www.samajalive.in
Tuesday, December 9, 2025
17.1 C
Bhubaneswar

ବଡଦିନ ପର୍ବ ପାଇଁ ପିପିଲି ଉତ୍ସବ ମୁଖର

ପିପିଲି: ପବିତ୍ର ବଡଦିନ ପର୍ବ ପାଇଁ ପିପିଲି ଉତ୍ସବ ମୁଖର ହୋଇଉଠିଛି। ପିପିଲି ହାଟଛକ ସ୍ଥିତ ୧୮୪୦ ମସିହାରେ ନିର୍ମିତ ୧୮୪ ବର୍ଷର ପୁରାତନ ବାପ୍‌‌ଟିଷ୍ଟ ଚର୍ଚ୍ଚକୁ ଅତି ଆକର୍ଷଣୀୟ ଭାବେ ରଙ୍ଗୀନ ଆଲୋକରେ ସଜ୍ଜିତ କରାଯାଇଛି। ପୌରାଞ୍ଚଳ ଅନ୍ତର୍ଗତ ଭରସାପୁର, ପ୍ରତ୍ୟାଶାପୁର, ଆଦର୍ଶପୁର, ଅନୁଗ୍ରହପୁର, କଲ୍ୟାଣପୁର ଆଦି ଖ୍ରୀଷ୍ଟିୟାନ ସାହିଗୁଡିକ ଏବେ ରଙ୍ଗୀନ ଆଲୋକମାଳାରେ ଝଲସୁଛି। ଏହି ସବୁ ସାହିରେ ନିର୍ମିତ ସୁନ୍ଦର କ୍ରୀସ୍‌‌ମାସ୍‌‌ ଟ୍ରୀ ଓ ଆକର୍ଷଣୀୟ ତୋରଣ ସାଙ୍ଗକୁ ସାନ୍ତାକ୍ଲଜଙ୍କ ପରିକ୍ରମା ବଡଦିନର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଛି। ରୋଜ୍‌‌କେକ୍‌‌ ଓ ବିଭିନ୍ନ ପିଠାପଣାର ବାସ୍ନାରେ ସାହିଗୁଡିକ ମହକି ଉଠୁଛିି।

ଏହି ଅବସରରେ ବାପ୍‌‌ଟିଷ୍ଟ ଚର୍ଚ୍ଚରେ ସଂଗୀତ, ନୃତ୍ୟ ଆଦି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଖ୍ରୀଷ୍ଟୀୟ ବୈଠକ ଯୁବ ଅନୁଷ୍ଠାନର ସଦସ୍ୟମାନେ ସଂକୀର୍ତ୍ତନ ମଣ୍ଡଳୀରେ ଘରକୁ ଘର ବୁଲି ରାତ୍ର ଉଜାଗର ପାଳନ କରିଛନ୍ତି। ମଙ୍ଗଳବାର ରାତିରେ ଚର୍ଚ୍ଚରେ ଖ୍ରୀଷ୍ଟୀୟ ଉଦ୍‌‌ଯୋଗ ସମିତିର ସଭ୍ୟସଭ୍ୟା, ସଣ୍ଡେ ସ୍କୁଲର ଛାତ୍ରଛାତ୍ରୀ ଓ ଖ୍ରୀଷ୍ଟୀୟ ବୈଠକ ଯୁବ ଅନୁଷ୍ଠାନ ପକ୍ଷରୁ କ୍ୟାରୋଲ ସଂଗୀତ, ସମ୍ମିଳିତ ଧର୍ମଗୀତ ଆଦି ଗାନ କରାଯାଇଥିଲା। ଏହି ଅବସରରେ ପ୍ରାରମ୍ଭିକ ପ୍ରାର୍ଥନା, ସମ୍ମିଳିତ ଧର୍ମଗୀତ, ଖ୍ରୀଷ୍ଟ୍ରୀୟ ଶାସ୍ତ୍ର ପାଠ, ସମ୍ମିଳିତ ପ୍ରାର୍ଥନା, ସଂଗୀତ, ନୃତ୍ୟ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ରାତି ୧୨ଟାରେ ଚର୍ଚ୍ଚର ପାଳକ ରେଭରେଣ୍ଟ ମୋଶା ପାଣି ସମସ୍ତଙ୍କୁ ବଡଦିନର ଅଭିନନ୍ଦନ ଜଣାଇଥିଲେ।

- Advertisement -

ସେହିପରି ପବିତ୍ର ବଡଦିନ ଅବସରରେ ବୁଧବାର ଅପରାହ୍ନ୍ନରେ ଚର୍ଚ୍ଚରେ ପିପିଲି ମଣ୍ଡଳୀର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଙ୍ଗୀତ ପରିବେଷଣ ହେବାକୁ ଥିବା ବେଳେ ପ୍ରାରମ୍ଭିକ ଶାସ୍ତ୍ର ପାଠ, ପ୍ରାର୍ଥନା, ସମ୍ମିଳିତ ଧର୍ମଗୀତ, ବାକ୍ୟ ପରିବେଷଣ ଆଦି କାର୍ଯ୍ୟକ୍ରମ ରହିଛି। ପିପିଲି ବ୍ୟତୀତ କଣ୍ଟି ପଞ୍ଚାୟତ ଅନ୍ତର୍ଗତ ବାହିଲିପଡ଼ା ଗ୍ରାମରେ ଥିବା ଚର୍ଚ୍ଚରେ ମଧ୍ୟ ପବିତ୍ର ବଡଦିନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories