www.samajalive.in
Thursday, December 11, 2025
23.1 C
Bhubaneswar

୫ଟି ନୂତନ ପ୍ରକଳ୍ପ ଉଦଘାଟିତ

ଗୋପାଳପୁର :  ଗୋପାଳପୁର ଏନଏସି ପକ୍ଷରୁ ଆଜି ଅନୁଷ୍ଠିତ  ୫ଟି ନୂତନ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଖଣି , ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇ  ସମସ୍ତ ପ୍ରକଳ୍ପର ଉଦଘାଟନ କରିଥିଲେ । ମନ୍ତ୍ରୀ ପ୍ରଥମେ କରାପଲ୍ଲୀ ପଞ୍ଚାୟତ ବିକ୍ରମପୁରଠାରେ ୬୭.୪୨ ଲକ୍ଷ ବ୍ୟୟରେ ନୂତନ ଭାବେ ନିର୍ମିତ ହୋଇଥିବା ମଳ ଉପଚାର କେନ୍ଦ୍ର, ପ୍ରଶାସନ ଗୃହର ଉଦଘାଟନ କରିଥିଲେ। ଏହାପରେ ଗୋପାଳପୁର ପ୍ରବେଶ ପଥରେ  ୧୩.୫ ଲକ୍ଷ୍ୟ ଟଙ୍କା ବ୍ୟୟରେ ନିର୍ମିତ ସ୍ବାଗତ ତୋରଣ, ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ୩୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଭେଣ୍ଡିଙ୍ଗ ଜୋନର ୨୪ ଦୋକାନ ଗୃହ, ପାନ୍ଥନିଵାସ ନିକଟରେ  ଏକ କୋଟି ୭୧ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ସ୍ମାର୍ଟ ପାର୍କକୁ ଲୋକାର୍ପଣ କରିଥିଲେ। ଏହା ସହ  ତୋଟାଆମ୍ମା ମନ୍ଦିର ନିକଟରେ ୪୪ଟି ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ମଧ୍ୟରୁ  ଆଜି  ୩୦ ହିତାଧିକାରୀଙ୍କୁ ସାମୁହିକ ଗୃହ ପ୍ରବେଶ କରାଇଥିଲେ । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ,ଅଧକ୍ଷ ଏ. ଜାନକୀ ରାମ, ଏଡ଼ିଏମ ଡ଼. ପ୍ରମୋଦ କୁମାର ପୃଷ୍ଟି, ପିଡ଼ି ଡୁଡ଼ା ରବୀନ୍ଦ୍ର କୁମାର ପଟେଲ,ଜେ. ଇ ମନଜିତା ରଥ,ସିଓ ସାଗରୀକା ବିଷୋୟୀ, ପ୍ରିୟଦର୍ଶିନୀ ନାୟକ,ମୁନା ମହାନ୍ତି, ଅବିନାଶ ସାହୁ, ପଞ୍ଚୁ ବେହେରା,ବି. ରାମାରାଓ, ଇ. ଲୋକନାଥଙ୍କ ସମେତ ଏନ ଏ ସି କର୍ମଚାରୀ, ସମସ୍ତ କାଉସିଲର, ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ । ଗୋପାଳପୁର ପ୍ରବେଶ ପଥରେ ସ୍ବାଗତ ତୋରଣ ଉଦଘାଟନ ସମୟରେ ଏହା ନିମ୍ନ ମାନର ହୋଇଥିବା ମନ୍ତ୍ରୀଙ୍କୁ ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ଏଥିରେ ମନ୍ତ୍ରୀ ଏହାର ତଦନ୍ତ କରାଇବା ସହ ପ୍ରମାଣ ମିଳିଲେ ଏଥିରେ ସମ୍ପୃକ୍ତି ବ୍ୟକ୍ତି ମାନଙ୍କ ଠାରୁ ଟଙ୍କା ଆଦାୟ କରାଯିବ ବୋଲି କହିଥିଲେ।

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories