www.samajalive.in
Saturday, December 6, 2025
14.1 C
Bhubaneswar

କୋଣାର୍କରେ ପୋଖରୀକୁ ପଶିଗଲା କାର, ୨ ମୃତ

ସମାଜ ଡିଜିଟାଲ ଡେସ୍କ: ପୋଖରୀକୁ କାର ପଶିଯାଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଗୋପ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମୃତାହତମାନେ ବାଲେଶ୍ଵର ଅଞ୍ଚଳର ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବାଲେଶ୍ଵରରୁ ୪ ଜଣ ବ୍ୟକ୍ତି ବୁଲାବୁଲି କରିବାକୁ କାର ଯୋଗେ କୋଣାର୍କ ଆସିଥିଲେ। ବୁଲାବୁଲି ସାରି ସେମାନେ ଫେରୁଥିବାବେଳେ କୋଣାର୍କ ନିକଟ ଜୁଣେଇ ଛକ ବଂଶୀବଜାର ନିକଟରେ ଭାରସାମ୍ୟ ହରାଇ କାରଟି ଏକ ପୋଖରୀ ଭିତରକୁ ପଶିଯାଇଥିଲା। ଖବର ପାଇ ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାର ତଦନ୍ତ ଚଳାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories