www.samajalive.in
Saturday, December 6, 2025
19.1 C
Bhubaneswar

ପର୍ଯ୍ୟଟକ ଦେଖିବେ ଐତିହାସିକ ରଣାଙ୍ଗନ

ନୂଆଦିଲ୍ଲୀ: ଭାରତୀୟ ସେନା ଦେଶବାସୀଙ୍କ ଆନନ୍ଦ ପାଇଁ ନୂଆ ଯୋଜନା କରିଛନ୍ତି। ଏହି ଯୋଜନାନୁସାରେ, ଦେଶର ଐତିହାସିକ ଯୁଦ୍ଧଭୂମିଗୁଡ଼ିକୁ ପର‌୍ୟ୍ୟଟନ କ୍ଷେତ୍ର ଭାବେ ବ୍ୟବହାର କରାଯିବ ଏବଂ ସାଧାରଣ ନାଗରିକ ଏହାର ପରିଦର୍ଶନ ସହ ମଜା ଉଠାଇପାରିବେ। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ସହ ମିଶି ଭାରତୀୟ ସେନା ଏହି ପଦ​କ୍ଷେ‌ପ ଗ୍ରହଣ କରିବା ସହ ୭୭ଟି ଐତିହାସିକ ଯୁଦ୍ଧଭୂମିକୁ ଏଥିପାଇଁ ମନୋନୀତ କରିଛିନ୍ତି। ଏଥିମଧ୍ୟରେ ରହିଛି ବିଶ୍ବର ସର୍ବୋଚ୍ଚ ରଣାଙ୍ଗନ ସିଆଚେନ୍‌, କାର୍ଗିଲ, ଗଲୱାନ୍‌, ଡୋକଲାମ୍‌, ପାନ୍‌ଗଙ୍ଗ ହ୍ରଦ, ଜେ.ପି ଦତ୍ତଙ୍କ ‘ବର୍ଡର’ ସିନେମାରେ ବର୍ଣ୍ଣିତ ୧୯୭୧ର ପ୍ରସିଦ୍ଧ ରଣାଙ୍ଗନ ରାଜସ୍ଥାନର ଲଙ୍ଗେୱାଲା ଉପତ୍ୟକା, ଅରୁଣାଚଳ ପ୍ରଦେଶର ବୁମ୍‌-ଲା ଓ କିବିତୁ, ସିକିମ୍‌ର ଚୋ-ଲା ଭଳି ରୋମାଞ୍ଚକର ସ୍ଥାନ। ଜାନୁଆରୀ ୧୫ ତାରିଖ, ବୁଧବାର ୭୭ତମ ସେନା ଦିବସ ଅବସରରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ‘ଭାରତ ରଣଭୂମି ଦର୍ଶନ’ ନାମରେ ଏହି ଯୋଜନା ଘୋଷଣା କରାଯାଇଛି। ସୀମାନ୍ତ ସହ ରଣଭୂମି ପର୍ଯ୍ୟଟନକୁ ଲୋକପ୍ରିୟ କରିବା ଓ ଜନତାଙ୍କୁ ଭାରତୀୟ ସେନାର ଐତିହାସିକ ଘଟଣାବଳୀ ସମ୍ପର୍କରେ ଅବଗତ କରିବା ଏହାର ଉଦ୍ଦେଶ୍ୟ। ଏଥିସହ ଦେଶଭକ୍ତି ଜାଗ୍ରତ ହେବାର ସୁଯୋଗ ମଧ୍ୟ ସୃଷ୍ଟି ହେବ। ଆଗକୁ ଆଉ କେତୋଟି ସ୍ଥାନକୁ ମଧ୍ୟ ଏହି ଯୋଜନାର ଅନ୍ତର୍ଭୁକ୍ତ କରାଯିବ।
ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ କହିଛନ୍ତି ଯେ ଏହି ଯୋଜନାରେ ଯୁଦ୍ଧଭୂମିଗୁଡ଼ିକର ବିକାଶ କରାଯିବ। ପୂର୍ବରୁ ସୀମାନ୍ତ ଓ ସୀମାରେ ଥିବା ବଙ୍କର ଆଦି ପରିଦର୍ଶନ କରିବାର ସୁଯୋଗ ସାଧାରଣ ନାଗରିକଙ୍କୁ ମିଳୁନଥିଲା। ଏବେ ଏହି ସୁଯୋଗ ପ୍ରଦାନ କରାଯିବ। ଏହା ମାଧ୍ୟମରେ ଭିତ୍ତିଭୂମି, ଯୋଗାଯୋଗ, ପର୍ଯ୍ୟଟନ ଓ ଶିକ୍ଷାର ବିକାଶ ଘଟିବା ସହ ଲୋକଙ୍କୁ ଅନେକ ସୁଯୋଗ ମିଳିପାରିବ। ଏ ସମ୍ପର୍କିତ ସୂଚନା ପାଇଁ ସ୍ବତନ୍ତ୍ର ୱେବ୍‌ସାଇଟ୍‌ ଖୋଲାଯିବ। ଏହା ମାଧ୍ୟମରେ ପର୍ଯ୍ୟଟକଙ୍କୁ ସମସ୍ତ ତଥ୍ୟ ମିଳିପାରିବ। ସମ୍ପୃକ୍ତ ସ୍ଥାନରେ ଯୁଦ୍ଧ ଇତିହାସ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories