www.samajalive.in
Saturday, December 6, 2025
23.1 C
Bhubaneswar

ଏହି ରାଶିର ଲୋକେ ଆର୍ଥିକ ରୂପେ ଦୃଢ଼ ହେବେ

ମେଷ : ଜ୍ଞାନ ପିପାସା ମେଣ୍ଟାଇବା ପାଇଁ ସ୍ବାତନ୍ତ୍ର୍ୟ ବ୍ୟକ୍ତିତ୍ବସମ୍ପନ୍ନ ସଦ୍‌ଗୁରୁଙ୍କ ଶରଣାଗତ ହୋଇପାରନ୍ତି। ହେୟକୁ ପ୍ରତ୍ୟାଖ୍ୟାନ କରି ଶ୍ରେୟକୁ ଗ୍ରହଣ କରିପାରନ୍ତି। ଅର୍ଥ ଓ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି।
ବୃଷ: ପରିବାରରୂପୀ ସଂସ୍କାରଶାଳାର ନୀତି, ନିୟମକୁ ଗୃହର ମୁଖ୍ୟ ହିସାବରେ ପ୍ରଚଳନ କରିପାରନ୍ତି। ଦୟାଧର୍ମରେ ଦୀକ୍ଷିତ ହେବେ। ଜ୍ଞାନର ପ୍ରଦୀପ ଜଳାଇ ଚଲାପଥକୁ ଆଲୋକିତ କରିବେ।
ମିଥୁନ: ପ୍ରତ୍ୟୁତ୍ପନ୍ନମତିସମ୍ପନ୍ନ ହେବେ। ମନରେ ଲଗାମ ଦେଇ ସମର୍ପିତ ଜୀବନଯାପନ କରିପାରନ୍ତି। ପରୋପକାର କରି କୃପା ନିଧାନଙ୍କ କୃପାପାତ୍ର ହେବେ। ନିଜ ଭାଗ୍ୟର କର୍ଣ୍ଣଧାର ନିଜେ ହେବେ।

କର୍କଟ:ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ସମ୍ମୁଖୀନ ହୋଇପାରନ୍ତି। କର୍ମଫଳ ଓ ଭାଗ୍ୟଫଳ ବିଧାନ ଅଟଳ ଓ ଅକାଟ୍ୟ। ସତର୍କତା ହେଉଛି ଏହାର ମୌହୋଷଧି। ହାତେ ମାପି ଚାଖଣ୍ଡେ ଚାଲନ୍ତୁ।
ସିଂହ : ସତ୍‌ ସହିତ ସୁସମ୍ପର୍କ ରକ୍ଷା କରିପାରିଲେ ସତ୍‌ସଙ୍ଗୀର ପରିଚୟ ସୃଷ୍ଟି କରିପାରିବେ। ଦାନ ଧର୍ମାନ୍‌, ରାଜ ଧର୍ମାନ୍‌, ଶ୍ରୀ ଧର୍ମାନ୍‌ ଓ ଭଗବତ୍‌ ଧର୍ମାନ୍‌ ହୋଇପାରନ୍ତି। ପତ୍ନୀ ପଥ ପ୍ରଦର୍ଶିକା ହୋଇପାରନ୍ତି। କନ୍ୟା:ନିଜେ ନିଜର କାର୍ଯ୍ୟକୁ ସମୀକ୍ଷା କରି ମନରେ ଉପୁଜିଥିବା ଗର୍ବ ଓ ଅହଂକାରକୁ ବିସର୍ଜନ ଦେଇପାରନ୍ତି। ଶତ୍ରୁକୁ ଉଚ୍ଚାସନ ଦେଲେ ଶତ୍ରୁତାର ପରିସମାପ୍ତି ଘଟିବ। ଋଣଦାତାଙ୍କ କଲ୍ୟାଣଭାଜନ ହେବେ।
ତୁଳା: ଲକ୍ଷ୍ମୀ ବରଦାୟିକା ଥିବାରୁ ବାଣିଜ୍ୟ କାରବାରରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ଶାରୀରିକ ଶକ୍ତି ହ୍ରାସର ସୂଚନା ମିଳିଲେ ପ୍ରାର୍ଥନା ଦ୍ବାରା ଆନ୍ତରିକ ଶକ୍ତିସୁଦୃଢ଼ ରହିବ। ସୁଖଦା ପତ୍ନୀ ସହାୟିକା ହେବେ।
ବିଛା: ଅତି ମାନସ ଜ୍ଞାନ ଚକ୍ଷୁକୁ ଉନ୍ମୋଚନ କରି ଅନୁଚରଙ୍କୁ ଦିଗ୍‌ଦର୍ଶନ ଦେବେ। ଉଦାର ଚେତା, ଉଦାର ଚରିତ ଓ ଉଦାର ସ୍ବଭାବସମ୍ପନ୍ନ ହେବେ। ମହତ୍‌ ପ୍ରୟାସୀ ହେବେ। ଜ୍ୟେଷ୍ଠ ନ ହେଲେ ବି ଶ୍ରେଷ୍ଠ ହେବେ।
ଧନୁ : ଈଶ୍ବରୀୟ ଚେତନା ଆପଣଙ୍କୁ ଧର୍ମ ଧ୍ବଜାଧାରୀ କରିପାରେ। ଦେବାତ୍ମା ପରି ଅଟଳ ରହିଲେ ଲକ୍ଷ୍ୟସ୍ଥଳରେ ଉପନୀତ ହେବେ। ଶକ୍ତିର ଜୀବନ୍ତ ପ୍ରତିମୂର୍ତ୍ତି ନାରୀକୁ ଯଥାର୍ଥ ମର୍ଯ୍ୟାଦା ଦେବେ। ସୁଖ ଜୀବନ ବିତାଇବେ।
ମକର : ମନରେ ଥିବା ଅସ୍ଫୁରିତ ଆନନ୍ଦରେ ଅଧୀର ହୋଇପାରନ୍ତି। କର୍ତ୍ତବ୍ୟ ନିର୍ବାହ କରିବାରେ ପାରଙ୍ଗମ ହେବେ। କାମନା, ବାସନାପୂର୍ଣ୍ଣ କରିବାକୁ ସଦା ଉଦ୍ୟମୀ ହେବେ। ଆତ୍ମଶକ୍ତି ଉପରେ ବିଶ୍ବାସ ରଖିବେ।

- Advertisement -

କୁମ୍ଭ: ପ୍ରତିକୂଳ ପରିସ୍ଥିତିରେ ବି ଆପଣ ଲକ୍ଷ୍ୟପଥରୁ ବିଚ୍ୟୁତ ହେବେନି। ଯଶ ଦେଦୀପ୍ୟମାନ ସୂର୍ଯ୍ୟ ସଦୃଶ ହୋଇପାରେ। ଜୀବନ ଶୋଧନର ରାଜମାର୍ଗକୁ ବାଛି ନେଇପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।
ମୀନ : ଦେବ ପୂଜା ଓ ପ୍ରାର୍ଥନା ଅପେକ୍ଷା ସେବା ହେଉଛି ଅବିସମ୍ବାଦିତ ନିଚ୍ଛକ ସତ୍ୟ। ସନ୍ମାର୍ଗୀ ଓ କର୍ମଚଞ୍ଚଳ ହେବା ଦ୍ବାରା ଜନସାଧାରଣଙ୍କ ବିଶ୍ବସନୀୟ ହୋଇପାରନ୍ତି। ସାଧନା ଫଳବତୀ ହେବ। ଖର୍ଚ୍ଚାନ୍ତ ହେବେ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories