ଆଇପିଏଲ ନିଲାମିରେ ରେକର୍ଡ: ପନ୍ତଙ୍କ ମୂଲ୍ୟ ୨୭ କୋଟି, ଶ୍ରେୟସ ୨୬.୭୫

ଜେଦା (ସାଉଦିଆରବ): ଇଣ୍ଡିଆନ ପ୍ରିମିୟର ଲିଗ୍‌ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି ଭାରତର ଋଷଭ ପନ୍ତ। ରବିବାର ସାଉଦିଆରବର ଜେଦା ସହରସ୍ଥ ଆବାର୍ଦି ଅଲ୍‌ ଜୋହର ଏରିନାରେ ଆ‌େ​ୟାଜିତ ଖେଳାଳି ନିଲାମ ପ୍ରକ୍ରିୟାର ପ୍ରଥମ ଦିନରେ ଋଷଭ ପନ୍ତ ସର୍ବକାଳୀନ ରେକର୍ଡ ଭାଙ୍ଗିଛନ୍ତି। ଦିଲ୍ଲୀର ପୂର୍ବତନ ଅଧିନାୟକ ତଥା ୱିକେଟରକ୍ଷକ ପନ୍ତଙ୍କୁ ଲକ୍ଷ୍ନୌ ସୁପଜାଏଣ୍ଟ୍‌ସ ଆକର୍ଷଣୀୟ ମୂଲ୍ୟ ୨୭ କୋଟି ଟଙ୍କାରେ କ୍ରୟ କରିଛି। ତାଙ୍କର ସାଥୀ ଖେଳାଳି ଶ୍ରେୟସ ଆୟର ଦ୍ବିତୀୟ ସର୍ବାଧିକ ମୂଲ୍ୟରେ ବିକ୍ରି ହୋଇଛନ୍ତି। ଆୟରଙ୍କୁ ପଞ୍ଜାବ କିଙ୍ଗ୍‌ସ ୨୬ କୋଟି ୭୫ ଲକ୍ଷ ଟଙ୍କାରେ କ୍ରୟ କରିଛି। ନିଲାମ ପ୍ରକ୍ରିୟାରେ ପନ୍ତ ଓ ଆୟରଙ୍କ ଚାହିଦା ରହିବ ବୋଲି ଆଶା କରାଯାଉଥିଲା। ତାହା ହିଁ ହୋଇଛି। ଚଳିତ ନିଲାମରେ ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ପଛରେ ପକାଇ ଭାରତୀୟ ଖେଳାଳିଙ୍କ ଚାହିଦା ଦେଖିବାକୁ ମିଳିଛି।

prayash

ଆଇପିଏଲ -୨୦୨୪ ମିନି ଖେଳାଳି ନିଲାମରେ କଲକାତା ନାଇଟ୍‌ ରାଇଡର୍ସ ଅଷ୍ଟ୍ରେଲିଆର ବାମହାତୀ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କୁ ୨୪ କୋଟି ୭୫ ଲକ୍ଷ ଟଙ୍କାରେ କ୍ରୟ କରିଥିଲା। ଯାହା ଆଇପିଏଲ ଇତିହାସରେ ସର୍ବ​‌ାଧିକ ମୂଲ୍ୟର ଖେଳାଳି ରହିଥିଲା। ଉକ୍ତ ରେକର୍ଡକୁ ୨୦୨୫ରେ ଋଷଭ ପନ୍ତ ଭାଙ୍ଗିବା​‌େ​‌ର ସଫଳ ହୋଇଛନ୍ତି। ଆଇପିଏଲ-୧୮ ପାଇଁ ନିଲାମ ପୂର୍ବରୁ ପନ୍ତଙ୍କୁ ଦିଲ୍ଲୀ କ୍ୟାପିଟାଲ୍‌ସ ଓ ଆୟରଙ୍କୁ କଲକାତା ନାଇଟ୍‌ ରାଇଡର୍ସ ଛାଡ଼ିଥିଲେ। ପନ୍ତଙ୍କୁ କିଣିବା ଲାଗି ପ୍ରଥମରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନରାଇଜର୍ସ ହାଇଦରାବାଦ୍‌ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ସନରାଇଜର୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ମଧ୍ୟରେ ନିଲାମ ୨୦ କୋଟି ଟଙ୍କା ପର୍ଯ୍ୟନ୍ତ ଯାଇଥିଲା‌। ଏପରିକି ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟ କିଣିବା ଲାଗି ଉଦ୍ୟମ କରିଥିଲା। ସନରାଇଜର୍ସ ୨୦ କୋଟି ୨୫ ଲକ୍ଷରେ ରହିଥିବା​‌ବେଳେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ୨୭ କୋଟି ଟଙ୍କା ନିଲାମ ଡାକିଥିଲା। ଏହା ପରେ ଅନ୍ୟ କୌଣସି ଦଳ ଆଉ ଅଗକୁ ବଢିନଥିଲେ। ସେହିପରି ବ୍ୟାଟ୍‌ସମ୍ୟାନ ଆୟରଙ୍କୁ କିଣିବା ଲାଗି ଦିଲ୍ଲୀ କ୍ୟାପିଟାଲ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ଛକାପଞ୍ଚା ଲାଗି ଥିଲା। ଶେଷରେ ପଞ୍ଜାବ କିଙ୍ଗ୍‌ସ ୨୬ କୋଟି ୭୫ ଲକ୍ଷ ଟଙ୍କାରେ କିଣିବାରେ ସଫଳ ହୋଇଥିଲା। ତୃତୀୟ ସର୍ବାଧିକ ମୂଲ୍ୟରେ ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କୁ କଲକାତା ନାଇଟ୍‌ ରାଇଡର୍ସ

୨୩ କୋଟି ୭୫ ଲକ୍ଷ ଟଙ୍କାରେ କିଣିଛି। ସବୁଠାରୁ ଆଶ୍ଚର୍ଯ୍ୟକର ହେଉଛି ଭେଙ୍କଟେଶଙ୍କୁ କଲକାତା ଛାଡ଼ିଥିବାବେଳେ ପୁଣି ଅଧିକ ମୂଲ୍ୟରେ ଦଳରେ ସାମିଲ କରିଛି। ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଓ ସ୍ପିନର ଯୁଜୁବେନ୍ଦ୍ର ଚହଲଙ୍କୁ ପଞ୍ଜାବ କିଙ୍ଗ୍‌ସ ୧୮ କୋଟି ଲେଖାଏଁ ଟଙ୍କାରେ କ୍ରୟ କରିଛି। ବିଦେଶୀ ଖେଳାଳିଙ୍କ ମଧ୍ୟରେ ଇଂଲଣ୍ଡର ଜୋଶ ବଟ୍‌ଲରଙ୍କୁ ଦିଲ୍ଲୀ କ୍ୟାପିଟାଲ୍‌ସ ସର୍ବାଧିକ ୧୫ କୋଟି ୭୫ ଲକ୍ଷ ଟଙ୍କାରେ କିଣିଛି।

kalyan agarbati

Comments are closed.