ଶିଳ୍ପ, କ୍ରୀଡା ଓ ପର୍ଯ୍ୟଟନ କ୍ଷେତ୍ରରେ ସୁନ୍ଦରଗଡର ଅବଦାନ ଅତୁଳନୀୟ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସୁନ୍ଦରଗଡ ଠାରେ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ସହାୟତା ପ୍ରଦାନ କରାଯାଇଛି। ୨୦ ଲକ୍ଷରୁ ଉର୍ଦ୍ଧ୍ଵ ନୂତନ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସହାୟତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ସହାୟତା ମହିଳାମାନଙ୍କର ସ୍ୱପ୍ନ ଏବଂ ଆକାଂକ୍ଷାକୁ ବାସ୍ତବତାର ରୂପଦେବାରେ ସାହାଯ୍ୟ କରିବ। ସୁନ୍ଦରଗଡ ଜିଲ୍ଲାରେ ସମୁଦାୟ ୪ ଲକ୍ଷ ୫୯ ହଜାରରୁ ଉର୍ଦ୍ଧ୍ୱ ମା’ ଓ ଭଉଣୀମାନେ ସୁଭଦ୍ରାରେ ପଞ୍ଜିକରଣ କରିଥିବା ବେଳେ ତୃତୀୟ ପର୍ଯ୍ୟାୟ ସୁଦ୍ଧା ୩ ଲକ୍ଷ ୩୭ ହଜାରରୁ ଉର୍ଦ୍ଧ୍ୱ ମହିଳାଙ୍କୁ ପ୍ରଥମ କିସ୍ତିର ଅର୍ଥ ରାଶି ପ୍ରଦାନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ।

ନିଜ ଅଭିଭାଷଣରେ ସୁନ୍ଦରଗଡ଼ ଜିଲ୍ଲାର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସୁନ୍ଦରଗଡ଼ ହେଉଛି ହକିର ଏନ୍ତୁଡ଼ିଶାଳ। ଶିକ୍ଷା, ସ୍ଵାସ୍ଥ୍ୟ, ଖଣି, ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ଓଡିଶାକୁ ସୁନ୍ଦରଗଡର ଅବଦାନକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ।

ସୁନ୍ଦରଗଡ ଜିଲ୍ଲା ପାଇଁ ୧୨୦୧ କୋଟି ଟଙ୍କାର ୯୮୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ ଜିଲାର ବିକାଶ ପାଇଁ ୬୯୨ ଟି ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ଏଥିପାଇଁ ୮୦୮ କୋଟି ୩୦ ଲକ୍ଷ ୧୫ ହଜାର ଟଙ୍କା ବିନିଯୋଗ କରାଯାଇଛି। ସେହିପରି ଜିଲ୍ଲା ପାଇଁ ୨୮୮ ଟି ପ୍ରକଳ୍ପର ଭିତିପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ। ଏଥିପାଇଁ ୩୧୨ କୋଟି ୩ ଲକ୍ଷ ୧ ହଜାର ଟଙ୍କା ବିନିଯୋଗ ହେବ। ଏହା ସହିତ ମୁଖ୍ୟମନ୍ତ୍ରୀ ୮୧ କୋଟି ଟଙ୍କାର ଆଉ ୪ଟି ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଥିଲେ।

Comments are closed.