www.samajalive.in
Saturday, December 6, 2025
14.1 C
Bhubaneswar

ବାଂଲାଦେଶ ନାବାଳିକା କଟକରୁ ଉଦ୍ଧାର ଘଟଣା: ନିଜଆଡ଼ୁ ମାମଲା ରୁଜୁ କଲା ପୁଲିସ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶ ନାବାଳିକାଙ୍କୁ କଟକରୁ ଉଦ୍ଧାର ଘଟଣାରେ ରବିବାର ନିଜ ଆଡୁ ମାମଲା ରୁଜୁ କରିଛି ପୁଲିସ। ଏହାପରେ ଆରମ୍ଭ ହୋଇଛି ତଦନ୍ତ। ପ୍ରାଥମିକ ତଦନ୍ତରେ ସେ ନାବାଳିକାଙ୍କୁ ୧୬ ବର୍ଷ ଓ ତାଙ୍କ ଘର ବାଂଲାଦେଶ ବୋଲି ପୁଲିସ ସ୍ପଷ୍ଟ କରିଛି। ପଚରାଉଚରା ସମୟରେ ଅଧିକ ତଥ୍ୟ ଦେଇ ପାରୁନି ନାବାଳିକା। ସେ ନିଯୁକ୍ତି ଲୋଭରେ ଅଭିଯୁକ୍ତଙ୍କ ହାବୁଡ଼ରେ ପଡ଼ିଛନ୍ତି ବୋଲି କହିଛନ୍ତି କଟକ ଡିସିପି ଜଗମୋହନ ମୀନା। ଡିସିପିଙ୍କ ମତରେ, ଲିଂକ୍‌ରୋଡ଼ ଅଞ୍ଚଳରୁ ବାଂଲାଦେଶ ନାବାଳିକା ଉଦ୍ଧାର ପରେ ମଧୁପାଟଣା ଥାନାରେ ଗୋଟିଏ ମାମଲା ରୁଜୁ ହୋଇଛି। ଉଦ୍ଧାର ନାବାଳିକାଙ୍କୁ ସିଡବ୍ଲ୍ୟୁସି ଦ୍ବାରା କାଉନସେଲିଂ କରାଯାଇ ବସୁନ୍ଧରାରେ ରଖାଯାଇଛି। ଏସିପି ସ୍ବସ୍ତିକ ପଣ୍ଡାଙ୍କ ନେତୃତ୍ୱରେ ଏହି ଘଟଣାର ତଦନ୍ତ ଚାଲିଛି। ଚାକିରିର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଅଣାଯାଇ ଦେହ ବ୍ୟବସାୟ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ସେ ନିଜେ ଅଭିଯୋଗ କରିଛନ୍ତି।

ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ, ଅନେକ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏହା ପଛରେ ଅନ୍ତର୍ଜାତୀୟ ରାକେଟ୍ କାମ କରୁଛି ବୋଲି ପୁଲିସ ଅନୁମାନ କରିଛି। ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି। ଶନିବାର ସିଡବ୍ଲ୍ୟୁସି ଅଧିକ୍ଷକ ପ୍ରମୋଦ ଆଚାର୍ଯ୍ୟ ଦେଇଥିବା ପ୍ରତିକ୍ରିୟା ଅନୁଯାୟୀ, ଗତ ୧୦ ତାରିଖରୁ କଟକ ଲିଙ୍କ୍‌ରୋଡ ନିକଟରୁ ମଧୁପାଟଣା ପୁଲିସ ତାଙ୍କୁ ଉଦ୍ଧାର କରି ସିଡବ୍ଲ୍ୟୁସିରେ ହାଜର କରିଛି। ସିଡବ୍ଲ୍ୟୁସିର କହିବା କଥା ସେ ପ୍ରକୃତରେ ବାଂଲାଦେଶୀ ନା ନାହିଁ ତାହା ଜଣାପଡ଼ିନାହିଁ, ତାଙ୍କ ପାଖରେ କୌଣସି ପରିଚୟପତ୍ର ନାହିଁ। ସେ କେଉଁଠି ରହୁଥିଲେ ଏବଂ କାହା ସହ ଆସିଥିଲେ ସେ ବାବଦରେ ମଧ୍ୟ କହିପାରୁନାହିଁ। କିନ୍ତୁ ବିଭିନ୍ନ ରାଜ୍ୟରେ ଥିବା ଦଲାଲମାନେ ତାଙ୍କୁ ବେଶ୍ୟାବୃତ୍ତି ଓ ମସାଚ୍ ପାର୍ଲରରେ କାମ କରିବା ପାଇଁ ବାଧ୍ୟ କରିଥିବା ସିଡବ୍ଲ୍ୟୁସି ଆଗରେ ନାବାଳିକା କହିଥିବା ଜଣାପଡ଼ିଛି। ତାଙ୍କ ପରିଚୟ ପାଇଁ ସରକାରୀସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଜିଲାପ୍ରଶାସନ ଓ କମିଶନରେଟ ପୁଲିସକୁ ଅବଗତ କରାଯାଇଛି। ଅନ୍ୟପଟେ ନାବାଳିକାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାବେଳେ ପ୍ରତିଦିନ ନାବାଳିକାଙ୍କ ଗତିବିଧି ଉପରେ ନଜର ରଖିଛି ଶିଶୁ ମଙ୍ଗଳ କମିଟି କଟକ। ତେବେ ଉଭୟ କଲକାତା ଏବଂ ଓଡ଼ିଶାରେ ଅପରାଧିକ କାର୍ଯ୍ୟକଳାପର ଶିକାର ହୋଇଛନ୍ତି ପୀଡ଼ିତା, ଯାହା ପୁଲିସ ଅନୁମାନ କରୁଛି। ତେବେ ଏହି ଘଟଣାରେ ଅଧିକ ତଦନ୍ତ କରାଯିବ ଓ ନାବାଳିକାଙ୍କ ପରିଚୟ ଚିହ୍ନଟ କରଯାଇ ତାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବା ପାଇଁ ସମସ୍ତ କାର୍ଯ୍ୟ ଜାରି ରହିଥିବା କହିଛନ୍ତି ଡିସିପି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories