ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼, ଘରେ ପଶି ଆକ୍ରମଣ କଲେ ଦୁର୍ବୃତ୍ତ

ସମାଜ ଡିଜିଟାଲ ଡେସ୍କ: ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ କରାଯାଇଛି। ମୁମ୍ବଇର ବାନ୍ଦ୍ରାସ୍ଥିତ ବାସଭବନରେ ଥିବାବେଳେ ଦୁର୍ବୃତ୍ତ ଘରେ ପଶି ତାଙ୍କୁ ଆକ୍ରମଣ କରିଛି। ୨/୩ ଥର ତାଙ୍କୁ ଛୁରାମାଡ଼ କରାଯାଇଛି। ଘଟଣା ପରେ ସୈଫଙ୍କୁ ସ୍ଥାନୀୟ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କ୍ଷତ ସ୍ଥାନରେ ଅପରେସନ କରଯାଉଥିବା ସୂଚନା ମିଳିଛି। ସୈଫଙ୍କ ହାତ, ପିଛି ଏବଂ ବେକରେ ଆଘାତ ଲାଗିଥିବା ଜଣାପଡ଼ିଛି।

prayash

ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ଏହି ଘଟଣା ଘଟିଛି। ଘଟଣା ସମୟରେ ସୈଫ ବାନ୍ଦ୍ରାସ୍ଥିତ ୧୧ ମହଲାରେ ଥିବା ଫ୍ଲାଟରେ ଥିଲେ। ଏହି ସମୟରେ ଜଣେ ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ। ଘରେ କାର୍ଯ୍ୟରତ ଘରୋଇ ସହାୟକଙ୍କ ସହିତ ଦୁର୍ବୃତ୍ତଙ୍କର ଯୁକ୍ତିତର୍କ ହୋଇଥିଲା। ସୈଫ ଉକ୍ତ ଦୁର୍ବୃତ୍ତଙ୍କୁ କାବୁ କରିବା ଉଦ୍ୟମ କରିଥିଲେ। କିନ୍ତୁ ଦୁର୍ବୃତ୍ତ ଜଣକ ତାଙ୍କୁ ଛୁରିରେ ଆକ୍ରମଣ କରି ଫେରାର ହୋଇଯାଇଥିଲା। ବାନ୍ଦ୍ରା ପୁଲିସ ଏବଂ କ୍ରାଇମବ୍ରାଞ୍ଚ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଦୁର୍ବୃତ୍ତ ଚୋରି କରିବାକୁ ଘରେ ପଶିଥିବା କୁହାଯାଉଛି।

kalyan agarbati

Comments are closed.