www.samajalive.in
Saturday, December 6, 2025
19.1 C
Bhubaneswar

ନବ ଦାସ ହତ୍ୟାକାଣ୍ଡ ମାମଲା : ସିବିଆଇ ତଦନ୍ତ ଦାବି କଲେ ଦୀପାଳି

ଝାରସୁଗୁଡ଼ା : ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛନ୍ତି ତାଙ୍କ ଝିଅ ତଥା ପୂର୍ବତନ ଝାରସୁଗୁଡ଼ା ବିଧାୟିକା ଦୀପାଳି ଓ ପୁଅ ବିଶାଳ। ପୁଲିସ ଲଗାଇ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିଲା ବୋଲି ଦୀପାଳି ଅଭିଯୋଗ କରିବା ସହିତ ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ନବ ଦାସ ହତ୍ୟାକାଣ୍ଡ ନେଇ ୨ ବର୍ଷ ଧରି ଚୁପ ଥିବା ଦୀପାଳି ଓ ବିଶାଳ ଏବେ ସିବିଆଇ ତଦନ୍ତ ଦାବି କରିବା ସମଗ୍ର ଘଟଣାକୁ ଭିନ୍ନ ମୋଡ଼ ନେଇଛି। ସରକାର ଆମ ପରିବାରକୁ ଡାକି ଆଲୋଚନା କରନ୍ତୁ। ଆଗରୁ ବିଧାନସଭାରେ ବିଜେଡିର ଦୁଇ ଜଣ ବିଧାୟକ ଏହି ପ୍ରସଙ୍ଗ ଉଠାଇଥିଲେ ବୋଲି ଦୀପାଳି କହିଛନ୍ତି। କିଛି ସାମାଜିକ ଗଣମାଧ୍ୟମରେ ଆମକୁ ହଇରାଣ କରାଯାଉଛି। କିଛି ଗଣମାଧ୍ୟମରେ ଏକତରଫା ଖବର ପ୍ରକାଶ କରାଯାଉଛି ବୋଲି ଦୀପାଳି ଅଭିଯୋଗ କରିଛନ୍ତି।
୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ବିଜୁ ଜନତା ଦଳ କାର୍ଯ୍ୟାଳୟ ଉଦ୍‌ଘାଟନ କରିବାକୁ ସ୍ବର୍ଗତ ନବ ଦାସ ଯାଇଥିବା ବେଳେ ​ସେଠାରେ ଦିନ ଦ୍ବିପହରରେ ତାଙ୍କୁ ଗୁଳିମାଡ଼ କରାଯାଇଥିଲା। ତାଙ୍କର ସୁରକ୍ଷା ଦାୟିତ୍ବରେ ଥିବା ଏଏସଆଇ ଗୋପାଳ ଦାସର ଗୁଳିମାଡ଼ରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଟଳି ପଡ଼ିଥିଲେ। ସେତେବେଳେ ଏହାକୁ ନେଇ ପ୍ରବଳ ତୁମ୍ବିତୋଫାନ ହୋଇଥିଲା। କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ହତ୍ୟାର ଉଦ୍ଦେଶ୍ୟ ବାବଦରେ ତଦନ୍ତ କରାଯାଉ ବୋଲି ଦାବି କରିଥିଲେ। କିନ୍ତୁ ନବ ଦାସଙ୍କ ଝିଅ ଦୀପାଳି ଏହାର ପ୍ରତିବାଦ କରି କହିଥିଲେ ଯେ ମୃତବ୍ୟକ୍ତିଙ୍କୁ ନେଇ ରାଜନୀତି କରାନଯାଉ। ଆଗକୁ ଉପନିର୍ବାଚନ ଥିବାରୁ ସେ ଚୁପ୍ ରହିଥିଲେ। ଉପନିର୍ବାଚନରେ ବିଜୟୀ ହେବା ପରେ ମଧ୍ୟ ନିରବ ରହିଥିଲେ। ମାତ୍ର ଏବେ କିର୍ମିରା ବ୍ଲକ୍ ଅଧ୍ୟକ୍ଷା ଅନାସ୍ଥା ପ୍ରସ୍ତାବକୁ ନେଇ ତାଙ୍କ ହୋଟେଲରେ ପୁଲିସ ଚଢ଼ଉ ଓ ବିଶାଲ ଦାସଙ୍କୁ ଛତିଶଗଡ଼ ପୁଲିସ ଗିରଫ କରିବା ନେଇ ନିକଟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଦୀପାଳୀ। ଏବେ ପିତା ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରିବା ଝାରସୁଗୁଡ଼ା ରାଜନୀତିରେ ଚର୍ଚ୍ଚା ବଢ଼ାଇଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories