www.samajalive.in
Friday, December 5, 2025
26.1 C
Bhubaneswar

ଠକ ଦମ୍ପତିଙ୍କୁ ଜେରା କରିବ ଆୟକର ବିଭାଗ: ଖୋଲିବ ରାଜନେତା, ମନ୍ତ୍ରୀ ଓ ବ୍ୟୁରୋକ୍ରାଟ୍‌ଙ୍କ ପେଡ଼ି

ଭୁବନେଶ୍ବର : ହଂସିତା ଓ ଅନୀଲଙ୍କ ଠକେଇ ମାମଲାରେ ଖୋଲିବ ରାଜନେତା, ମନ୍ତ୍ରୀ ଓ ବ୍ୟୁରୋକ୍ରାଟ୍‌ଙ୍କ କଳା ସାମ୍ରାଜ୍ୟ ପେଡ଼ି। ଠାବ ହୋଇଥିବା ସମ୍ପତ୍ତି ଓ ରାଜନେତା, ମନ୍ତ୍ରୀ ଏବଂ ବ୍ୟୁରୋକ୍ରାଟ୍‌ଙ୍କ ସମ୍ପର୍କକୁ ନେଇ ପଚରାଉଚରା କରିବାକୁ ଆୟକର ବିଭାଗ ଯୋଜନା କରିଛି। ଠକ ଦମ୍ପତି ହଂସିତା ଓ ଅନିଲ ମହାନ୍ତିଙ୍କୁ ଜେରା ପାଇଁ ଆୟକର ବିଭାଗ ଅଦାଲତରେ ଆବେଦନ କରିଛି। ଅନୁମତି ମିଳିଲେ ଝାରପଡ଼ା ଜେଲ୍‌ରେ ଉଭୟଙ୍କୁ ତଦନ୍ତକାରୀ ଦଳ ଜେରା କରିବ। ହଂସିତା ସହିତ କିଛି ବିଲ୍ଡର, ରାଜନେତା, ମନ୍ତ୍ରୀ ଓ ବ୍ୟୁରୋକ୍ରାଟ୍‌ଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଘୂରି ବୁଲଛି। ତଦନ୍ତ ବେଳେ ଆୟକର ବିଭାଗ ହାତରେ ମଧ୍ୟ ସେମାନଙ୍କ ସମ୍ପୃକ୍ତି ତଥ୍ୟ ଲାଗିଛି। ବଳିଷ୍ଠ ପ୍ରମାଣ ଯୋଗାଡ଼ ଲାଗି ଆୟକର ବିଭାଗ ଅଭିଯୁକ୍ତ ଦମ୍ପତିଙ୍କୁ ଜେରା କରିବା ଲାଗି ପଦକ୍ଷେପ ଗ୍ରହଣ କରିଛି। ଠକ ହଂସିତାଙ୍କ ସହ ରାଜନେତାଙ୍କ ସମ୍ପର୍କ ସାମ୍ନାକୁ ଆସିବା ପରେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି। ଏଥିରେ ସମ୍ପୃକ୍ତ ନେତା, ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଲାଗି ଦାବି ଜୋର୍‌ ଧରିଛି। ଆଞ୍ଚଳିକ ଓ ଜାତୀୟ ଦଳର କିଛି ରାଜନେତାଙ୍କ ଏହି ଠକେଇରେ ସମ୍ପୃକ୍ତି ନେଇ ତଦନ୍ତକାରୀ ସଂସ୍ଥା ସୁରାକ ପାଇଛି। ବ୍ୟୁରୋକ୍ରାଟ୍‌ଙ୍କ ସହିତ ସମ୍ପର୍କ ଯୋଡ଼ି ହଂସିତା ଅଧିକାରୀଙ୍କୁ ବଦଳି ଓ ନିଯୁକ୍ତି କରାଉଥିଲା। ଏଥିରେ ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲା। ନେତା, ମନ୍ତ୍ରୀଙ୍କ ସହିତ ସମ୍ପର୍କ ଥିବା କହି କର୍ପୋରେଟ ସଂସ୍ଥାକୁ ଲୁଟୁଥିଲା। ଏପରିକି ବିବାଦୀୟ ଜମି ଦଖଲ ଦେବା କାର୍ଯ୍ୟ ମଧ୍ୟ କରୁଥିଲା। ହଂସିତା ଠକେଇ କାର୍ଯ୍ୟ ସଫଳ କରିବା ଲାଗି କେତେବେଳେ ବିଲ୍ଡରଙ୍କ ପତ୍ନୀ ତ’ ଆଉ କେତେବେଳେ କେଉଁ ଅଧିକାରୀଙ୍କ ଝିଅ ବୋଲି ନିଜକୁ ପରିଚୟ ଦେଉଥିଲା। ହଂସିତା ଏପରି ଠକେଇ କରି ଚାଲିଥିବାବେଳେ ସ୍ବାମୀ ଅନିଲ ଖଣି ବ୍ୟବସାୟୀଙ୍କୁ ନଜର କରିଥିଲା। ସେମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଅନିଲ ମଧ୍ୟ କୋଟି କୋଟି ଟଙ୍କା ଠକୁଥିଲା। ଏହି ଠକେଇ ଟଙ୍କାରେ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ ଏହି ଠକ ଦମ୍ପତି। ଆୟକର ବିଭାଗ ଜେରା ପରେ ସେମାନଙ୍କ ସହିତ ହାତ ମିଳାଇଥିବା ଏକାଧିକ ବଡ଼ ବଡ଼ିଆଙ୍କ ମୁଖା ଖୋଲିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories