୨୦୨୫ରେ ରାହୁ ଓ କେତୁ ଚଳନ; ଏହି ୫ ରାଶି ପାଇବେ ରାଜା ଭଳି ଜୀବନ, ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..
ରାହୁ ଓ କେତୁ ବର୍ଷ ୨୦୨୫ରେ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ରାହୁ ଓ କେତୁଙ୍କୁ ଜ୍ୟୋତିଷ ଶାସ୍ତ୍ରରେ ମାୟା ଗ୍ରହ ବୋଲି କୁହାଯାଏ । ବର୍ଷ ୨୦୨୫ରେ ରାହୁ ମୀନ ରାଶିରୁ କୁମ୍ଭ ରାଶିରେ ଓ କେତୁ କନ୍ୟା ରାଶିରୁ ସିଂହ ରାଶିରେ ଚଳନ କରିବେ । ୧୮ ମେ ୨୦୨୫ରେ ରାହୁ କୁମ୍ଭ ରାଶିରେ ଓ କେତୁ ସିଂହ ରାଶିରେ ଚଳନ କରିବେ । ଶାସ୍ତ୍ର ଅନୁସାରେ ଏହି ଗ୍ରହଙ୍କ ଚଳନ ପ୍ରଭାବରେ ବ୍ୟକ୍ତିଙ୍କୁ ମାଲାମାଲ୍ କରି ଦେଇ ଥାଆନ୍ତି । ଜାଣନ୍ତୁ ୨୦୨୫ରେ କେଉଁ ରାଶିଙ୍କ ଭାଗ୍ୟ ଚମକାଇବେ ରାହୁ-କେତୁ..
ମେଷ – ରାହୁ ଓ କେତୁ ମେଷ ରାଶି ବ୍ୟକ୍ତି ବିଶେଷଙ୍କୁ ବର୍ଷ ୨୦୨୫ରେ ସୁଖ ସମୃଦ୍ଧି ଓ ଉନ୍ନତି ପ୍ରଦାନ କରିବେ । ହଠାତ୍ ଧନ ପ୍ରାପ୍ତି ହେବା ସହ କର୍ମକ୍ଷେତ୍ରରେ ଉନ୍ନତି ହେବ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଜୀବନରେ ଥିବା ସମସ୍ୟା ଦୂର ହେବ ।
ମିଥୁନ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁସି ଖବର ମିଳିବ । ଧନ ଲାଭ ସହ ବିଭିନ୍ନ କ୍ଷେତ୍ରରେ ଉନ୍ନତି ହେବ । ଦୀର୍ଘ ଦିନରୁ ଅଟକି ଥିବା କାମରେ ସଫଳତା ମିଳିବ । ବିଦେଶ ଯାତ୍ରା କରିବାର ସୁଯୋଗ ମିଳିବ । ଯାନ ସୁଖ ମଧ୍ୟ ମିଳିବ ।
ବୁଧ କରିବେ ଓଲଟା ଚଳନ; ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ ହିଁ ଧନ..
ବିଛା – ଏହି ରାଶି ବ୍ୟକ୍ତି ବିଶେଷ ବେଶ ଭାଗ୍ୟଶାଳୀ ହେବେ । ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି । ଅବିବାହିତ ଯୁବକ ଯୁବତୀଙ୍କ ବିବାହର ଯୋଗ ରହିଛି । ପରିଶ୍ରମ କରି ବଡ ସଫଳତା ହାସଲ କରିବେ। ଧନ ସମ୍ପତ୍ତି ସହ ଯାନ କିଣିବାର ମଧ୍ୟ ଯୋଗ ରହିଛି।
ମକର- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ପରିଶ୍ରମର ଫଳ ମିଳିବ । ଶୁଭଫଳ ସହ ସୁଖସମୃଦ୍ଧି ବୃଦ୍ଧି ହେବ । ଧନ ଲାଭ ହେବ । ପରିବାର ସହ ସମ୍ପର୍କ ମଜଭୁତ ସହ ଯାତ୍ରା କରିବାର ମଧ୍ୟ ଯୋଗ ରହିଛି ।
ମୀନ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଲାଭ ମିଳିବ । ଧନ ଖର୍ଚ୍ଚ କରିବାର ଯୋଗ ରହିଛି । କର୍ମକ୍ଷେତ୍ର ଓ ବ୍ୟବସାୟରେ ଉନ୍ନତି ହେବ । ସୁଖସମୃଦ୍ଧି ବୃଦ୍ଧି ହେବ । ଅଟକି ଥିବା କାମ ପୂରଣ ହେବ । ବିଦେଶ ଯାତ୍ରା କରିବାର ଯୋଗ ରହିଛି ।
Comments are closed.