www.samajalive.in
Wednesday, December 10, 2025
16.1 C
Bhubaneswar

ଡ.ବି.ଆର ଆମ୍ବେଦକରଙ୍କୁ ଗୃହମନ୍ତ୍ରୀଙ୍କ ଆପତ୍ତିଜନକ ଟିପ୍ପଣୀକୁ ବିରୋଧ

କେନ୍ଦୁଝରଗଡ଼: ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବାସାହେବ ଡ.ଭୀମରାଓ ଆମ୍ବେଦକରଙ୍କ ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦେଇଥିବା ଆପତ୍ତିଜନକ ଟିପ୍ପଣୀକୁ ବିରୋଧ କରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ ସଭା ଅନୁଷ୍ଠିତ ହୋଇଯାଇଛି। ପବିତ୍ରଗୃହ ସଂସଦ ଭବନରେ ଗୃହମନ୍ତ୍ରୀ ଅମିତ ଶାହ ଯେଭଳି ଭାବେ ଡ. ଆମ୍ବେଦକରଙ୍କ ପ୍ରତି ଅପମାନଜନକ ଟିପ୍ପଣୀ ଦେଇ ପ୍ରଦାନ ସହ ତାଚ୍ଛଲ୍ୟ କରି କହିବା ଏକ ଦେଶଦ୍ରୋହ ଅପରାଧ କରିଥିବା ମିଳିତ କମିଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ମିଳିତ କମିଟି ପକ୍ଷରୁ ସୁଢଳ କୁମାର ସେଠୀଙ୍କ ନେତୃତ୍ୱରେ ବହୁ ବାବାସାହେବ ଆମ୍ବେଦକରଙ୍କ ଅନୁଗତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗୃହ ମନ୍ତ୍ରୀ ଶ୍ରୀ ଶାହା ତୁରନ୍ତ ଇସ୍ତଫା ଦିଅନ୍ତୁ ନଚେତ ସାଧାରଣରେ ଭୁଲ ମାଗନ୍ତୁ ବୋଲି ଦାବି କରିଥିଲେ। ଶେଷରେ ଶ୍ରୀ ସେଠୀଙ୍କ ନେତୃତ୍ୱରେ ପୂର୍ବତନ ସଦର ବିଧାୟକ ଇଂ ସୁବର୍ଣ୍ଣ ନାଏକ, ନିରୋଦ ବେହେରା, ଭାରତ ଚନ୍ଦ୍ର ପାତ୍ର, ତେଲକୋଇ କଂଗ୍ରେସ ବିଧାୟକ ପ୍ରାର୍ଥୀ ନିର୍ମଳ ଚନ୍ଦ୍ର ନାୟକ, ଶରତ ପାତ୍ର, ସୁଶାନ୍ତ ସେଠୀ, ମେଘନାଥ ମାଝୀ, ସୋମନାଥ ଜେନା, କ୍ଷୀରୋଦ ପାତ୍ର, ପଞ୍ଚାନନ ସେଠୀ, ଜୟକୃଷ୍ଣ ନାୟକ, ପବିତ୍ର ପାତ୍ର, ପ୍ରଫୁଲ୍ଲ ପାତ୍ର, ମହେନ୍ଦ୍ର ବେହେରା ପ୍ରମୁଖ ଅତିରିକ୍ତ ଜିଲାପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ରରେ ସ୍ମାରକପତ୍ର ପ୍ରଦାନ କରିଥିଲେ।

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

Related Articles

Popular Categories