପରେ ଅଣୁ ଅସ୍ତ୍ର ପ୍ରୟୋଗ କରିବା ଲାଗି ରୁଷ୍ ଏହାର ଅଣୁ ଅସ୍ତ୍ର ନିୟମରେ ସଂଶୋଧନ କରିଛି। ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ୟୁକ୍ରେନ ମାଡ କରିଥିବା ୬ଟି ଆମେରିକା ତିଆରି କ୍ଷେପଣାସ୍ତ୍ର ମଧ୍ୟରୁ ୫ଟିକୁ ଆକାଶ ମାର୍ଗରେ ନଷ୍ଟ କରିଦିଆଯାଇଛି। ଗୋଟିଏ କ୍ଷେପଣାସ୍ତ୍ର ଏହାର ସାମରିକ ପ୍ରତିଷ୍ଠାନ ଉପରେ ପଡିଛି। ଅନ୍ୟପଟେ ୟୁକ୍ରେନ କହିଛି ଯେ ମଙ୍ଗଳବାର ରୁଷ୍ କ୍ରମାଗତ ତୃତୀୟ ଦିନ ପାଇଁ ଏହାର ସାଧାରଣ ଜନବସତି ଉପରେ ଆକ୍ରମଣ କରିଛି। ଏଥିରେ ୧୨ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ରବିବାର ଓ ସୋମବାର ହୋଇଥିବା ଆକ୍ରମଣରେ ଯଥାକ୍ରମେ ୧୧ ଓ ୧୦ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ରୁଷ୍‌ର ଏହି ଆକ୍ରମଣ ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନସ୍କି କହିଛନ୍ତି ଯେ ରୁଷ୍ ଯୁଦ୍ଧର ଅନ୍ତ ଘଟାଇବାକୁ ଚାହୁନାହାଁ । ପୁଟିନ ଚାହଁୁଛନ୍ତି ଯେ ଯୁଦ୍ଧ ଲାଗି ରହୁ। ମାତ୍ର ଆମେ ରୁଷ୍‌କୁ ଶାନ୍ତି କଥାବାର୍ତ୍ତା କରିବାକୁ ବାଧ୍ୟ କରିବୁ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories