www.samajalive.in
Sunday, December 7, 2025
26.1 C
Bhubaneswar

ଦିଲ୍ଲୀରେ ଏନକାଉଣ୍ଟର, ପୁଲିସ ହତ୍ୟାକାରୀ ନିପାତ

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଦିଲ୍ଲୀରେ ରବିବାର ଭୋର ସମୟରେ ଏନକାଉଣ୍ଟର ଘଟିଛି। ପୁଲିସ ଗୁଳିରେ ଜଣେ କନଷ୍ଟେବଳଙ୍କ ହତ୍ୟାକାରୀ ନିପାତ ହୋଇଛି। ଗତ ଶନିବାର ଭୋର ସମୟରେ ଯାଞ୍ଚ ବେଳେ ୩ ମଦ୍ୟପ ଜଣେ କନଷ୍ଟେବଳ କିରନପାଲ ସିଂହଙ୍କୁ ଛୁରି ଭୁସି ହତ୍ୟା କରିଥିଲେ। ପୁଲିସ ଏବଂ କ୍ରାଇମବ୍ରାଞ୍ଚର ମିଳିତ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି  ଦୁଇ ଅଭିଯୁକ୍ତ ଦୀପକ ଏବଂ କ୍ରିଶକୁ ଗିରଫ କରିଥିଲେ। କିନ୍ତୁ ୩ୟ ଅଭିଯୁକ୍ତ ରାଘବ ଓରଫ ରକି ଫେରାର ଥିଲା। ତା’କୁ ଧରିବାକୁ ଏକାଧିକ ପୁଲିସ ଟିମ ଚଢ଼ାଉ ଜାରି ରଖିଥିଲା। ରବିବାର ଭୋର ସମୟରେ ଦକ୍ଷିଣ ଦିଲ୍ଲୀର ସଙ୍ଗମ ବିହାର ଏବଂ ସୂରଜକୁଣ୍ଡ ରାସ୍ତାରେ ପୁଲିସ ରାଘବକୁ ଠାବ କରିଥିଲା। ତା’କୁ ଧରିବାକୁ ଉଦ୍ୟମ କରିବା ବେଳେ ପୁଲିସ ସହିତ ରାଘବର ଗୁଳିବିନିମୟ ଘଟିଥିଲା। ଏଥିରେ ରାଘବ ନିହତ ହୋଇଛି। ତା’ ନିକଟରୁ ଏକ ୩୨ ବୋର୍‌ ପିସ୍ତଲ ଏବଂ ୨ଟି ଗୁଳି ଜବତ ହୋଇଛି।

ଗୋବିନ୍ଦପୁରୀ ଥାନା ଅନ୍ତର୍ଗତ ଆର୍ଯ୍ୟସମାଜ ମନ୍ଦିର ନିକଟ ପୁଲିସ ବୁଥରେ କିରନପାଲ ଏବଂ ସୁନୀଲ ନାମକ ୨ କନଷ୍ଟେବଳ ଡ୍ୟୁଟି କରିଥିଲେ। ଭୋର ୪ଟା ୪୫ରେ ସୁନୀଲ ସେଠାରୁ ଫେରି ଆସିଥିଲେ। କିରନପାଲ ଏକୁଟିଆ ରହିଥିଲେ। କିନ୍ତୁ କିଛି ସମୟ ପରେ କିରନପାଲଙ୍କ ମୋବାଇଲ ଆଉ ଲାଗି ନ ଥିଲା। ସେ ବି ବୁଥରେ ନ ଥିଲେ। ପୁଲିସ କର୍ମଚାରୀ ତାଙ୍କୁ ଖୋଜାଖୋଜି କରିବା ପରେ ୧୩ ନମ୍ବର ଗଳି ନିକଟରେ ସେ କ୍ଷତାକ୍ତ ଅବସ୍ଥାରେ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏହା ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories