www.samajalive.in
Saturday, December 6, 2025
16.1 C
Bhubaneswar

ଆତିଶୀଙ୍କ ସମ୍ପର୍କରେ ରମେଶଙ୍କ ପୁଣି ଆପତ୍ତିଜନକ ମନ୍ତବ୍ୟ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ନେତା ରମେଶ ବିଧୁରୀ ପୁଣି ଥରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରମେଶ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ନେତ୍ରୀ ଆତିଶୀ ସିଂହଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ବିବାଦ ସୃଷ୍ଟି କରିଛି। ବୁଧବାର ରମେଶ କହିଛନ୍ତି ଯେ ଆତିଶୀ ଏକ ହରିଣୀ ଭଳି ଦିଲ୍ଲୀରେ ଘୂରି ବୁଲୁଛନ୍ତି। ଦିଲ୍ଲୀ କାଲକାଜିରୁ ପ୍ରାର୍ଥୀ ହୋଇଥିବା ରମେଶ ଏକ ନିର୍ବାଚନ ସଭାରେ କହିଛନ୍ତି ଯେ ‘ଦିଲ୍ଲୀବାସୀ ନର୍କ ଯନ୍ତ୍ରଣା ଭୋଗୁଛନ୍ତି। ଗଳିକନ୍ଦିର ଅବସ୍ଥା ଦେଖିଲେ ଏହା ଜଣାପଡିବ। ଆତିଶୀ ଏହି ଲୋକଙ୍କୁ ଭେଟିବାକୁ କେବେ ଯାଇ ନାହାନ୍ତି। ଏବେ ନିର୍ବାଚନ ସମୟ ଆସିଥିବାରୁ ଜଙ୍ଗଲରେ ହରିଣ ବୁଲିବା ଭଳି ଆତିଶୀ ଦିଲ୍ଲୀର ଗଳିକନ୍ଦିରେ ଘୂରି ବୁଲୁଛନ୍ତି। ଏହା ପୂର୍ବରୁ ଜାନୁଆରୀ ୬ରେ ଆତିଶୀଙ୍କ ସମ୍ପର୍କରେ ରମେଶ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ରମେଶ କହିଥିଲେ ଯେ ଆତିଶୀ ତାଙ୍କ ସାଙ୍ଗିଆ ମର୍ଲେନାରୁ ସିଂହ ପରିବର୍ତ୍ତନ କରିଛନ୍ତି। ଏପରି କରି ଆତିଶୀ ତାଙ୍କ ବାପାକୁ ପରିବର୍ତ୍ତନ କରିଛନ୍ତି। କାଲକାଜି ଆସନରେ ରମେଶଙ୍କ ବିରୋଧରେ ଆପ୍‌ରୁ ଆତିଶୀ ପ୍ରାର୍ଥୀ ହୋଇଛନ୍ତି। ଏହି ଆସନରେ କଂଗ୍ରେସରୁ ଅଳକା ଲାମ୍ବା ମଧ୍ୟ ପ୍ରାର୍ଥୀ ହୋଇଛନ୍ତି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories