ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମ ନିକଟସ୍ଥ ପାହାଡ଼ ଉପରେ ଅବସ୍ଥିତ ଶ୍ରୀ ନୃସିଂହ ନାଥ ମନ୍ଦିରର ଉନ୍ନତିକରଣ ପାଇଁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମନ୍ଦିର ପରିଦର୍ଶନ କରିଛନ୍ତି। ମନ୍ଦିର ଉନ୍ନତିକରଣ ସାଙ୍ଗକୁ ବିଭିନ୍ନ ଆନୁସାଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ସ୍ଥାନୀୟଲୋକଙ୍କ ସହ ଆଲୋଚନା କରିଛନ୍ତି। ପରେ ଉପସ୍ଥିତ ରହିଥିବା
ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ପରିଦର୍ଶନ ସମୟରେ ବିଜେପି ରାଜ୍ୟ କୋଷାଧ୍ୟକ୍ଷ ସନ୍ତୋଷ କୁମାର ମହାପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ବ୍ଲକ ଉନ୍ନୟନ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ।
Comments are closed.