ଶୀତକାଳୀଳ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ, ଅଦାନୀ ଲାଞ୍ଚ ପ୍ରସଙ୍ଗ ଆଲୋଚନା ପାଇଁ ଦାବି ଉଠାଇଲା କଂଗ୍ରେସ
ସମାଜ ଡିଜିଟାଲ ଡେସ୍କ: ନଭେମ୍ବର ୨୫ ସୋମବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହା ଆସନ୍ତା ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ ପକ୍ଷରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ରବିବାର ଅନୁଷ୍ଠିତ ହୋଇଛି। ଏଥିରେ ବିରୋଧୀ କଂଗ୍ରେସ ଯୋଗଦେଇ ଅଦାନୀ ଗ୍ରୁପ ବିରୋଧରେ ଆସିଥିବା ଲାଞ୍ଚ ଅଭିଯୋଗ ଉପରେ ଆଲୋଚନା ପାଇଁ ଦାବି କରିଛି। ଅଦାନୀ ପ୍ରସଙ୍ଗ ସହିତ ମଣିପୁର ହିଂସା, ଉତ୍ତର ଭାରତରେ ପ୍ରଦୂଷଣ ଏବଂ ଟ୍ରେନ ଦୁର୍ଘଟଣା ସଂକ୍ରାନ୍ତରେ ଅଧିବେଶନରେ ଆଲୋଚନା ପାଇଁ ଦାବି କରାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କ ଆବାହକତ୍ଵରେ ସଂସଦ ଭବନରେ ଏହି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା।
ଶୀତକାଳୀ ଅଧିବେଶନ ସମୟରେ ୧୬ଟି ବିଲ୍ ଆଗତ ହେବାର ସମ୍ଭାବନା ରହିଛି। ଏଥିରେ ସବୁଠୁ ଗୁରୁତ୍ଵପୂର୍ଣ୍ଣ ଓ୍ବାକଫ (ସଂଶୋଧନ) ବିଲ୍ ମଧ୍ୟ ରହିଛି। ଓ୍ବାକଫ (ସଂଶୋଧନ) ବିଲକୁ ବିଭିନ୍ନ ଦଳ ବିରୋଧ କରୁଥିବାରୁ ଏହାକୁ ନେଇ ଗୃହରେ ତାତି ଦେଖିବାକୁ ମିଳିବାର ସମ୍ଭାବନା ରହିଛି। ଓ୍ବାକଫ(ସଂଶୋଧନ) ବିଲ୍ ଏବଂ ମୁସଲମାନ ଓ୍ବାକଫ (ଉଚ୍ଛେଦ) ବିଲ୍ ଲୋକସଭାରେ ବିଚାରାଧୀନ ରହିଛି।
Comments are closed.