www.samajalive.in
Monday, December 8, 2025
20.1 C
Bhubaneswar

ପତ୍ନୀ ସେବା ପାଇଁ ଛାଡ଼ିଲେ ଚାକିରି, ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ଟଳିପଡିଲେ ସ୍ତ୍ରୀ: ଭିଡିଓରେ ଦେଖନ୍ତୁ ହୃଦୟବିଦାରକ ଦୃଶ୍ୟ

ସମାଜ ଡିଜିଟାଲ ଡେସ୍କ: ରାଜସ୍ଥାନର କୋଟାରୁ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ସରକାରୀ ଅଧିକାରୀ ନିଜ ପତ୍ନୀର ସେବା ପାଇଁ ଚାକିରି ଛାଡ଼ିଦେଲେ। କିନ୍ତୁ ଏହା ପରେ ଯାହା ଘଟିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। କାରଣ ବିଦାୟ ସମ୍ବର୍ଦ୍ଧନା ସମୟରେ ସ୍ଵାମୀଙ୍କ ସାମ୍ନାରେ ଟଳି ପଡ଼ିଲେ ସ୍ତ୍ରୀ।

ଘଟଣାଟି କୋଟାର ଦାଦାବାଡ଼ି ଅଞ୍ଚଳର। ଏଠାରେ ରହୁଥିବା ଦେବେନ୍ଦ୍ର କୁମାର କେନ୍ଦ୍ରୀୟ ଗୋଦାମରେ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ। ଚାକିରି ସରିବାକୁ ଆଉ ୩ ବର୍ଷ ବାକି ଥିଲା। କିନ୍ତୁ ତାଙ୍କ ସ୍ତ୍ରୀଙ୍କ ଦେହ ଭଲ ରହୁ ନ ଥିଲା। ତେଣୁ ସେ ସ୍ତ୍ରୀଙ୍କ ସେବା କରିବା ଲାଗି ସମୟ ପୂର୍ବରୁ ସେବାରୁ ନିବୃତ୍ତ ହେବା ଲାଗି ଭିଆରଏସ ନେଇଥିଲେ। ୨ ଦିନ ତଳେ ସେ ସେବାନିବୃତ୍ତ ହୋଇଥିଲେ। ଏଥିଲାଗି ପରିବାର ପକ୍ଷରୁ ଏକ ଭୋଜି ଆୟୋଜନ କରାଯାଇଥିଲା। ଏଥିରେ ବନ୍ଧୁ ଓ ପରିବାର ଲୋକେ ସାମିଲ ହୋଇଥିଲେ। ଭୋଜି ପୂର୍ବରୁ ଦେବେନ୍ଦ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମୟରେ ଦେବେନ୍ଦ୍ର ଏବଂ ତାଙ୍କ ସ୍ତ୍ରୀଙ୍କୁ ଫୁଲମାଳ ପକାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରିବେଶ ଖୁସିରେ ପୂରି ଉଠୁଥିଲା। କିନ୍ତୁ ଭାଗ୍ୟର ଖେଳ ଥିଲା ଅଲଗା। ସମସ୍ତେ ଖୁସିରେ ଥିବାବେଳେ ହଠାତ ଦେବେନ୍ଦ୍ରଙ୍କ ସ୍ତ୍ରୀ ବେହୋଶ ହୋଇଯାଇ ଚୌକିରେ ବସିପଡ଼ିଥିଲେ। ତେଣୁ ପରିବାର ଲୋକେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

- Advertisement -

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories