୨୦ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା

ସମାଜ ଡିଜିଟାଲ ଡେସ୍କ: ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ୩ୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ରବିବାର ପଠାଯାଇଛି। ସୁନ୍ଦରଗଡ଼ରେ ଆୟୋଜିତ ଏକ ବିଶାଳ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କୁ ୩ୟ ପର୍ଯ୍ୟାୟ ଟଙ୍କା ବଣ୍ଟନ କରି ଏହାର ଶୁଭାରମ୍ଭ କରିଥିଲେ। ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିବା ସରକାରୀ ସୂତ୍ରରୁ ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ବିଜେପିର ବରିଷ୍ଠ ନେତା ଉପସ୍ଥିତ ରହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲା ପାଇଁ ୬୯୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏସବୁ ପ୍ରକଳ୍ପ ପାଇଁ ୮୮୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

Comments are closed.