www.samajalive.in
Saturday, December 6, 2025
16.1 C
Bhubaneswar

ଯୁଦ୍ଧ ଭୟ: ୟୁକ୍ରେନରେ ଦୂତାବାସ ବନ୍ଦ କଲେ ୪ ରାଷ୍ଟ୍ର

ୱାଶିଂଟନ: ୟୁକ୍ରେନ ରାଜଧାନୀ କିଭ୍‌ରେ ଥିବା ନିଜର ଦୂତାବାସକୁ ୪ ରାଷ୍ଟ୍ର ବନ୍ଦ କରିଦେଇଛନ୍ତି। ଦୂତାବାସ ବନ୍ଦ କରିଥିବା ରାଷ୍ଟ୍ରଗୁଡ଼ିକ ହେଲେ ଆମେରିକା, ସ୍ପେନ୍‌, ଇଟାଲି ଓ ଗ୍ରୀସ୍‌। ରୁଷ୍ ସେନାର ଆକ୍ରମଣ ଆଶଙ୍କା କରି ଏହି ରାଷ୍ଟ୍ରଗୁଡ଼ିକ ଏପରି ପଦକ୍ଷେପ ନେଇଛନ୍ତି। ଆମେରିକା ଦୂତାବାସ ପକ୍ଷରୁ କୁହାଯାଇଛି ଯେ କିଭ୍‌ସ୍ଥିତ ଦୂତାବାସ ଉପରେ ନଭେମ୍ବର ୨୦ରେ ରୁଷ୍‌ ପକ୍ଷରୁ ବଡ ଧରଣର ଆକ୍ରମଣ ନେଇ ସୂଚନା ମିଳିଛି। ସୂଚନା ଆଧାରରେ ଦୂତାବାସକୁ ବନ୍ଦ କରାଯିବା ସହିତ କର୍ମଚାରୀମାନଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ କୁହାଯାଇଛି। ଏହା ସହିତ ୟୁକ୍ରେନସ୍ଥିତ ନିଜର ନାଗରିକଙ୍କୁ ସତର୍କ ରହିବା ଲାଗି ଏହି ରାଷ୍ଟ୍ରଗୁଡ଼ିକ ପରାମର୍ଶ ଦେଇଛନ୍ତି। ଆମେରିକା ନାଗରିକଙ୍କୁ ୟୁକ୍ରେନ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସତର୍କ ସୂଚନା ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ସେମାନଙ୍କୁ ନିକଟସ୍ଥ ଆଶ୍ରୟସ୍ଥଳକୁ ଚାଲିଯିବାକୁ କୁହାଯାଇଛି। ଜରୁରୀପରିସ୍ଥିତିରେ ଯୋଗାଯୋଗ ଲାଗି ସ୍ବତନ୍ତ୍ର ନମ୍ବର ଦିଆଯାଇଛି। ରୁଷ-ୟୁକ୍ରେନ ଯୁଦ୍ଧକୁ ୧୦୦୦ ଦିନ ପୂରଣ ହେବା ସହିତ ଏହା ନୂଆ ପର୍ଯ୍ୟାୟରେ ପହଞ୍ଚିଛି। ରୁଷ୍ ଉପରେ ୟୁକ୍ରେନ ଆମେରିକା ନିର୍ମିତ ଏଟିଏସିଏମ୍ଏସ୍‌ କ୍ଷେପଣାସ୍ତ୍ର ମାଡ କରିବା ପରେ ଯୁଦ୍ଧ ଉତ୍ତେଜନା ବୃଦ୍ଧି ପାଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories