www.samajalive.in
Saturday, December 6, 2025
15.1 C
Bhubaneswar

ଭାରତର ନିର୍ବାଚନ ବ୍ୟବସ୍ଥା ଉପରେ ଏମିତି କହିଲେ ଏଲନ ମସ୍କ

ସମାଜ ଡିଜିଟାଲ ଡେସ୍କ: ସ୍ପେଶ ଏକ୍ସ ତଥା ଟେସଲା ସିଇଓ ଏଲନ ମସ୍କ ସର୍ବଦା ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି। ଏବେ ପୁଣି ଥରେ ​‌ସେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ଭାରତର ନିର୍ବାଚନ ବ୍ୟବସ୍ଥା ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେ କହିଛନ୍ତି ଯେ, ଭାରତ ଗୋଟିଏ ଦିନରେ ୬୪୦ ନିୟୁତ ଅର୍ଥାତ ୬୪ କୋଟି ଭୋଟ ଗଣତି କରିଦେଲା, କିନ୍ତୁ ଆମେରିକାର ଏକ ରାଜ୍ୟ କାଲିଫର୍ଣ୍ଣିଆରେ ଏବେ ବି ଭୋଟ ଗଣତି ଜାରି ରହିଛି।

ସାମାଜିକ ଗଣମାଧ୍ୟମ ଏକ୍ସ’ର ମାଲିକ ମସ୍କ ନିଜର ଏହି ମନ୍ତବ୍ୟ ନିଜ ସାମାଜିକ ଗଣମାଧ୍ୟମ ସାଇଟ୍‌ରେ ଏହି ପୋଷ୍ଟ କରିଛନ୍ତି। ଏକ୍ସ’ରେ ଜଣେ ବ୍ୟବହାରକାରୀ ଲେଖିଥିଲେ, ଭାରତ ଗୋଟିଏ ଦିନରେ ୬୪ କୋଟି ଭୋଟ ଗଣିଦେଲା, କିନ୍ତୁ କାଲିଫର୍ଣ୍ଣିଆ ଦେଢ଼ କୋଟି ଭୋଟକୁ ଏବେ ବି ଗଣୁଛି। ମତଦାନର ୧୮ ଦିନ ବିତିଗଲାଣି, କିନ୍ତୁ ଭୋଟ ଗଣତି ସରୁନାହିଁ।  ଏଲନ ମସ୍କ ଏହି ପୋଷ୍ଟ ଉପରେ ନିଜର ପ୍ରତିକ୍ରିୟା ରଖି ଏପରି କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଗତ ନଭେମ୍ବର ୫ ଏବଂ ୬ ତାରିଖରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ଭୋଟଗ୍ରହଣ ହୋଇଥିଲା। ଏହା ପରଠାରୁ ସେଠାରେ ଭୋଟ ଗଣତି ଚାଲିଛି। ଆମେରିକାର ଅନ୍ୟ ରାଜ୍ୟଗୁଡ଼ିକରେ ଭୋଟ ଗଣତି ଶେଷ ହୋଇଯାଇଛି। ଡୋନାଲ୍ଡ ଟ୍ରମ୍ପ ବିଜୟୀ ହୋଇସାରିଛନ୍ତି। କିନ୍ତୁ କାଲିଫର୍ଣ୍ଣିଆରେ ଭୋଟ ଗଣତି ସରିନାହିଁ। ତେବେ ଭାରତ ଏବଂ ଆମେରିକାରେ ନିର୍ବାଚନରେ ବଡ଼ ଅନ୍ତର ଏହା ଯେ, ଆମେରିକାରେ ଏ​‌ବେ ବି ବାଲଟ ପେପରରେ ମତଦାନ ହେଉଛି। ମାତ୍ର ଭାରତରେ ଅନେକ ବର୍ଷ ପୂର୍ବରୁ ମତଦାନ ପାଇଁ ଇଭିଏମ ବ୍ୟବହାର କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories