www.samajalive.in
Saturday, December 6, 2025
19.1 C
Bhubaneswar

ପନ୍ନୁନ୍ ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କଲା ଉଚ୍ଚସ୍ତରୀୟ କମିଟି

ନୂଆଦିଲ୍ଲୀ: ଆମେରିକାର ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁନ୍‌ଙ୍କୁ ହତ୍ୟା ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଅଭିଯୁକ୍ତ ଜଣେ ଭାରତୀୟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟି ସୁପାରିସ କରିଛି। ଆମେରିକାରେ ଅପରାଧ ଘଟାଇବାର ଷଡଯନ୍ତ୍ର କରିଥିବା ନେଇ ଭାରତୀୟଙ୍କ ବିରୋଧରେ ଅଭିଯୋଗ ଆସିବାରେ କେନ୍ଦ୍ର ସରକାର ଏହାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ୨୦୨୩ ନଭେମ୍ବରରେ ଏହି କମିଟି ଗଠନ କରାଯାଇଥିଲା। ତଦନ୍ତ ଆଧାରରେ କମିଟି କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଛି। ମାତ୍ର କେଉଁ ଭାରତୀୟ ବ୍ୟକ୍ତି ବିଶେଷ ବା ସଂଗଠନ ଆମେରିକା ଅପରାଧ ଘଟାଇବାକୁ ଷଡଯନ୍ତ୍ର କରିଥିଲା ତାହା ଉକ୍ତ ତଦନ୍ତକାରୀ କମିଟି ଜଣାଇ ନାହିଁ। ୨୦୨୩ରେ ଆମେରିକା ନ୍ୟାୟିକ ବିଭାଗ ଅଭିଯୋଗ କରିଥିଲା ଯେ ଭାରତ ସରକାରଙ୍କ ଦ୍ବାରା ନିଯୁକ୍ତ ଜଣେ ଏଜେଣ୍ଟ ଓ ବ୍ୟକ୍ତି ବିଶେଷ ପନ୍ନୁନ୍‌କୁ ହତ୍ୟା ପାଇଁ ଷଡଯନ୍ତ୍ର କରିଛନ୍ତି। ପରେ କୁହାଯାଇଥିଲା ଯେ ପନ୍ନୁନ୍ ହତ୍ୟା ଷଡଯନ୍ତ୍ରରେ ସାମିଲ ବ୍ୟକ୍ତି ବିଶେଷ ଭାରତ ଗୁଇନ୍ଦା ସଂସ୍ଥା ର’ର ଏଜେଣ୍ଟ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories