୪୮୭ରେ ଭାରତର ପାଳି ଘୋଷଣା, ଅଷ୍ଟ୍ରେଲିଆକୁ ୫୩୪ ରନର ବିଜୟ ଲକ୍ଷ୍ୟ

ସମାଜ ଡିଜିଟାଲ ଡେସ୍କ: ପର୍ଥ ଟେଷ୍ଟରେ ଭାରତ ୨ୟ ଇନିଂସରେ ୬ ଉଇକେଟ ହରାଇ ୪୮୭ ରନ ସଂଗ୍ରହ କରିବା ପରେ ପାଳି ଘୋଷଣା କରିଛି। ପ୍ରଥମ ପାଳିରେ ୪୬ ରନରେ ଅଗ୍ରଣୀ ରହିଥିବା ଟିମ ଇଣ୍ଡିଆ ଘରୋଇ ଅଷ୍ଟ୍ରେଲିଆ ଦଳକୁ ୫୩୪ ରନର ଟାର୍ଗେଟ ଦେଇଛି। ୨ୟ ପାଳିରେ ଭାରତୀୟ ବ୍ୟାଟ୍ସମ୍ୟାନ ଯଶସ୍ଵୀ ଜୟସଓ୍ବାଲ ଏବଂ ବିରାଟଙ୍କ ଦମଦାର ଶତକ ବଳରେ ଦଳ ବଡ଼ ସ୍କୋର କରିବାରେ ସକ୍ଷମ ହୋଇପାରିଥିଲା। ଜୟସଓ୍ବାଲ ସର୍ବାଧିକ ୧୬୧ ରନ କରିଥିବାବେଳେ କୋହଲି ୧୦୦ ରନ କରି ଅପରାଜିତ ରହିଛନ୍ତି। ସେହିପରି କେ.ଏଲ. ରାହୁଲ ୭୭ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ନାଥାନ ଲିଅନ ୨ଟି ଉଇକେଟ ନେଇଥିବାବେଳେ ମିଚେଲ ଷ୍ଟାର୍କ, ଜୋଶ ହାଜେଲଉଡ, ପ୍ୟାଟ କମିନ୍ସ ଏବଂ ମିଚେଲ ମାର୍ଶ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Comments are closed.